2021 - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Monday 17 May 2021

ମତୁଆଲା ମଧୁପ

ସଂଗ୍ରାମ କେଶରୀ ସେନାପତି 9:35 pm 0
ମତୁଆଲା ମଧୁପ
ମତୁଆଲା ମଧୁପ - Matuala Madhupa Odia Poem by Sangram Keshari Senapati


ତାକୁ କ'ଣ ଛୁଇଁ ହୁଏ?
ନା ସେ ଧରା ଦିଏ ଯେ,
ବାସ୍ କେବଳ ଚାହିଁ ହୁଏ ଆଉ
ବାର୍ ବାର୍ ତା' ପ୍ରେମରେ ପଡ଼ିହୁଏ...


ମୁଁ ତୁମ ପ୍ରେମରେ ମତୁଆଲା ହୋଇ
ମଧୁପ ପ୍ରାୟ ଘୂରିବୁଲେ ତମ ଚତୁଃପାର୍ଶ୍ୱେ ।
କାଳେ ମୋ ସ୍ପର୍ଶରେ ତମକୁ ଆଘାତ ଲାଗିବ,
ସେଥିପାଇଁ ବିନା ଛୁଆଁରେ ଫେରି ଚାଲିଆସେ ॥

Thursday 13 May 2021

କାଗଜର ଅଭାବ

ସଂଗ୍ରାମ କେଶରୀ ସେନାପତି 8:22 pm 0
କାଗଜର ଅଭାବ
କାଗଜର ଅଭାବ - Kagajara Abhaba

ପୃଥିବୀଠାରୁ ବି ଆହୁରି ଓସାର
ପ୍ରେମର ସେ ସବୁ କଥା ।
ଲେଖିବାକୁ ହେଲେ କାଗଜ ଅଭାବ
ନାହିଁ ମୋର ସେହି ବିଜ୍ଞ ମଥା !!


ପୃଥିବୀ କାହିଁ ଆକାଶଗଙ୍ଗାଠାରୁ ବଡ଼
ହେଉ ପଛେ ପ୍ରେମର କଥା ଆପଣଙ୍କର ।
ଲୋଡ଼ାନାହିଁ କାଗଜ, ବସିକି ଶୁଣେଇବେ,
ଟାଇପ୍ କରିଦେବି ଲାପଟପ୍‌ରେ ମୋର ॥

Tuesday 11 May 2021

ମନେ ପଡ଼େ

ସଂଗ୍ରାମ କେଶରୀ ସେନାପତି 10:56 pm 0
ମନେ ପଡ଼େ
Mane Pade - ମନେ ପଡ଼େ

ଏମିତି ସଞ୍ଜବେଳେ,
ଦୂର ଦିଗ୍‌ବଳୟରେ ସୂର୍ଯ୍ୟ ବୁଡ଼ିବାବେଳେ...

ଆଜି ବି ତମ କଥା ମନେ ପଡ଼େ,
ଆଜି ବି ତମ ବାସ୍ନା ମୋ ପାଖେ ଉଡ଼େ,
ଆଜି ବି ତମ ସ୍ମୃତି ମୋର ମନେପଡ଼େ...
ଆଜି ବି ତମ କଥା ମନେ ପଡ଼େ...


ମାୟାବିନି ଜହ୍ନ
ମୋତେ ଦେଖି ହସେ
ତୁମକୁ ମୁଁ ଖୋଜେ
ଆଜିବି ମୁଁ ଖୋଜେ...

କଥା ଦେଇଥିଲ ଛାଡ଼ିବନି ହାତ
ଛାଡ଼ି ଚାଲିଗଲ ପଡ଼ୁନି କି ମନେ...

ଆଜିବି ରହିଛି ତୁମ ବାଟ ଚାହିଁ
ଆସିବ ଯଦି ମୁଁ କେବେ ମନେପଡ଼େ...

ଚମତ୍କାର ଲେଖନୀ ସହ ଏକ ସୌନ୍ଦର୍ଯ୍ୟପୂର୍ଣ ଦୃଶ୍ୟ !!🔥
ଦୃଶ୍ୟ ଦେଖି ଦୁଇ ପଦ ଶବ୍ଦ ସଜେଇଦେଲି ।

- ମାଇତି ଶ୍ରେଷ୍ଠା

Saturday 8 May 2021

ଟୀକା ନିଅନ୍ତୁ

ସଂଗ୍ରାମ କେଶରୀ ସେନାପତି 11:32 am 1
ଟୀକା ନିଅନ୍ତୁ
Tika Niantu - ଟୀକା ନିଅନ୍ତୁ

୩ ଦିନ ତଳେ ମା'କୁ ନେଇକି ଟୀକା ପାଇଁ ଯାଇଥିଲି । ଗୋଟେ ଲୋକ ସ୍କୁଟିରେ ଆସିଥିଲା ଆଉ ପ୍ରବଳ ଭିଡ଼ ଦେଖିକି ବହେ ଚିଲେଇଲା । ଟୁଇଟ୍ କରିବି, କଲେକ୍ଟର୍‌କୁ ଫୋନ୍ କରିବି, ଇତ୍ୟାଦି... ଆଉ କହିଲା ଏମିତି ଲୋକଙ୍କ ପାଇଁ ଏଠି ଟୀକା ନୁହେଁ କରୋନା ନେଇକି ଘରକୁ ଯିବାକୁ ହେବ । ସବୁ ଲୋକ ତା' କଥାକୁ ଶୁଣିଲେ ଆଉ ଦୂରେଇଗଲେ । ସେ ଲୋକ ଏମିତି ଚିଲେଇକି ଭାଷଣ ଦେଇକି ଆଗରେ ପହଞ୍ଚିଗଲା; କିଛି ସମୟରେ ସବୁ ଶାନ୍ତ ହେଲାପରେ ସେ ତ ଆଗରେ ଥିଲା ଆଉ ଚୁପ୍‌କିନା ଯାଇକି ଟୀକା ନେଇଗଲା ।

"ତେଣୁ କିଛି ନଶୁଣି #ଟୀକା ନିଅନ୍ତୁ । ହଁ ଆପଣ ଯୋଗ ବି କରନ୍ତୁ, #କାଢ଼ା ବି ପିଅନ୍ତୁ, ଇଚ୍ଛା ହେଲେ ନାକରେ କି ଯେଉଁଠି ହେଲେ ଲେମ୍ବୁ ବି ପକାନ୍ତୁ, ହେଲେ #ଟୀକାନିଅନ୍ତୁ ।"

- ଗପୁ

Thursday 15 April 2021

ସମାହିତ

ସଂଗ୍ରାମ କେଶରୀ ସେନାପତି 10:31 pm 0
ସମାହିତ
ସମାହିତ - Samahita Odia poem by Sangram Keshari Senapati (Gapu)

ସାଗର ନୁହେଁ,
ତମେ ରହିଛ ମନର ତରଙ୍ଗରେ ।
ତରଙ୍ଗରେ ନୁହେଁ,
ତମେ ରହିଛ ମୋ' ନିଶ୍ୱାସରେ ।

ପଛରେ ନୁହେଁ,
ତମେ ରହିଛ ମୋ' ହୃଦୟ ଭିତରେ ।
ବେଳାଭୂମିରେ ନୁହେଁ,
ତମେ ତ ସମାହିତ ମୋ' ଭିତରେ ।

#CollegeDiary #କଲେଜଡାଏରୀ

Wednesday 20 January 2021

ବିଦାୟ ରବି ମିଶ୍ର

ସଂଗ୍ରାମ କେଶରୀ ସେନାପତି 3:23 pm 0
ବିଦାୟ ରବି ମିଶ୍ର

ବିଦାୟ ରବି ମିଶ୍ର - Rabi Mishra Odia Actor passed away on 20 January 2020

ସରକାରୀ ଚାକିରୀ ଥିଲା ତାଙ୍କର ପେଶା ଆଉ ଅଭିନୟ ଥିଲା ନିଶା । ୧୯୭୯ ମସିହାରୁ ରାମାୟଣର ସୁଗ୍ରୀବ ଭୂମିକାରୁ ୨୦୨୦ର ହେ ପ୍ରଭୁ ଧାରାବାହିକର ଜେଜେ ଭୂମିକା ଭିତରେ ସେ ଏମିତି କିଛି ଛାପ ଛାଡ଼ିଯାଇଛନ୍ତି ଓଡ଼ିଆ ଦର୍ଶକଙ୍କ ମନରେ ଯାହା ଅନେକ ବର୍ଷଯାଏଁ ଉଜ୍ଜୀବିତ ହୋଇବ ଓଡ଼ିଆ ପ୍ରାଣରେ ।

କେତେବେଳେ ସେ ଖଳନାୟକ ସାଜି ନେଉଳ ପୋଷୁଥିଲେ ତ ପୁଣି କେବେ ଗୋପାଳ ଭାଣ୍ଡ ସାଜି ଦର୍ଶକମାନଙ୍କୁ ହସେଇ ହସେଇ ବେଦମ କରାଉଥିଲେ ଆଉ ପୁଣି କେବେ ଲକ୍ଷ୍ମୀର ଅଭିସାର କରି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ହାତେଇଥିଲେ । ହୁଏତ ଆରମ୍ଭରୁ ଅଭିନୟ ପ୍ରତି ଆକର୍ଷିତ ନଥିଲେ ସେ, କିନ୍ତୁ ଶେଷ ନିଶ୍ୱାସ ତାଙ୍କର ସେହି ଅଭିନୟରେ ଥିଲା ।

ନାଟକର ଶେଷ ଦୃଶ୍ୟରେ ହୃଦ୍‌ଘାତର ଅଭିନୟ କରୁକରୁ ଯେ ସତରେ ସେ ହୃଦ୍‌ଘାତରେ ଚାଲିଯିବେ ତାହା କେହି ଭାବିନଥିଲେ । ସେହି ମହାନ କଳାକାର ରବି ମିଶ୍ରଙ୍କୁ ଶୁଭପଲ୍ଲବ ପରିବାର ତରଫରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରୁଛୁ ଏବଂ ତାଙ୍କର ଅମର ଆତ୍ମାର ସଦ୍‌ଗତି କାମନା କରୁଛୁ ।