ରାଜନିତୀ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday 2 July 2015

ରାଜନିତୀ

ଆଜି ଆମର ସେଇ ପୂର୍ବ ଜଗନ୍ନାଥଙ୍କର ବିଗ୍ରହ ନାହିଁ ସତ ହେଲେ ପୁଣି ଥରେ ସେ ନୂଆ କରି ଆସିବେ ବୋଲି ନବକଳେବେ ହେଲା, ନୂଆ ବିଗ୍ରହରେ ପୁନଃ ବ୍ରହ୍ମ ସଂସ୍ଥାପନ କରିବାକୁ ଯେଉଁମାନେ ଦାଇତ୍ୱ ନେଇଥିଲେ ସେମାନେ ସମସ୍ତେ ନିତୀ ନିୟମ ଭାଙ୍ଗିଲେ ଆଉ ନିଜ ଇଚ୍ଛା ଅନୁସାରେ କାର୍ଯ୍ୟ କଲେ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଚଳନ୍ତି ପ୍ରତିମା ସ୍ୱୟଂ ଗଜପତି ମହାରାଜ, ଯାହାଙ୍କୁ ପୂଜା କରିବା କଥା ତାଙ୍କୁ ମଧ୍ୟ ଅପମାନ ଦିଆଗଲା ଆଉ ଯେଉଁ ଦଇତା ସେବକ ମାନେ ମହାପ୍ରଭୂଙ୍କର ସେବା ପୂଜା କରିବା କଥା ସେମାନେ ଏବେ ରାଜନିତୀ କରିବା ଆରମ୍ଭ କରିଦେଲେଣି ।
ଆଉ ଆମର ସରକାରୀ ଦଳର ମନ୍ତ୍ରୀ ମାନଙ୍କଠାରୁ ଆରମ୍ଭ କରି ପୋଲିସ ନିର୍ଦେଶକ ପର୍ଯ୍ୟନ୍ତ ନିଜର ପଦ ମର୍ଯାଦାର ଅବମାନନା କରିଛନ୍ତି, ଯେଉଁଠାରେ ମଥା ନୁଆଁଇବା କଥା ସେଠାରେ ଟୋପି କଢ଼ାଯାଏ ଆଉ ନିର୍ଦେଶକ ମହୋଦୟ ଏହାକୁ ନିଜ ମଥାରେ ଧାରଣ କରି ଦଇତାଙ୍କ ପାଦ ସ୍ପର୍ଶ କଲେ । ଶେଷରେ ଏହି ସବୁ ବିଷୟରେ ଖାଲି ତଦନ୍ତ ନିର୍ଦେଶ ଦେଇକରି ସରକାର ଚୁପ୍ ଆଉ ଏହାକୁ ରାଜନୈତିକ ଆଖ୍ୟା ଦେଇ ବିରୋଧିମାନେ ନିଜେ ନିଜର ରାଜନିତୀ ଆରମ୍ଭ କରିଦେଇଛନ୍ତି, ହେଲେ ଥରେ ବି କେହି ବୁଝି ନାହାନ୍ତି ମହାପ୍ରଭୁଙ୍କର ଇଚ୍ଛା କ’ଣ ଆଉ ସେ କ’ଣ ଚାହାନ୍ତି?

କିଛି ନିଜର ରାଜନୈତିକ ଫାଇଦା ପାଇଁ ଶାନ୍ତିପୂର୍ଣ୍ଣ ବନ୍ଦକୁ ଅଶାନ୍ତ ଅଗ୍ନିରେ ପରିଣତ କରିବା ପରେ ଏବେ ଆଉ କିଛି ଶ୍ରୀ ଜଗନ୍ନାଥ ସଂସ୍କୃତିର ରକ୍ଷା ପାଇଁ ବାହାର କରିଛନ୍ତି ପ୍ରଚାର ରଥ, ହେଲେ ସେ ରଥରେ ନାହିଁ କୌଣସି ପ୍ରଚାର ପୂର୍ବକ ଫଟୋ ବଦଳରେ ନିଜ ଦଳର ଫଟୋ ବେଶି ଅଛି । ଲୋକ କଥା ଅନୁସାରେ ଜଗନ୍ନାଥ ହେଉଛନ୍ତି ଆମ ଓଡ଼ିଆଙ୍କର ନେତା ସେଥିପାଇଁ ବୋଧେ ଆମର ଏଇ ରାଜନୈତିକ ଦଳର ଲୋକମାନେ ତାଙ୍କୁ ଖୁସି କରାଇ ନିଜ ଦଳକୁ ନେବାର ଯୋଜନା କରିଛନ୍ତି ବୋଲି ଲାଗୁଛି । ସିନେମାରେ ଭୂତ ନିର୍ବାଚନ ଲଢ଼ିବାର ଦେଖି ଏଇ ନେତାମାନେ ପରବର୍ତ୍ତୀ ନିର୍ବାଚନରେ ମହାପ୍ରଭୁଙ୍କୁ ଲଢ଼ିବା ପାଇଁ ମନ ବଳାଇନାହାନ୍ତି ତ? ଏବେ କଲେଜକୁ ଗଲେ ଚାଲିଛି ରାଜନିତୀ ଆଉ ସବୁଥିରେ ପଶିଯାଇଛି ରାଜନିତୀ ଆଉ ଏବେ ଏଇ ନେତାମାନେ ବିଦ୍ୟାଳୟରେ ବି ରାଜନିତୀ ପୂରାଇବାର ଯୋଜନା ବି ଆରମ୍ଭ କରିଦେଲେଣି ।

ଆଗ କାଳରେ ରାଜାଙ୍କର ନିତୀକୁ ରାଜନିତୀ ବୋଲି କୁହାଯାଉଥିଲା ଆଉ ଏବେ ରାଜଙ୍କର ନୁହେଁ ନିଜ ସ୍ୱାର୍ଥର ନିତି ବନିଯାଇଛି ଏ ରାଜନିତୀ, ଏବେ ଏ ରାଜନିତୀ ନୁହେଁ ସ୍ୱାର୍ଥନିତି ପାଲଟି ଯାଇଛି । ରାଜାଙ୍କର ପୁତ୍ର ରାଜା ହେବନି ବୋଲି ଆସିଲା ଗଣତନ୍ତ୍ର ଯେଉଁଠାରେ ଲୋକମାନେ ନିଜେ ନିଜର ପ୍ରତିନିଧି ଚୟନ କରିବେ ଆଉ କରୁଛନ୍ତି ମଧ୍ୟ ମାତ୍ର ପଇସା ନେଇକି କରୁଛନ୍ତି । ଯେଉଁ ଲୋକ ପଇସା ନ ନେଇ କି ଭୋଟ ଦେଉଛି ଏକ ଉତ୍ତମ ବ୍ୟକ୍ତିକୁ ତା’ର ପରାଜୟ ତ ସୁନିଶ୍ଚିତ ଆଉ ଲୋକମାନେ ଭରଷା କରିବେ କାହା ଉପରେ । ସମସ୍ତେ ନିଜ ନିଜ କର୍ମ ଭୁଲି ପଇସା ଆଉ ପଦ ପଦବୀ ପଛରେ ଦୌଡ଼ୁଛନ୍ତି । ଚଣକ୍ୟ ଥିଲେ ଏମିତି ରାଜନୈତିଜ୍ଞ ଯେ କି ନିଜ କାର୍ଯ୍ୟରେ ରାଜାଙ୍କ ଧନ ବ୍ୟବହାର କରୁନଥିଲେ ଆଉ ଏବେକାର ରାଜନେତାମାନେ ଖାଲି ନିଜ କାର୍ଯରେ ନୁହଁ ସବୁଠି ରାଜ୍ୟର ଧନ ବ୍ୟବହାର କରୁଛନ୍ତି । ସମସ୍ତେ ଗୋଟିଏ କଥା ଘୋଷି ହଉଛନ୍ତି “ସରକାରୀ ମାଲ୍ ଦରିଆ ମେ ଡାଲ୍” ।

ଆଉ ଏ ରାଜନିତୀ ଏବେ ରାଜ ନିତୀ ହୋଇକି ନାହିଁ ଏହା ସମ୍ପୂର୍ଣ ରୂପେ କଳଙ୍କିତ ଆଉ ନଷ୍ଟ ହୋଇସାରିଛି । ଏବେ ଭାବିବାର ସମୟ ଆସିଛି ଆଉ ନିଜ ସହ ଏହି ଭ୍ରଷ୍ଟାଚାରକୁ ବଦଳାଇବାର ବି ସମୟ ଆସିଛି । ଆସନ୍ତୁ ସମସ୍ତେ ମିଳିମିଶି ରାମରାଜ୍ୟ ଗଠନ କରିବା ଯେଉଁଠାରେ ଥିବ ଶାନ୍ତି ଆଉ ନଥିବ ଏଇ ଭ୍ରଷ୍ଟାଚାର ।