2015 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday 30 December 2015

ଅନୁଭୂତିରେ ୨୦୧୫

ସଂଗ୍ରାମ କେଶରୀ ସେନାପତି 2:06 pm
ଅନୁଭୂତିରେ ୨୦୧୫
ଆଉ ମାତ୍ର କିଛି ସମୟ ପରେ ବିଦାୟ ନେଇଯିବ ବର୍ଷ ୨୦୧୫, ଯାହାକି ଆଉ କେବେ ଆସିବନି । ୨୦୧୫ ବର୍ଷ ଛାଡ଼ିଯାଇଛି ଅନେକ କିଛି ସ୍ମୃତି । ସବୁଠାରୁ ବଡ଼ ସ୍ମୃତି ହେଲା ମହାପ୍ରଭୁ ଜଗନ୍ନାଥଙ୍କର ନବକଳେବର, ନିଜର ପୂର୍ବ ବିଗ୍ରହ ତ୍ୟାଗ କରି ଏକ ନୂଆ ବିଗ୍ରହରେ ପ୍ରବେଶ କରିଥିଲେ । ଏମିତି ଅନେକ ଛୋଟ ବଡ଼ ଘଟଣାରେ ପୂରି ରହିଛି ବର୍ଷ ୨୦୧୫ । ସେଥିରୁ ମୋର ନିଜର କିଛି ଅନ୍ତରଙ୍ଗ ମୂହୁର୍ତ୍ତକୁ ନେଇ ଏଇ ଲେଖା ।

Saturday 21 November 2015

କର୍ତ୍ତବ୍ୟ

ସଂଗ୍ରାମ କେଶରୀ ସେନାପତି 9:45 pm
କର୍ତ୍ତବ୍ୟ
ନମସ୍କାର!
ଆଜି ମାନେ ନଭେମ୍ବର ୨୧, ୨୦୧୫ରେ ସନ୍ଧ୍ୟାବେଳେ ଭବାନୀପାଟଣା ସ‌ହରରେ ବୁଲୁବୁଲୁ ଜଣେ ଲୋକ‌କୁ ଦେଖିଲି, ଯାହାକୁ ମୁଁ ଗତ କିଛିଦିନ ତଳେ ସେହି ପାଖାପାଖି ଜାଗାରେ ବୁଲିବାର ଦେଖୁଥିଲି । ଲୋକଟି ଚିରିଯାଇଥିବା ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି, ମୁହଁରେ ଲମ୍ବା ଲମ୍ବା ଅଳ୍ପ ପାଚିଥିବା ଦାଢ଼ି । ଦେଖିଲେ ଲାଗୁଛି କି' ତା'ର ମସ୍ତିଷ୍କ ବିକୃତି ଅଛି ଓ ପାଖ ଲୋକଙ୍କଠାରୁ ମଧ୍ୟ ସେହି କଥା ପଚାରି ବୁଝିଲି । ସେଠି ଥିବା ଦୋକାନୀଙ୍କ ଅନୁସାରେ, "ସେ ପାଗଳଟାଏ, ଏଇଠି କିଛି ଦିନ ହେଲେ ବୁଲୁଛି, ପାଖ ଦୁର୍ଗାମଣ୍ଡପ ପାଖରେ ରାତିରେ ଶୋଉଛି" ।

ସନ୍ଧ୍ୟା ସମୟ, ତା'ପରେ ପୁଣି ଶନିବାର, ସେଥିପାଇଁ ବଜାର ପୂରା ଭିଡ଼ ଥିଲା ଓ ଲୋକମାନେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଚାଟ୍, ଗୁପଚୁପ, ମକା, ପକୁଡ଼ି, ଚଣା ଆଦି ଦୋକନାମାନଙ୍କରୁ କିଣିକି ଖାଉଥିଲେ । ଏହି ସବୁ ଦୋକାନମାନେ ପ୍ରାୟତଃ ଜିନିଷ ଖବରକାଗଜ କିମ୍ବା ପଲିଥିନ ଜରିରେ ଦିଅନ୍ତି । ଲୋକମାନେ ଖାଇସାରିବା ପରେ ସେହି କାଗଜ କିମ୍ବା ପଲିଥିନ‌କୁ ଆଖପାଖରେ ରଖାଯାଇଥିବା ଅଳିଆଗଦାରେ ନ ପକାଇବାରେ ବେଶି ଆନନ୍ଦ ପାଅନ୍ତି ଓ ସ‌ହରରେ ଅଧିକ ଅଳିଆ ହେଉଛି ବୋଲି ଅଭିଯୋଗ କରନ୍ତି । ଏମିତିକି ରାସ୍ତା ଉପରେ ପଡ଼ିଥିବା କିଛି ଅଳିଆ ଯାହାକି କିଛି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ, ସେ ସବୁ କାହାରି ଆଖିକୁ ଦିଶେ ନାହିଁ । ଆଜି ବି ସେମିତି ଅନେକଲୋକ ରାସ୍ତା ଉପରେ ଅନେକ କାଗଜ ପାକାଉଥିଲେ ଓ ସେହି ଦାଢ଼ିଆ ଲୋକଟି ପ୍ରତ୍ୟେକ କାଗଜକୁ ଗୋଟାଇ ଗୋଟିଏ ଜାଗାରେ ଠୁଳ କରୁଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟି ପାଖକୁ ଯାଇ ପଚରିଲି, "ଆପଣ ଏ ସବୁକୁ କାହିଁକି ସଫା କରୁଛନ୍ତି" ? ସେ ଉତ୍ତରରେ କ‌ହିଲେ, "ମୁଁ ଅଳିଆରେ ଶୋଇପାରେ ହେଲେ ମୋତେ ଅଳିଆ ଦେଖିବାକୁ ଭଲ ଲାଗେନି, ସେଥିପାଇଁ ଏଇସବୁକୁ ଗୋଟିଏ ଜାଗାରେ ଠୁଳ କରି ରାତିରେ ନିଆଁ ଲଗାଇଦିଏ ।"

ସେ ଲୋକଟିର କଥା ଶୁଣି ଏମିତି ଲାଗିଲା, "ନିଜକୁ ଓ ନିଜର ଘରକୁ ସଫା ରଖୁଥିବା ଲୋକମାନେ ହିଁ ବାହାର ପରିବେଶକୁ ଅଧିକ ଅଳିଆ କରୁଛିନ୍ତି" । ସେ ଦୁନିଆକୁ ସଫା ରଖିବାକୁ ନିଜର କର୍ତ୍ତବ୍ୟ କରିଚାଲିଛି ଏବଂ ଅନ୍ୟମାନେ ପରିବେଶ ପରିଷ୍କାର ପ୍ରତି ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛିନ୍ତି ।

Monday 9 November 2015

ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ

ସଂଗ୍ରାମ କେଶରୀ ସେନାପତି 11:15 am
ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ
ପବିତ୍ର କାଳୀପୂଜା ଓ ଦୀପାବଳୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । କାଳୀପୂଜାରେ ମାଆ କାଳୀଙ୍କର ଆରାଧନା କରାଯାଏ ଓ ଦୀପାବଳୀକୁ ଆଲୋକର ପର୍ବ ଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।

Thursday 29 October 2015

ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିର ଯୋଗଦାନରେ ମୋ ଅନୁଭୂତି

ସଂଗ୍ରାମ କେଶରୀ ସେନାପତି 9:37 pm
ଓଡ଼ିଆ ଉଇକିପାଠାଗାରର ପ୍ରଥମ ଜନ୍ମତିଥିର ଯୋଗଦାନରେ ମୋ ଅନୁଭୂତି
ଓଡ଼ିଆ ଭାଷା ଶାସ୍ତ୍ରୀୟଭାଷାର ମାନ୍ୟତା ପାଇସାରିଛି । ଏବେ ସବୁସ୍ଥାନରେ ଓଡ଼ିଆ ଭାଷାର ବ୍ୟବ‌ହାର ହୋଇପାରିବ । ଓଡ଼ିଆ ଭାଷା ବ‌ହୁ ଦିନରୁ ପ୍ରଚଳିତ ହୋଇଆସିଛି, ତେଣୁ ଓଡ଼ିଆ ଭାଷାରେ ଅନେକ ବ‌ହି ଓ ଲେଖାମାନ ଅନେକ ଲେଖକଙ୍କ ଦ୍ୱାରା ଲେଖାଯାଇଛି । ଏହି ବ‌ହିମାନଙ୍କ ମଧ୍ୟରୁ ଅନେକ ପାଠକମାନଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି । ଆଜି ବି ଏମିତି କିଛି ପାଠକ ଅଛନ୍ତି, ଯେଉଁମାନେ ଏହି ସବୁ ବ‌ହିକୁ ପଢ଼ିବାକୁ ସୁଯୋଗ ପାଇନାହାନ୍ତି । ଏହାର କାରଣ ହେଉଛି, ଏହି ବ‌ହିମାନ ସବୁସ୍ଥାନରେ ଉପଲବ୍ଧ ହେଉନାହିଁ କିମ୍ବା କେହି କେହି ଏହାର ମୂଲ୍ୟଦେଇ କିଣିବାକୁ ସାମର୍ଥ୍ୟ ନୁହ‌ନ୍ତି ।

Thursday 15 October 2015

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

ସଂଗ୍ରାମ କେଶରୀ ସେନାପତି 10:51 am
ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ

 

ଅଧୁନା ଶିକ୍ଷାନୁଷ୍ଠାନରେ ଓଡ଼ିଆ ଭାଷାର ଅବସ୍ଥା ଓ ଭବିଷ୍ୟତରେ ଏହାର ପ୍ରଭାବ (Position of Odia Language and its future impact in our life)

"ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ ।"
ବିଦ୍ୟା ହେଉଛି ଅମୂଲ୍ୟ, କୌଣସି ମୂଲ ଦେଇ ବି ବିଦ୍ୟାକୁ ମାପି ହେବନି, କାରଣ ବିଦ୍ୟା କାହାଠାରୁ କିଣି ହୁଏ ନାହିଁ ଏହା କେବଳ ସ୍ୱଶିକ୍ଷାରୁ ହିଁ ମିଳିଥାଏ । ବିଦ୍ୟା ହେଉଛି ଏକ ଏମିତି ଜିନିଷ ତାହା ଅନୁଭବରୁ ହିଁ ମଣିଷକୁ ଜ୍ଞାତ ହୋଇଥାଏ । ଚୋରଟିଏ ଚୋରିକରିବାକୁ ଆସିଲେ ସବୁକିଛି ଚୋରି କରିପାରିବ, ହେଲେ କେବେ କାହାର ବିଦ୍ୟାକୁ ଚୋରିକରି ନେଇପାରିବ ନାହିଁ । କୌଣସି ଜିନିଷକୁ ଖର୍ଚ୍ଚ କଲେ ତାହା ଦିନେ ନା ଦିନେ ସରିଯାଏ, ହେଲେ ବିଦ୍ୟାକୁ ଯେତେ ଅଧିକ ଖର୍ଚ୍ଚ କରିବ ସେ ସେତେ ଅଧିକ ଅଧିକ ହୋଇ ବଢ଼ିଚାଲିଥିବ ।

“ବିଦ୍ୟା ଦ‌ଦାତି ବିନୟଂ”, ଅର୍ଥାତ୍ ବିଦ୍ୟାରୁ ବିନମ୍ରତା ଭାବ ଜାତ ହୋଇଥାଏ, ଯେଉଁ ବିନମ୍ରତା ଭାବ ମନୁଷ୍ୟକୁ ଦୁନିଆରେ ଉଚ୍ଚ ସ୍ଥାନରେ ଅଧିଷ୍ଠିତ କରାଇବା ସ‌ହିତ ସଭିଙ୍କର ପ୍ରିୟପାତ୍ର କରାଇଥାଏ । କଥାରେ ଅଛି ରାଜା ନିଜ ରାଜ୍ୟରେ ପୂଜା ପାଏ, କିନ୍ତୁ ଜ୍ଞାନୀଲୋକଟିଏ ସର୍ବତ୍ର ପୂଜା ପାଏ । ବିଦ୍ୟା ଏପରି ଏକ ଧନ ଯାହାକୁ ଯେତେ ବାଣ୍ଟିଲେ ମଧ୍ୟ ସରେ ନାହିଁ, ବରଂ ବିଦ୍ୟାଦାନ ଦ୍ୱାରା ନିଜର ବିଦ୍ୟାର ପରିମାଣ ବଢ଼େ ଏବଂ ସେହି ବିଦ୍ୟା ଦୁନିଆକୁ ଆଗକୁ ଆଗକୁ ନେବାରେ ସାହାଯ୍ୟ କରେ । ବିଦ୍ୟା ଅର୍ଜନ କଲେ ଅନେକ ପୁଣ୍ୟଫଳ ପ୍ରାପ୍ତ ହୋଇଥାଏ ଏବଂ ଏହି ଅର୍ଜିତ ବିଦ୍ୟାକୁ ବଣ୍ଟନ କଲେ ସେହି ଅର୍ଜିତ ପୁଣ୍ୟ ଅପେକ୍ଷା ଅଧିକ ପୁଣ୍ୟଫଳ ପ୍ରାପ୍ତ ହୁଏ ।

ଅଧୁନା ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଚଳିତ ଶିକ୍ଷାପଦ୍ଧତି କିନ୍ତୁ ବିଦ୍ୟାପ୍ରାପ୍ତି ପାଇଁ ନୁହେଁ, ବରଂ କେବଳ ବିଦ୍ୟାକୁ ଧନ ଉପାର୍ଜନର ମାଧ୍ୟମ ଭାବରେ ଅଧ୍ୟୟନ କରାଯାଉଛି । ଆମର ଓଡ଼ିଶାର ବିଦ୍ୟାଳୟମାନଙ୍କ କଥା ଆଖିଆଗକୁ ନିଆଗଲେ, ଆମେ ଦେଖିବା କି ଆମର ଓଡ଼ିଆ ବିଦ୍ୟାଳୟକୁ ପିଲାମାନେ ବିଦ୍ୟାଅଧ୍ୟୟନ କରିବାକୁ ପସନ୍ଦ କରୁନାହାନ୍ତି । ବ‌ହୁତ କମ୍ ପିଲାମାନେ ଓଡ଼ିଆ ସରକାରୀ ବିଦ୍ୟାଳୟମାନଙ୍କରେ ପଢ଼ୁଛନ୍ତି, ଯେଉଁମାନେ ବେସରକାରୀ ବିଦ୍ୟାଳୟମାନଙ୍କରେ ସେମାନଙ୍କର ମାସିକ ଖର୍ଚ୍ଚ ଦେଇପାରିବେନାହିଁ, ସେମାନେ ହିଁ ସରକାରୀ ବିଦ୍ୟାଳୟକୁ ଆସୁଛନ୍ତି । ସରକାରୀ ବିଦ୍ୟାଳୟର କଥା ତ ସଭିଙ୍କୁ ଉଣା ଅଧିକେ ଜଣାଅଛି, ଏବେ ଟିକେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଉପରକୁ ଆସିବା । ଓଡ଼ିଶାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଂଖ୍ୟା ଅନେକ, ପ୍ରାୟ ପ୍ରତ୍ୟେକ ସ୍ଥାନରେ ଏହି ବିଦ୍ୟାଳୟମାନ ଗଢ଼ିଉଠିଛି । ଅଭିଭାବକମାନଙ୍କ ଅନୁସାରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପିଲାମାନେ ପଢ଼ିଲେ ସେମାନେ ଅଧିକ କିଛି ଶିଖିପାରିବେ ଓ ଭବିଷ୍ୟତରେ ବ‌ହୁତ ଉପରକୁ ଯିବେ । ହେଲେ ଏହି ବିଦ୍ୟାଳୟମାନଙ୍କରେ ପଢ଼ିବା ଦ୍ୱାରା ପିଲାମାନଙ୍କ ଉପରେ କେଉଁଭଳି ପ୍ରଭାବ ପଡ଼ୁଛି ସେ ଉପରେ ଟିକେ ନ‌ଜର ପକାଇବା ।

ପିଲାଟିଏ ଟିକେ ଟିକେ କଥା କ‌ହିବା ଆଗରୁ ତାକୁ ଛାଡ଼ିଲେ ଖେଳ ସ୍କୁଲ୍‌ରେ । ଯେଉଁ ସମୟରେ ସେ ନିଜର ପିତାମାତାଙ୍କ ପାଖରେ ଅଧିକ ସମୟ ରହିବା ଦରକାର ସେହି ସମୟରେ ସେ ଦିନରେ ସମୟ ବିତାଏ ଖେଳ ସ୍କୁଲ୍‌ରେ । ଧିରେ ଧିରେ ବଡ଼ ହେବା ବେଳକୁ ତାକୁ ପୁଣି ପଠାଇ ଦିଅନ୍ତି ଏକ ଇଂରାଜୀ ମାଧ୍ୟମ ବିଦ୍ୟାଳୟକୁ, ସେଠାରେ ଓଡ଼ିଆ କ‌ହିବା ମନା, କେବଳ ଇଂରାଜୀରେ କ‌ଥାବାର୍ତ୍ତା । ବିଦ୍ୟାଳୟ ପରିସରରେ ଓଡ଼ିଆ କ‌ହିଲେ ଦଣ୍ଡ ଭୋଗିବାକୁ ପଡ଼ିଥାଏ । ସେହି ପିଲାମାନଙ୍କର ଅଭିଭବକଙ୍କୁ ତାଗିଦ୍ କରାଯାଏ କି ପିଲା ଯେମିତି ଘରେ ଓଡ଼ିଆରେ ବି କଥାବାର୍ତ୍ତା ନ କରେ ସେଥିପ୍ରତି ଧ୍ୟାନ ଦେବାକୁ । ସେ‌ହିଠାରୁ ଆରମ୍ଭ ହୁଏ ନିଜର ମାତୃଭାଷା ପ୍ରତି ଭିନ୍ନ ଧାରଣା, ଯାହାକି ତାକୁ ଏକ ଭୁଲ୍ ଭଳି ପରିଲକ୍ଷିତ ହୋଇଥାଏ । ସେ ତା’ର ମନେ ମନେ ସ୍ଥିର କରିନେଇଥାଏ କି, ଯଦି ସେ ଏହି ଭାଷାର ବ୍ୟବ‌ହାର ଦ୍ୱାରା କିଛି ଅସୁବିଧା ଭୋଗ କରୁଛି, ତେବେ କାହିଁକି ସେ ସେହି ଭାଷାର ବ୍ୟବ‌ହାର କରିବ । କେତେ କେତେ ସ୍ଥାନରେ ଏପରି ହୋଇଥାଏ କି, ପିଲାମାନଙ୍କର ଅଭିଭାବକ ଶିକ୍ଷକ ସେମାନଙ୍କୁ ଏମିତି ଲୋକଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତି, ଯେଉଁମାନେ କେବଳ ଇଂରାଜୀରେ କଥାବାର୍ତ୍ତା କରିବେ । ଏମିତିକି ସେମାନଙ୍କର ବୃଦ୍ଧ ଜେଜେବାପା କିମ୍ବା ଜେଜେମାଆଙ୍କ ସ‌ହ ମିଶିବାକୁ ସୁଯୋଗ ଦିଅନ୍ତିନି, କାହିଁକି ନା ସେମାନେ ଇଂରାଜୀ ଜାଣିନାହାନ୍ତି । ଗୋଟିଏ ଘରେ ରହୁଥିଲେ ବି ପିଲାମାନଙ୍କୁ ସେମାନଙ୍କ ସ‌ହ ମିଶିବାକୁ ଦିଆଯାଏନି ।

ଏବେ ସରକାରଙ୍କ ନିୟମକୁ ମାନିବାକୁ ଯାଇ କିଛି ଇଂରାଜୀ ମାଧ୍ୟମ ବିଦ୍ୟାଳୟ ନିଜର ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମମାନ ଯୋଡ଼ିଲେ । ସେହି ପାଠ୍ୟ ଖସଡ଼ା ଅନୁସାରେ ପିଲାମାନେ ଓଡ଼ିଆ କେବଳ ସେହି ଶ୍ରେଣୀଗୃହ ମଧ୍ୟରେ ପଢ଼ିବେ ଓ କ‌ହିବେ । ଶ୍ରେଣୀଗୃହ ବାହାରେ ସେହି ବିଷୟରେ କିଛି ଆଲେଚୋନା କରିବେ ନାହିଁ । ସେହି ପାଠ ପୁଣି ଆରମ୍ଭରୁ ଶିକ୍ଷାଦାନ କରାଯିବନି, ଷଷ୍ଠ ଶ୍ରେଣୀରେ ପିଲାମାନେ ଓଡ଼ିଆ ଶିଖିବେ, କେବଳ ଏକ ପାଠରେ ଉତ୍ତୀର୍ଣ ହେବା ପାଇଁ । ବିଦ୍ୟାଳୟ ପାଠ ସରିବା ପରେ ସେମାନେ କେବେ ଆଉ ଓଡ଼ିଆ ଭାଷାକୁ ଦେଖନ୍ତିନି କିମ୍ବା ପଢ଼ନ୍ତିନି । ଫଳ ସ୍ୱରୂପ ସେମାନେ ଓଡ଼ିଆ ଲିପି ଠିକ୍‌ରେ ପଢ଼ିପାରନ୍ତିନି ଓ ଓଡ଼ିଆ ଠିକ୍‌ରେ କ‌ହିପାରନ୍ତିନି ।

ଏହି ପାଠ ପଢ଼ା କେବଳ ନିଜର ଜୀବନରେ ଅର୍ଥ ଉପାର୍ଜନର ମାଧ୍ୟମ ଭାବରେ ବ୍ୟବ‌‌ହାର କରାଯାଉଛି । ବିଦ୍ୟଳୟମାନଙ୍କରେ ବିଦ୍ୟାଦାନ ପରିବର୍ତ୍ତେ ବିକ୍ରି କରାଯାଉଛି କ‌ହିଲେ କିଛି ଅତ୍ୟୁକ୍ତି ହେବନାହିଁ ବୋଲି ମୋର ମନେ ହେଉଛି । ପିଲାମାନେ ଏମିତି ନିଜର ମାତୃଭାଷାଠାରୁ ଦୂରେଇ ରହିବା କାରଣରୁ ନିଜର ପିତାମାତାଙ୍କ ଠାରୁ ମଧ୍ୟ ଦୂରେଇ ଯାଅନ୍ତି । ଶେଷରେ ମାତାପିତା ଅନ୍ୟକାହାର ଦୋଷ ଦିଅନ୍ତି, ଦୁନିଆର ଦୋଷ ଦିଅନ୍ତି, ନିଜ କର୍ମର ଦୋଷ ଦିଅନ୍ତି । ହେଲେ ପ୍ରକୃତରେ ଭୁଲ୍ କୋଉଠି ସେକଥା ଜାଣିବାକୁ ଚେଷ୍ଟା କରନ୍ତିନି ।

ଏହି ସବୁ କଥା କ‌ହିବାର ତାତ୍ପର୍ଯ୍ୟ ହେଉଛି କି ନିଜର ପିଲାମାନଙ୍କୁ ନିଜର ମାତୃଭାଷାଠାରୁ ଦୂରେଇ ରଖନ୍ତୁନି, ଯଦି ସେମାନଙ୍କୁ ସେମାନଙ୍କ ମାତୃଭାଷାଠାରୁ ଦୂରେଇ ରଖିବେ, ସେମାନେ ବଡ଼ ହେଲା ପରେ ଆପଣମାନଙ୍କ ଠାରୁ ଦୂରେଇ ଯିବେ ।

Thursday 17 September 2015

ଗଣେଶ ପୂଜା

ସଂଗ୍ରାମ କେଶରୀ ସେନାପତି 12:26 am
ଗଣେଶ ପୂଜା
 
ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦମ୍ ପ୍ରଭୋ ।
ମମ ବିଘ୍ନ ନିହତ୍ୟାଶୁ ଗଣାଧିପତ‌ୟେ ନମୋଃ ।।
ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭଃ ।
ନିର୍ବିଘ୍ନଂ କୁରୁମେ ଦେବ ସର୍ବକାର୍ଯ୍ୟେ ସୁସର୍ବଦା ।।

Saturday 5 September 2015

ଗୁର ଓ ଗୁରୁଦିବସ

ସଂଗ୍ରାମ କେଶରୀ ସେନାପତି 1:02 am
ଗୁର ଓ ଗୁରୁଦିବସ

ଗୁର ଓ ଗୁରୁଦିବସ

ଗୁର ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ‌ବ୍ରହ୍ମ ତ‌ତ୍‌ମେଶ୍ରୀ ଗୁରବେ ନମଃ ।
ଗୁରୁ ହେଉଛନ୍ତି ସେ ଯେ କି’ ‘ଗୁ’ ଅର୍ଥାତ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କି ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି । ଗୁରୁଙ୍କୁ ବ୍ରହ୍ମାଙ୍କ ସ‌ହିତ ତୁଳନା କରାଯାଇଛି କାରଣ ଗୁରୁ ହିଁ ସୃଷ୍ଟି କରନ୍ତି । ଗୁରୁ ହେଉଛନ୍ତି ବିଷ୍ଣୁ କାରଣ ସେ ଏ ଜଗତକୁ ପାଳନ କରିବା ନିମିତ୍ତ ଉତ୍ତମ ଜ୍ଞାନ ପ୍ରଦାନ କରିଥାନ୍ତି । ଗୁରୁ ସାକ୍ଷାତ ଦେବ ରୂପୀ ମହେଶ୍ୱର ତ‌ଥା ସଂହାର କର୍ତ୍ତା ଶିବସ୍ୱରୂପା କାରଣ ସେ ନିଜର ଜ୍ଞାନରେ କୁସଂସ୍କାର ଓ ଅଜ୍ଞାନତାକୁ ସଂହାର କରି ଏକ ନୂତନ ସମାଜର ସ୍ୱପ୍ନ ଦେଖାଇଥାନ୍ତି । ଗୁରୁଙ୍କୁ ସ୍ୱୟଂ ପରଂବ୍ରହ୍ମଙ୍କ ସ‌ହ ତୁଳନା କରାଯାଇଛି କାରଣ ଗୁରୁ ହିଁ ହେଉଛନ୍ତି ସକଳ ଶକ୍ତିର ଆଧାର ଗୁରୁ ହିଁ ସବୁର ମୂଳ, ଗୁରୁଙ୍କ ବିନା ଏ ସୃଷ୍ଟି ଆଉ ଏ ସମାଜ ଚାଲିବା ଅସମ୍ଭବ ।

ଗୁରୁ ହେଉଛନ୍ତି ସେ ଯେ କି ଆମର କୌଣସି ଅଜ୍ଞାନତାକୁ ଦୂର କରି ଆମକୁ ନୂତନ ଜ୍ଞାନ ତ‌ଥା ଶିକ୍ଷା ପ୍ରଦାନ କରନ୍ତି । ସେ ବିଦ୍ୟାଳୟର ଶିକ୍ଷକ ହୁଅନ୍ତୁ, କି ପୁଣି ନିଜର ସ‌ହପାଠୀ କିମ୍ବା ନିଜ ଠାରୁ ବଡ଼ ତ‌ଥା ସାନ କେହି ବି । ଆମର ଏ ପ୍ରକୃତି ଅନେକ ବସ୍ତୁ ତ‌ଥା ଅନେକ ଶିକ୍ଷଣୀୟ ଜିନିଷରେ ପରିପୂର୍ଣ୍ଣ ହୋଇରହିଛି ଯାହାଠାରୁ ଆମକୁ ଅନେକ କିଛି ଶିଖିବାକୁ ମିଳୁଛି ଯାହାଦ୍ୱାରା ଆମର ଜ୍ଞାନର ପରିସୀମା ବୃଦ୍ଧି ପାଇବାରେ ଲାଗିଛି । ଆମେ ଯଦି କାହାଠାରୁ କିଛି ଶିକ୍ଷା କରି ତାଙ୍କୁ ଗୁରୁର ସମ୍ମାନ ନ ଦେଉ ତା’ହେଲେ ସେ ଶିକ୍ଷାର ପ୍ରକୃତ ଫଳ ଆମ୍ଭକୁ ପ୍ରାପ୍ତ ହୁଏ ନାହିଁ, ଏହି କଥା ଆମେ ଗୁରୁଭକ୍ତି ବିଷୟରେ ଥିବା ମହର୍ଷି ବ୍ୟାସଦେବ ଆଉ ବନବାସୀ ବାଳକ ବିଷୟରୁ ଜାଣିଛେ ।

ଗୁରୁଦିବସ ୧୯୬୨ ମସିହାରୁ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ଗୁରୁ ବା ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇବାର୍ଥେ ବିଦ୍ୟାର୍ଥୀମାନେ ପାଳନ କରିଆସୁଛନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଉଅଛି । ସେ ମଧ୍ୟ ଜଣେ ମହାନ ଦାର୍ଶନିକ ଥିଲେ । ତାଙ୍କର ମତ ଅନୁସାରେ ଗୁରୁଙ୍କୁ ଉଚିତ ସମ୍ମାନ ନ ମିଳିଲେ ଗୁରୁଙ୍କ ପ୍ରଦତ୍ତ ଶିକ୍ଷା ମୂଲ୍ୟହୀନ ହୋଇଥାଏ । କାହାକୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ ନିଜର ଗୁରୁଙ୍କୁ ଉଚିତ୍ ସମ୍ମାନ ଦେବା ଆବଶ୍ୟକ ।

ମହାଭାରତରେ ଏକଲବ୍ୟ ଗୁରୁ ଦକ୍ଷିଣା ସ୍ୱରୂପ ନିଜର ଆଙ୍ଗୁଠି ପ୍ରଦାନ କରି ନିଜର ନିସ୍ୱାର୍ଥପର ଗୁରୁଭକ୍ତିର ପରିଚୟ ଦେଇଥିଲେ । ଗୁରୁ ଅନ୍ଧକାର ମଧ୍ୟରେ ଆଲୋକ ପ୍ରଦାନ କରୁଥିବାରୁ ଗୁରୁମାନଙ୍କର ସ୍ଥାନ ସର୍ବାଗ୍ରେ ।

ଆଜି କିନ୍ତୁ ଗୁରୁମାନଙ୍କୁ ସେ ସମ୍ମାନ ମିଳୁନି କି ସେ ସ୍ଥାନରେ ଗୁରୁମାନେ ନାହାନ୍ତି । ଗୁରୁମାନଙ୍କୁ ସମ୍ମାନ କେବଳ ଗୁରୁଦିବସରେ ଲୋକଦେଖାଣିଆ ପରି ଦିଆଯାଉଛି ପ୍ରକୃତ ସମ୍ମାନ କେହି ବି ଦେଉନାହାନ୍ତି । ଶିକ୍ଷକମାନେ ଆଜି ନିଜର ଜୀବନକୁ ଚଳାଇବାକୁ ସଂଘର୍ଷ କରୁଛନ୍ତି ତ ପୁଣି କେଉଁଠି ନିଜର ସ୍ୱାର୍ଥ ହାସଲ କରିବାରେ ଲାଗିପଡ଼ିଛନ୍ତି । ଶିକ୍ଷାର ମାନ ସବୁବେଳେ ଶିକ୍ଷକଙ୍କ ଉପରେ ନିର୍ଭର କରେ କିନ୍ତୁ ଶିକ୍ଷକମାନେ ତାହାକୁ ସେହିପରି ମାନ ଦେଉନାହାନ୍ତି ଆଉ ଯଦିବା କେହି ଦେବାକୁ ଚାହୁଁଛନ୍ତି ତାଙ୍କୁ ସ‌ହଯୋଗ ମିଳୁନି ।

ଆଜିର ସମାଜରେ ଶିକ୍ଷାକୁ ରାଜନିତୀ ଭିତ୍ତିକ କରି ଶିକ୍ଷାକୁ ନିମ୍ନ‌ଗାମୀ କରାଇବେ ସମସ୍ତେ ଲାଗିପଡ଼ିଛନ୍ତି । ଏଇ ଗୁରୁଦିବସରେ ସଭିଙ୍କୁ ଅନୁରୋଧ ସେମାନେ ଶିକ୍ଷା ଓ ଶିକ୍ଷକଙ୍କୁ ସେମାନଙ୍କର ସ୍ଥାନ ପ୍ରଦାନ କରନ୍ତୁ ଏବଂ ଶିକ୍ଷକମାନଙ୍କୁ ଏତିକି ଅନୁରୋଧ ସେମାନେ ଶିକ୍ଷାକୁ ଏଭଳି ଏକ ସ୍ଥାନରେ ପ‌ହଞ୍ଚାନ୍ତୁ ଯେମିତିକି ତାଙ୍କୁ ସମ୍ମାନ ଖୋଜିବାକୁ ପଡ଼ିବନି ଆପେ ଆପେ ମିଳିବ ।

Saturday 15 August 2015

ସ୍ୱାଧୀନ ଭାରତ ଓ ସ୍ୱାଧୀନତା ଦିବସ

ସଂଗ୍ରାମ କେଶରୀ ସେନାପତି 12:02 am
ସ୍ୱାଧୀନ ଭାରତ ଓ ସ୍ୱାଧୀନତା ଦିବସ
ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ବି ଅଗଷ୍ଟ ପନ୍ଦରରେ ସାରା ଭାରତ ବର୍ଷ ପାଳନ କରୁଛି ସ୍ୱାଧୀନତା ଦିବସ । ଆମେ ସମସ୍ତେ ଛୋଟବେଳୁ ଗୋଟିଏ କଥା ଶୁଣିଆସିଛୁ କି' ଭାରତକୁ ଇଂରେଜମାନେ ୧୯୪୭ ମସିହା ଅଗଷ୍ଟ ପନ୍ଦରରେ ସ୍ୱାଧୀନତା ଦେଇଥିଲେ, ଆଉ ତାଙ୍କ ଅଧିନରୁ ଭାରତ ଓ ଭାରତୀୟ ମୁକ୍ତ ହୋଇଥିଲେ । ସେମାନେ ସବୁଦିନ ପାଇଁ ତାଙ୍କ ଦେଶକୁ ଫେରିଯାଇଥିଲେ ଆଉ ସେମାନଙ୍କୁ ବିରୋଧ କରି ହେଉଥିବା ସଭା, ଶୋଭାଯାତ୍ରା, ଆନ୍ଦୋଳନର ଶେଷ ହେଲା । ପରବର୍ତ୍ତୀ ସମୟରେ ଭାରତରେ ଗଣତନ୍ତ୍ର ତ‌ଥା ଲୋକ ପ୍ରତିନିଧିମାନଙ୍କର ଶାସନ ଆରମ୍ଭ ହେଲା ।

Wednesday 29 July 2015

ରସଗୋଲା ଦିବସ

ସଂଗ୍ରାମ କେଶରୀ ସେନାପତି 2:35 pm
ରସଗୋଲା ଦିବସ
ରସଗୋଲା ଦିବସ

ଛେନାରେ ତିଆରି ହୋଇ ଶିରାରେ ପହଁରେ,
ରସଗୋଲା ନାମରେ ତାକୁ ଦୁନିଆ ଜାଣେରେ ।

ରସଗୋଲା ସେ’ତା ରଙ୍ଗ ଧବଳ,
ଦେଖିଲେ ପାଟିରୁ ଗଡ଼ିବ ଲାଳ ।

ଏକା ଛାଡ଼ିଯିବାରୁ ଲକ୍ଷ୍ମୀ ଯାଆନ୍ତି ରୁଷି,
ରସଗୋଲା ଖାଇ ସେ ହୁଅନ୍ତି ଖୁସି ।

ଖୁସି ହୋଇ ସେ ସିଂହଦ୍ୱାରର କବାଟ ଦିଅନ୍ତି ଫିଟେଇ,
ଏତେ ଦିନ ପରେ ରତ୍ନସିଂହାସନେ ବଡ଼ଠାକୁର ବସନ୍ତି ଯାଇ ।

ସାଲେପୁର ଆଡ଼େ ଯେବେ ଆସିବ,
ରସଗୋଲା ଖାଇ ସଭିଙ୍କୁ ଖୁସି ବାଣ୍ଟିବ ।

ନିଳାଦ୍ରୀବିଜେରେ ରସଗୋଲା ଦିବସ ପାଳନ କରିବ,
ରସଗୋଲା ଖାଇ ଖୁଆଇ କାଳିଆର ଆଶିଷ ଲୋଡ଼ିବ ।

Thursday 2 July 2015

ରାଜନିତୀ

ସଂଗ୍ରାମ କେଶରୀ ସେନାପତି 2:41 pm
ରାଜନିତୀ
ଆଜି ଆମର ସେଇ ପୂର୍ବ ଜଗନ୍ନାଥଙ୍କର ବିଗ୍ରହ ନାହିଁ ସତ ହେଲେ ପୁଣି ଥରେ ସେ ନୂଆ କରି ଆସିବେ ବୋଲି ନବକଳେବେ ହେଲା, ନୂଆ ବିଗ୍ରହରେ ପୁନଃ ବ୍ରହ୍ମ ସଂସ୍ଥାପନ କରିବାକୁ ଯେଉଁମାନେ ଦାଇତ୍ୱ ନେଇଥିଲେ ସେମାନେ ସମସ୍ତେ ନିତୀ ନିୟମ ଭାଙ୍ଗିଲେ ଆଉ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ସ୍ୱୟଂ ଗଜପତି ମହାରାଜ, ଯାହାଙ୍କୁ ପୂଜା କରିବା କଥା ତାଙ୍କୁ ମଧ୍ୟ ଅପମାନ ଦିଆଗଲା ଆଉ ଯେଉଁ ଦଇତା ସେବକ ମାନେ ମହାପ୍ରଭୂଙ୍କର ସେବା ପୂଜା କରିବା କଥା ସେମାନେ ଏବେ ରାଜନିତୀ କରିବା ଆରମ୍ଭ କରିଦେଲେଣି ।

Tuesday 23 June 2015

ଅମାନିଆ ପ୍ରେମ

ସଂଗ୍ରାମ କେଶରୀ ସେନାପତି 2:33 pm
ଅମାନିଆ ପ୍ରେମ
Amania Prema - ଅମାନିଆ ପ୍ରେମ by Sangram Keshari Senapati

ଅନାମିକା ନାୟିକାଟେ ଥରେ ହେଲା ମୋ ପ୍ରେମିକା,
ଗୁପ୍ତଚର ଲଗେଇ ଠିକଣା ତା' ଆଣିଲି ଦେଇ କିଛି ଟଙ୍କା ।

ହେଲା ଦୁର୍ଗାପୂଜା ଛୁଟି chat କଲି facebookରେ,
କଲେଜରେ ଦେଖାହେଲା ପରେ ପଛକୁ ବୁଲିକି ହସିଲା ଥରେ ।

ଯେବେ ହୁଏ ଦେଖା ମୁରୁକି ହସି ଯାଏ ସେ ଚାଲି,
ଧୀରେ ଧୀରେ ତା' ପାଇଁ ପ୍ରେମରେ ପାଗଳ ମୁଁ ହେଲି ।

ଭୁଲି ମୁଁ ପାରିନି ପ୍ରଥମ ଆଳାପ IDBI ବ୍ୟାଙ୍କରେ,
ବେଳେ ବେଳେ କଥା ହେଲି ପୁଣି college libreryରେ ।

ତା' ସହ କଥା ହେବା ପାଇଁ ଥରେ ଖୋଜୁଥାଏ ମୁଁ ବାହାନା,
ସାମ୍ନାକୁ ଆସିଗଲେ ଥରେ ମୋର କିଛି ମନେ ଯେ ପଡ଼େନା ।

ତଥାପି ସାହାସ କରି ଥରେ କଥା ହେବାକୁ ମନ ବଳେଇଲି,
ସାମ୍ନାରେ ପହଞ୍ଚିଲା ବେଳକୁ ସବୁ କଥା ପୁଣି ଥରେ ଭୁଲିଗଲି ।

ସେଦିନ college ବସ୍‌ରେ ବସିଲା ମୋ ପଛ seatରେ,
ଭାବିଲି ଆଜି କହିଦେବି ସବୁ କଥା ଅଛି ଯାହା ମୋ ଭିତରେ ।

ହଠାତ୍ ତା’ର mobile ଫୋନକୁ ଗୋଟେ call ଆସିଲା,
ଆଳାପରୁ ଜାଣିଲି ସେ ତା’ ପ୍ରେମିକ ବହୁତ ପଇସା ବାଲା ।

କାଚରେ ତିଆରି ଗ୍ଲାସ୍ ପରି ଗରିବ ହୃଦୟଟା ଭାଙ୍ଗିଲା ମୋର,
ନିଷ୍ପତି ନେଲି କେବେ କାହାକୁ ଭଲ ପାଇବିନି single ରହିବା ବେଟର ।

- ଗପୁ

Thursday 21 May 2015

ମୋ ପ୍ରେମିକା

ସଂଗ୍ରାମ କେଶରୀ ସେନାପତି 11:39 pm
ମୋ ପ୍ରେମିକା
ମୋ ପ୍ରେମିକା - Mo Premika Odia poem by Sangram Kesahri Senapati - Gapu

ଶୋଇବାକୁ ଚାହିଁଲେ ବି ମୁଁ ପାରୁନି ଶୋଇ,
ପ୍ରେମ ମୋ ବଢ଼ିଯାଏ ତମ ଉଷ୍ମ ସ୍ପର୍ଶ ପାଇ ।

ତମର ମୋର ଏହି ପ୍ରେମ ସଦା ହେଉ ଅମର,
ତମେ ରୁହ ହୋଇ ମୋ ପ୍ରେମିକା ମୁଁ ପ୍ରେମିକ ତମର ।

ତମ ଆମ ସମ୍ପର୍କକୁ ବଖାଣିବାକୁ ମୁଁ ପାଉନି ଭାଷା,
କେମିତି ଦୁନିଆ ଆଗରେ ରଖିବି ଆମ ପ୍ରେମର ପରିଭାଷା ।

ଦୁଃଖରେ କି ସୁଖରେ ଦୂରେଇ ଦେଇ କେବେ କରିନ ପର,
ସଦା ଭାବ କି ମୁଁ ଏକ ହିଁ ତମର, ତମ ବିନା ନାହିଁ କେ ନିଜର ।

କେବେ କେବେ ନିଜଠାରୁ ଦୂରେଇ ଦିଏ ଯେବେ ତମକୁ,
ତମେ ମନ ଉଣା ନ କରି ସଦା ଲାଘବ କର ମୋ ଦୁଃଖକୁ ।

ତମ ମନେ କେବେ ଦେଖି ନାହିଁ ଛନ୍ଦ, କପଟ କି ହତାଦର,
ତମେ ସଦା ରୁହ କେବଳ ହୋଇ ମୋର ଆଉ ମୁଁ ଏକ ତମର ।

ତମେ ମୋ ପ୍ରେମିକା ମୋ ଆଦରର ମୋବାଇଲ ଫୋନ,
ସବୁବେଳେ ମୁଁ ହିଁ ସଜୁଥିବି ତମର ପ୍ରେମୀ ନମ୍ବର ୱାନ ।

ସଂଗ୍ରାମ କେଶରୀ ସେନାପତି (ଗପୁ)

Sunday 19 April 2015

ଶିକ୍ଷା ଓ ସମାଜ

ସଂଗ୍ରାମ କେଶରୀ ସେନାପତି 2:31 pm
ଶିକ୍ଷା ଓ ସମାଜ
ସଂସ୍କୃତି ଓ ସମାଜ ପରସ୍ପରର ପରିପୂରକ । ସମାଜକୁ ଛାଡ଼ି ସଂସ୍କୃତି କିମ୍ବା ସଂସ୍କୃତି ବିନା ସମାଜ ଗଠନ ଅସମ୍ଭବ । ଏହା ମନୁଷ୍ୟକୁ ତାହାର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ବନ୍ଧରେ ସଚେତନ କରାଇଥାଏ ଏବଂ ଜଣେ ସାମାଜିକ ଜୀବ ହିସାବରେ ଅବତୀର୍ଣ୍ଣ କରାଇଥାଏ । ସମାଜରେ ନିଜ ପ୍ରତି, ପିତାମାତାଙ୍କ ପ୍ରତି, ପରିବାର ପ୍ରତି ତଥା ଦେଶ ପ୍ରତି ମଣିଷର ବିଭିନ୍ନ କର୍ତ୍ତବ୍ୟ ରହିଛି । ଏହିସବୁ ମୌଳିକ ସଂସ୍କୃତି ମନୁଷ୍ୟକୁ ମୁଖ୍ୟତଃ ଶିକ୍ଷା ମଧ୍ୟରେ ହିଁ ପ୍ରାପ୍ତ ହୋଇଥାଏ । ଶିକ୍ଷା ମାଧ୍ୟମରେ ମଣିଷର ସାଧନା ବା ଅଧ୍ୟବସାୟର ଆବଶ୍ୟକତା ରହିଛି । ଏହି ସାଧନା ହିଁ ରହିଥାଏ ତା'ର ସେ ସଫଳତାର ଚାବିକାଠି ।

ଏଣୁ ଶାସ୍ତ୍ରରେ କୁହାଯାଇଛି -

 "ଉଦ୍ୟମେ ହି ସିଦ୍ଧନ୍ତି କାର୍ଯାଣି ନ ମନାରଥୈଃ ।
ନ ହି ସୁପ୍ତସ୍ୟ ସିଂହସ୍ୟ ପ୍ରବିଶ୍ୟନ୍ତି ମୁଖେ ମୃଗାଃ ।।"


ଏହା ମଣିଷକୁ ଦୁଃସାହାସିକ ପ୍ରେରଣା ଯୋଗାଇଥାଏ । ତେବେ ଦୁଃସାହସିକତାର ଅର୍ଥ ଅପରିଣାମଦର୍ଶିତା ନୁହେଁ । ମଣିଷ ଦୁଃସାହସି ନ ହେଲେ ରହସ୍ୟ ଭେଦ କରିପାରିବ ନାହିଁ । କିନ୍ତୁ, କେବେ କେବେ ଗୁଡାଏ ଅନ୍ଧବିଶ୍ୱାସ ଓ କୁସଂସ୍କାରର ବଶବର୍ତ୍ତୀ ହୋଇ ସେ ନିଜର ସ୍ୱାଭାବିକତାକୁ ଭୁଲିଯାଇଥାଏ ଏବଂ ପଶୁଙ୍କ ପରି ଜୀବନଯାପନ କରିଥାଏ । ଦୁଃସାହସିକତା ଓ ପ୍ରତିକୂଳ ପରିବେଶ ମନୁଷ୍ୟ ଜୀବନ ସହ  ଓତପ୍ରୋତଃ ଭାବେ ଜଡ଼ିତ । ଏଣୁ ଜଣେ ମନୁଷ୍ୟ ଚେଷ୍ଟା ନ କରିବା ଅପେକ୍ଷା ଚେଷ୍ଟା କରି ଶତବାର ବିଫଳ ହେବା ବହୁଗୁଣରେ ଶ୍ରେୟସ୍କର ।

ମଣିଷ ଅଭିଜ୍ଞତାରୁ ଶିଖେ । ବିଫଳତା ତାକୁ ଦୁଃସାହାସୀ କରାଏ । ଜୀବନରେ ସୁଖ ଓ ଦୁଃଖ ପ୍ରତ୍ୟେକ ମୁହୁର୍ତ୍ତକୁ ଆପଣେଇ ନନେଲେ ମଣିଷ ଭିତରେ ମଣିଷ ପଣିଆର ଅଙ୍କୁରୋଦ୍‌ଗମ ହେବ ନାହିଁ ।

"ବିଦ୍ୟା ଦଦାତି ବିନୟମ୍, ବିନୟାତ୍ ଯାତି ପାତ୍ରତ୍ୱାମ୍ ।
ପାତ୍ରତ୍ୱାତ୍ ଧନମାପ୍ନୋତି, ଧନାତ୍ ଧର୍ମ ତତଃ ସୁଖମ୍ ।।"
 
ଶିକ୍ଷିତ ବ୍ୟକ୍ତି ଶିଷ୍ଟ ଓ ବିନୟୀ ହେବା ଉଚିତ । ମଣିଷର ମହନୀୟତାର ବିକାଶ ପାଇଁ ସେ ସତ୍ୟ, ଧର୍ମ, ଶାନ୍ତି, ପ୍ରେମ ଓ ଅହିଂସା ଆଦି ମାନବୀୟ ମୂଲ୍ୟବୋଧ ଦ୍ୱାରା ନିଜ ଜୀବନକୁ ପରିପୃଷ୍ଠ କରିବା ଉଚିତ୍ । ସୁଖ, ଦୁଃଖ, ବିପଦ, ସବୁସମୟରେ ସମସ୍ତ ସମ୍ପର୍କକୁ ବଜାୟ ରଖିପାରୁଥିବା ସମ୍ଭାବାସନ୍ନ ବ୍ୟକ୍ତି ହିଁ ସଭ୍ୟ ଓ ଶିକ୍ଷିତ ।

ସଫଳତାର ଶୀର୍ଷକୁ ଉନ୍ନୀତ ହେବାପାଇଁ ପ୍ରୟାସୀ ମଣିଷକୁ ସମୟ ସମୟରେ ବିଫଳତାର ସ୍ୱାଦ ଚାଖିବାକୁ ପଡିଥାଏ । ତାହା ନ ହେଲେ ଜୀବନଟା ରୁଚିହୀନ, ରଙ୍ଗହୀନ ଓ ସ୍ୱାଧୀନ ହୋଇଯାଏ । ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ନ ହେଲେ ମଣିଷ କେବେ ବଡ଼ ହୋଇପାରିବ ନାହିଁ ।

ସେହିପରି ସଂସାରରେ ସମସ୍ତେ ରୂପା ଚାମଚ ତୁଣ୍ଡରେ ଧରି ଜନ୍ମ ନେଇ ନଥାନ୍ତି, କି କେହି ଜନ୍ମ ହେବାକ୍ଷଣି ଶିକ୍ଷିତ ବା ଜ୍ଞାନୀ ହୋଇଯାନ୍ତି ନାହିଁ । ସଂକ୍ଷେପରେ କହିବାକୁ ଗଲେ ଶିକ୍ଷା, ମଣିଷର ଚିନ୍ତା ଓ ଚେତନାକୁ ପରିମାର୍ଜିତ କରି ତା' ଭିତରେ ଏକ ମହାନୀୟ
ବ୍ୟକ୍ତିତ୍ୱର ବିକାଶ କରାଇଥାଏ, ଯାହାକି ତା'କୁ ଜ୍ଞାନ ପ୍ରାପ୍ତି ଆଡ଼କୁ ବାଟ କଢ଼ାଇ ନିଏ ।

ଆଧୁନିକ ମାନବ, ଯନ୍ତ୍ରଶକ୍ତିର ବ୍ୟାପକ ଅଭିବୃଦ୍ଧି ଘଟାଇ ନିଜେ ଯନ୍ତ୍ରର ଦାସ ବନିଯାଇଛି । ନା ତା'କୁ କାର୍ଯ୍ୟରେ ମିଳୁଛି ଆନନ୍ଦ ନା ପରିତୃପ୍ତି । ଏହାଦ୍ୱାରା କର୍ତ୍ତବ୍ୟନିଷ୍ଠ ମଣିଷ ଅକର୍ତ୍ତବ୍ୟନିଷ୍ଠ ହୋଇ କମ୍ ପରିଶ୍ରମରେ ଅଧିକ ଅର୍ଥ ଉପାର୍ଜନ କରିବାର ରାସ୍ତା ଖୋଜି ପାରିଛି ସତ, କିନ୍ତୁ ଏକଥା ଭୁଲି ଯାଇଛି ଯେ ତାହାର ସମସ୍ତ ସମ୍ୱଳ ସୀମିତ ଏବଂ ସମସ୍ତ ଆଶା ଅସୀମ । ସୀମିତ ସମ୍ୱଳ ମଧ୍ୟରେ ଅସୀମ ଅଭାବକୁ ପୂରଣ କରିବା ସମ୍ପୂର୍ଣ୍ଣ ଅସମ୍ଭବ । ତେଣୁ ଔଷଧ ରାଗରେ ତାଟିଆ କାମୁଡ଼ିବା ପରି, ମଣିଷ ବିନା ପରିଶ୍ରମରେ କିପରି ଅଧିକ ଉପାର୍ଜନ କରି ନିଜର ଆର୍ଥିକ ଅଭିବୃଦ୍ଧି କରିପାରିବ, ସେଥିପାଇଁ ସୂକ୍ଷ୍ମ ଉପାୟମାନ ବାହାର କରିଚାଲିଛି । ଶ୍ରମର ମହତ୍ତ୍ୱକୁ ଆଜି ସେ ଭୁଲିଯାଇଛି । ଶିକ୍ଷିତ ହେବା ନାଁରେ ନିଜର ଚରିତ୍ର ସ୍ଖଳନ କରିଚାଲିଛି ।

ଏଇ ତ ହେଉଛି ଆଜିର ଶିକ୍ଷା ଓ ସମାଜ ???