ଦିନ ପରେ ଦିନ ଗଡ଼ିଚାଲିଲା, ଦେଖୁ ଦେଖୁ
ଚାରିବର୍ଷ ବି ଶେଷ ହେବାକୁ ବସିଲା ଆଉ ଆସି ପହଞ୍ଚିଗଲା ଗ୍ରାଣ୍ଡ ଭାଇବା । ଏହା ପରେ
ଶେଷ ସେମିଷ୍ଟାର ପରୀକ୍ଷା ଆଉ ଶେଷରେ ମେଜର ପ୍ରୋଜେକ୍ଟ । ଯାହା ଯେମିତି ହେଉ ସବୁ ଶେଷ
ହେଇଯିବା ପରେ ବିଦାୟ ନେଇଗଲୁ କଲେଜରୁ । କିଛିଦିନ ଘରେ ରହିବା ପରେ ସାଙ୍ଗମାନଙ୍କ ସହ
ମିଶି ଚାଲିଲୁ ଏବେ ଚାକିରୀ ଅନ୍ୱେଷଣରେ ।
Tuesday, 14 March 2017
Saturday, 11 March 2017
ଶାସ୍ତ୍ରୀୟ ଭାଷା ଓଡ଼ିଆ
ସଂଗ୍ରାମ କେଶରୀ ସେନାପତି
8:35 am
୨୦ ଫେବୃଆରୀ ୨୦୧୪ରେ ଦିନ କେନ୍ଦ୍ର ସରକାର ଓଡ଼ିଆ ଭାଷାକୁ ଶାସ୍ତ୍ରୀୟତାର ମାନ୍ୟତା ଦେଇଥିଲେ ଓ ମାର୍ଚ୍ଚ ୧୧ତାରିଖ ଦିନ, ଏ ନେଇ ଗାଜେଟ ନୋଟିଫିକେସନ ଜାରି କରାଯାଇଥିଲା । ଏହି ମାନ୍ୟତା ପାଇବାରେ ଓଡ଼ିଆ ହେଲା ଷଷ୍ଠ ଭାଷା ।
୨୦୧୩ ମସିହା ଜୁଲାଇ ୨୩ ତାରିଖରେ ଭାଷାବିଶେଷଜ୍ଞ କମିଟି ଓଡ଼ିଆକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ ପାଇଁ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ । ଶାସ୍ତ୍ରୀୟ ଭାଷା ହେବା ଫଳରେ ଓଡ଼ିଆ ଭାଷାରେ ଉଲ୍ଲେଖନୀୟ ଅବଦାନ ସକାଶେ ପ୍ରତିବର୍ଷ ଦୁଇଟି ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯିବ ।
Thursday, 9 March 2017
ସାଥୀ
ସଂଗ୍ରାମ କେଶରୀ ସେନାପତି
10:38 pm
ଜୀବନରେ ଅନେକ ଲୋକ ଥା'ନ୍ତି, ଯେଉଁମାନେ ଏକୁଟିଆ ଚାଲିବା ଶିଖିନଥାନ୍ତି । ସେମାନେ ସଦାସର୍ବଦା କାହାର ନା କାହାର ହାତ ଧରି ବାଟ ଚାଲୁଥାନ୍ତି । ଆଉ ବି କେହି କେହି ଅଛନ୍ତି, ସେମାନେ କୌଣସି ଲୋକର ହାତ ନ ଧରି ଏକୁଟିଆ ଚାଲିବା ଶିଖିଥାନ୍ତି । ସେମାନେ ତାଙ୍କ ପାଇଁ ସବୁକିଛି ଏକୁଟିଆ ନିର୍ଦ୍ଦାରଣ କରିଥାନ୍ତି, ସବୁବେଳେ ଏକା ଏକା ରହିବାକୁ ପସନ୍ଦ କରନ୍ତି, କାହା ସହ ବେଶି ମିଶନ୍ତିନି । ଆଉ ବି କିଛି ଅଛନ୍ତି ସେମାନେ ଏକା ଏକା ବଢ଼ିଛନ୍ତି, ମାତ୍ର ସାଥୀଟିଏ ଖୋଜି ବୁଲନ୍ତି ଆଗକୁ ବଢ଼ିବାକୁ । ହେଲେ ସବୁବେଳେ କ'ଣ ସଭିଙ୍କୁ ସାଥିଟିଏ ମିଳିଥାଏ କି?
ବାବା ଆଖଣ୍ଡଳମଣୀଙ୍କର ଘର୍ଷଣ
ସଂଗ୍ରାମ କେଶରୀ ସେନାପତି
9:05 pm
ଦେଶୀ ଗାଈର ଦୁଧ, ଘିଅ, ଦହି, ମହୁ ଓ ଶର୍କରା (ତୁଳସୀ) ଆଦି ପାଞ୍ଚଟି ଦ୍ରବ୍ୟର ମିଶ୍ରଣକୁ ପଞ୍ଚାମୃତ କୁହାଯାଏ । ପଞ୍ଚାମୃତର ମହତ୍ଵ ପଞ୍ଚଗବ୍ୟ ସହ ସମାନ ଅଟେ । ପଞ୍ଚାମୃତ ହିନ୍ଦୁ ସଂସ୍କୃତିରେ ବିଭିନ୍ନ ଧର୍ମକାଣ୍ଡରେ ବ୍ୟବହୃତ ହୁଏ । ଏଥିରେ ଦୁଧ, ଘିଅ, ତୁଳସୀପତ୍ର ତଥା ଗଙ୍ଗାଜଳ ମଧ୍ୟ ମିଶୁଥିବାରୁ ଏହା ଅମୃତ୍ୟ ତୁଲ୍ୟ ହୋଇଥାଏ । ଏ ସଂସାରରେ ଯେତେ ରସାୟନ (ଟନିକ୍) ଅଛି ତା ମଧ୍ୟରେ ପଞ୍ଚାମୃତ ହେଉଛି ଅଳ୍ପ ମୂଲ୍ୟରେ ପ୍ରସ୍ତୁତ ହେଉଥିବା ଅତି ଉତ୍କୃଷ୍ଟ ରସାୟନ । ଏହି ପଞ୍ଚାମୃତ ସକରାତ୍ମକ ଶକ୍ତି ଧାରଣ କରୁଥିବାରୁ ଦେବଦେବୀ ପୂଜା ପୂର୍ବରୁ ସେ ସ୍ଥାନରେ ଏହାକୁ ପ୍ରସ୍ତୁତ କରି ରଖାଯାଏ ।
Labels:
Epic,
Gapu Photography,
My Photography,
Mythology,
Odia,
Odisha,
Tourism