ସଂସ୍କୃତି ଓ ସମାଜ ପରସ୍ପରର ପରିପୂରକ । ସମାଜକୁ ଛାଡ଼ି ସଂସ୍କୃତି କିମ୍ବା
ସଂସ୍କୃତି ବିନା ସମାଜ ଗଠନ ଅସମ୍ଭବ । ଏହା ମନୁଷ୍ୟକୁ ତାହାର ଦାୟିତ୍ୱ ଓ କର୍ତ୍ତବ୍ୟ
ସମ୍ବନ୍ଧରେ ସଚେତନ କରାଇଥାଏ ଏବଂ ଜଣେ ସାମାଜିକ ଜୀବ ହିସାବରେ ଅବତୀର୍ଣ୍ଣ କରାଇଥାଏ । ସମାଜରେ ନିଜ ପ୍ରତି, ପିତାମାତାଙ୍କ ପ୍ରତି, ପରିବାର ପ୍ରତି ତଥା ଦେଶ ପ୍ରତି ମଣିଷର ବିଭିନ୍ନ କର୍ତ୍ତବ୍ୟ ରହିଛି । ଏହିସବୁ ମୌଳିକ ସଂସ୍କୃତି ମନୁଷ୍ୟକୁ ମୁଖ୍ୟତଃ ଶିକ୍ଷା ମଧ୍ୟରେ ହିଁ ପ୍ରାପ୍ତ ହୋଇଥାଏ । ଶିକ୍ଷା ମାଧ୍ୟମରେ ମଣିଷର ସାଧନା ବା ଅଧ୍ୟବସାୟର ଆବଶ୍ୟକତା ରହିଛି । ଏହି ସାଧନା ହିଁ ରହିଥାଏ ତା'ର ସେ ସଫଳତାର ଚାବିକାଠି ।