ଘରକୁ ପଶି ଆସୁଥିବା ବେଳେ ବାଟ ଓଗାଳି ଛିଡ଼ା ହୋଇଗଲା ସ୍ମିତା । ମୁହଁ ଲାଲ ଦେଖାଯାଉଥିଲା । "କୋଉଠି ଥିଲ ଏତେବେଳ ଯାଏଁ? ଏଇଟା ଘର ନା ଆଉ କିଛି? ତମର ଯେବେ ଇଚ୍ଛା ହେବ ଆସିବ ଆଉ ଯିବ? ଆଉ କାହା ପ୍ରତି ତୁମର କିଛି ଦାୟିତ୍ୱ ଅଛି ବୋଲି ଜାଣିଛ ନା ନାହିଁ?" ପିନ୍ଧିଥିବା ସାର୍ଟକୁ ଖୋଲି ଦେଇ ସ୍ମିତାକୁ ଧକ୍କାଦେଇ ଘର ଭିତରକୁ ପଶିଗଲା ପ୍ରଶାନ୍ତ । ସ୍ମିତା ସେମିତି ବିରକ୍ତ ହେଉଥିବା ବେଳେ କହିଲା, "ମୋତେ ଭୋକ ଲାଗିଲାଣି, ଜଳଦି ଖାଇବାକୁ ବାଢ଼ ।"
ସ୍ମିତା ଆବାକ୍ ହୋଇ ଚାହିଁ ରହିଥିଲା । କି ଅଦ୍ଭୁତ ମଣିଷ ଇୟେ? ଏତେ ବିରକ୍ତ ହୋଇ ଗାଳି କରିଲେ ବି କିଛି ଫରକ୍ ପଡ଼ୁନି? ନା, ଆଜି ଯାହା ବି ହେଉପଛେ ଏହାର କିଛି ଗୋଟେ ସମାଧାନ କରିବାକୁ ପଡ଼ିବ । ସବୁବେଳେ ଏମିତି ବିଳମ୍ବରେ ଘରକୁ ଆସିବା ଚଳିବ ନାହିଁ । ଆଜି ଖାଇବାକୁ ମିଳିବ ନାହିଁ ବୋଲି ସ୍ମିତା ଘୋଷଣା କରିଦେଲା ।
ସ୍ମିତାଙ୍କ ମୁହଁରୁ ଏହି ଘୋଷଣା ଶୁଣିବା ପରେ ଚୁପ୍ଚାପ୍ ପ୍ରଶାନ୍ତ ଚାଲିଗଲେ ତାଙ୍କର ଶୋଇବା ଘରକୁ । ବିଛଣା ଉପରେ ବସି ପଲଙ୍କ ବାଡ଼ାକୁ ଆଉଜେଇ ପଡ଼ିଲେ । ଗୋଡ଼ ଉପରେ ଗୋଡ଼ ପକେଇ ଆଖି ବନ୍ଦ କରି ସେଇ ପୁରୁଣା ଦିନରେ ହଜିଗଲେ । ଆଖି ଆଗରେ ଭାସିଆସିଲା ତାଙ୍କର ସେ ପୁରଣା ସ୍ମୃତି ସବୁ । ପ୍ରଶାନ୍ତ ଜଣେ ମଧ୍ୟବିତ୍ତ ପରିବାରର ପିଲା । ଛୋଟବେଳୁ ସେ ଦାରିଦ୍ରକୁ ଅତି ପାଖରୁ ଦେଖିଛି । ବାପା ତାଙ୍କର ଜଣେ ସରକାରୀ କିରାଣୀ ଥିଲେ, କିନ୍ତୁ ଆରମ୍ଭରୁ ଲାଗିରହିଥିବା ଅଭାବ ଅନଟନ ସାଙ୍ଗକୁ ତା'ର ମାଆଙ୍କର ଅସୁସ୍ଥତାରେ ସବୁ ଖର୍ଚ୍ଚ ହୋଇଯାଏ ।
ତଥାପି ତା'ର ବାପା ସେ ଭାଇ ଭଉଣୀ ଦୁଇଜଣଙ୍କୁ କେବେ କୌଣସିଥିରେ କମ୍ କରିନାହାନ୍ତି । ନିଜେ ଭଲ ପୋଷାକଟିଏ ପଛେ ପନ୍ଧିନାହାନ୍ତି, କିନ୍ତୁ ଉଭୟଙ୍କ ପାଇଁ କେବେ କୌଣସିଥିରେ ମନା କରିନାହାନ୍ତି । ପିଲାଦୁହିଙ୍କୁ ପାଠ ପଢ଼େଇ ମଣିଷ କରିବାର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଥିବାବେଳେ ପ୍ରଶାନ୍ତ ତାଙ୍କର ହରାଇଥିଲେ ତାଙ୍କର ମାଆଙ୍କୁ । କିଛିବର୍ଷ ପରେ ତାଙ୍କର ବଡ଼ ଭଉଣୀଙ୍କର ବିଭାଘର ହୋଇଗଲା । ସେତେବେଳକୁ ପ୍ରଶାନ୍ତ ତାଙ୍କର ସ୍ନାତକ ହାସଲ କରିସାରିଥିଲେ । ଏବେ ତାଙ୍କର ପିତା ମଧ୍ୟ ଚାକିରୀରୁ ଅବସର ନେଇସାରିଥିଲେ । ଲକ୍ଷ୍ୟ ଥିଲା, ପ୍ରଶାନ୍ତ ଭଲ ଚାକିରୀଟିଏ କଲେ ସେମାନଙ୍କର ଦୁଃଖ ଦୂର ହୋଇଯିବ । କିନ୍ତୁ, ଚାକିରୀଟିଏ ମିଳିବା ଏତେ ସହଜ କଥା ନୁହେଁ । କମ୍ପାନୀରୁ କମ୍ପାନୀ ବୁଲି ବୁଲି ଚପଲ ବଦଳିଗଲା, ହେଲେ ଚାକିରୀ ମିଳିପାରିଲା ନାହିଁ ।
ବଡ଼ ହୋଇ ଭଲ ଚାକିରୀଟିଏ କରିବା ପରେ ବାପାଙ୍କର ଦୁଃଖ କରିବାର ସ୍ୱପ୍ନ ଦେଖିଥିବା ପ୍ରଶାନ୍ତ ତା'ର ବାପାଙ୍କର ପେନସନ୍ ଟଙ୍କାରେ ହିଁ ଚଳୁଥିଲା । ବୟସ ଅଧିକ ହେବା ଯୋଗୁଁ ତା'ର ବାପାର ଦେହ ବି ସବୁବେଳେ ଭଲ ରହୁନଥାଏ । ଏମିତିରେ ଚାକିରୀ ଖୋଜିବା ପାଇଁ ସବୁବେଳେ ବାହାରକୁ ଯିବାକୁ ପଡ଼ୁଥାଏ । ଏମିତିକି କେବେ କେବେ ୩/୪ ଦିନ ଯାଏଁ ତାକୁ ବାହାରେ ରହିବାକୁ ପଡ଼ିଥାଏ । ସେତେବେଳେ ବାପାଙ୍କର ଅସୁବିଧା ନ ହେବା ପାଇଁ ସେ କିଛି ବି କରିପାରୁନଥାଏ । ନିଜର ଭାଗ୍ୟକୁ ଆଦରି ସବୁକିଛିକୁ ସହିନେବା ବ୍ୟତୀତ ତା'ର ଆଉ କୌଣସି ଉପାୟ ବି ନ ଥାଏ ।
ଭଗବାନ ସମୟ ସମୟରେ ସମୟ ଦେଖି ସଭିଙ୍କର ପରୀକ୍ଷା ନେଇଥାନ୍ତି ଆଉ ସେଇଟା ଥିଲା ପ୍ରଶାନ୍ତର ପରୀକ୍ଷାର ବେଳ । ସବୁ ପରୀକ୍ଷାକୁ ସାମ୍ନା କରିବାପରେ ଶେଷରେ ଗୋଟିଏ ବେସରକାରୀ ସଂସ୍ଥାରେ ଚାକିରୀଟିଏ ମିଳିଲା । ବେସରକାରୀ ଚାକିରୀରେ ଟଙ୍କା କାମ କରିବା ଅନୁସାରେ ମିଳେ । ଯେତେ ପରିଶ୍ରମ କରିବ, ସେତେ ଅଧିକ ମିଳିବ । ପ୍ରଶାନ୍ତ ସବୁବେଳେ କାମର ଧ୍ୟାନ ଦେଉଥାଏ । ହେଲେ ଆଶାନୁରୂପ ପାରିଶ୍ରମିକ ମିଳିବା କଷ୍ଟ । ଚାକିରୀ ମିଳିବାର ଏବେ ତିନି ବର୍ଷ ହୋଇସାରିଥିଲା । ଏହା ଭିତରେ ପ୍ରଶାନ୍ତର ବିଭାଘର ତା'ର ବାପା ଠିକ୍ କରିସାରିଥିଲେ । ଆଶା କରିଥିଲେ ବାହାଘର ପରେ ପୁଅ-ବୋହୂଙ୍କ ସହ ସୁଖରେ ଦିନଗୁଡ଼ିକ କଟିଯିବ ।
ଠିକ୍ ସମୟରେ ବାହାଘର ହୋଇଗଲା । ହେଲେ ମାତ୍ର ଦିନ କେଇଟାରେ ସବୁକିଛି ବଦଳିଗଲା । ବାହାଘର ପରେ ପୁଅ ସହ ବାହାରେ ରହିବାକୁ ବୋହୂର ଜିଦ୍ ଆଗରେ ମୁଣ୍ଡ ନୁଆଁଇଲେ ପ୍ରଶାନ୍ତର ବାପା । ସୁଖର ଦିନ ଆରମ୍ଭ ହେଉ ହେଉ ଲିଭିଗଲା ତାଙ୍କ ଜୀବନରୁ । ପୁଅ-ବୋହୂ ବାହାରେ ରହିବାର ମାତ୍ର କେଇ ମାସ ଭିତରେ ଆଖି ମୁଜିଦେଲେ ସେ । ଏବେ ରଶ୍ମିଙ୍କୁ ଆଉ କିଛି ଅସୁବିଧା ନ ଥିଲା । ଆରମରେ ରହିବା ଏବଂ ମଉଜ ମଜଲିସ୍ରେ କଟିଚାଲିଥାଏ ତାଙ୍କର ଦିନ ।
ରଶ୍ମି ଥିଲେ ତାଙ୍କର ବାପାଙ୍କର ଗୋଟିଏ ବୋଲି ଝିଅ । ସବୁବେଳେ ବାପା ତାଙ୍କର କଥାରେ ହଁ ଭରି ଆସିଥିଲେ । ସେଇଥିପାଇଁ ତାଙ୍କର ସବୁଥିରେ ଜିଦ୍ ଏବଂ ତାଙ୍କର ଜିଦ୍ ଆଗରେ କେହି ବି ତିଷ୍ଠି ପାରନ୍ତିନି । ପ୍ରଶାନ୍ତ ବା କେମିତି ତିଷ୍ଠିବେ । ତେଣୁ ପ୍ରଶାନ୍ତଙ୍କର ଏବେ ପରିଶ୍ରମ ଅଧିକ ବଢ଼ିଯାଇଥାଏ । ହେଲେ ରଶ୍ମିଙ୍କୁ ସେଥିରେ କିଛି ବି ଫରକ ପଡ଼େନି । ତାଙ୍କ ମତରେ, ସେ ତାଙ୍କର ହାତ ଧରିଛନ୍ତି ମାନେ ତାଙ୍କୁ ତାଙ୍କର ସବୁକିଛି ପୂରଣ କରିବାକୁ ହେବ । ଅବଶ୍ୟ ପ୍ରଶାନ୍ତର ଦରମା ଏବେ ଟିକେ ବଢ଼ିଲାଣି, କିନ୍ତୁ ଦରମା ସହ କାମ ମଧ ବଢ଼ିଚାଲିଥାଏ । ଘରକୁ ଗଲେ ପତ୍ନିଙ୍କର ଗଞ୍ଜଣା ଆଉ କାମକୁ ଆସିଲେ ସେଠାରେ ଉପରସ୍ଥ କର୍ମଚାରୀଙ୍କର କଷଣ । ଏହି ଭିତରେ ଘାଣ୍ଟି ହେଉଥାନ୍ତି ପ୍ରଶାନ୍ତ ।
ତାଙ୍କର ମାଆ ଚାଲିଗଲାବେଳେ ସବୁବେଳେ ଗୁମୁରି ଗୁମୁରି କାନ୍ଦୁଥିବା ପ୍ରଶାନ୍ତ କେବେ କେବେ ଚାଲିଯାଆନ୍ତି କୌଣସି ନିରୋଳା ଶାନ୍ତ ଜାଗାକୁ ନିଜ ମନକୁ ଟିକେ ଶାନ୍ତି ଦେବାକୁ । ଏବେ ସିନା ମାଆଙ୍କର ମୃତ୍ୟୁର ଦୁଃଖ ଆଉ ନ ଥିଲା, କିନ୍ତୁ ତା' ଠାରୁ ବଳି ଆଉ କିଛି ଦୁଃଖ ଏବେ ତାଙ୍କର ଜୀବନକୁ ଦୋହଲାଇ ଦେଉଥିଲା । ତେଣୁ ସେ କାମରୁ ଛୁଟି ହେବା ପରେ ଘରକୁ ଯାଇ ସେଇ ସବୁଦିନିଆ କଥା ଶୁଣିବା ପରିବର୍ତ୍ତେ କିଛି ସମୟ ବାହାରେ କୌଣସି ଖୋଲା ନିରୋଳା ସ୍ଥାନରେ କାଟିଦିଅନ୍ତି । ତେଣୁ ଘରକୁ ଫେରିବାରେ ବିଳମ୍ବ ହୁଏ । ଆଉ ଏହି କଥାକୁ ନେଇ ରଶ୍ମି ସବୁବେଳେ ତାଙ୍କ ଉପରେ ଚିଡ଼ୁଥାନ୍ତି । କିନ୍ତୁ ପ୍ରଶାନ୍ତଙ୍କର ଏହି କଥାସବୁ ଏବେ ଦେହସୁଆ ହୋଇଗଲାଣି । ତେଣୁ ସେ ତାଙ୍କର ଏହି ନିରୋଳାରେ ସମୟ ଅତିବାହିତ ଅଭ୍ୟାସଟିକୁ ଛାଡ଼ିବାକୁ ଚାହାନ୍ତିନି । କିଛି ସମୟ ପାଇଁ ହେଲେ ବି ସେ ତ' ଏକୁଟିଆ ଏ ଦୁନିଆର ଜଞ୍ଜାଳଠାରୁ ଦୂରେଇ ଯାଆନ୍ତି, ଯେଉଁଠି କାହାର ହୁକୁମ ନ ଥାଏ କି କାହାର ଅଳି ।