ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି

ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Breaking

Wednesday, 13 July 2022

ପ୍ରେମମ୍: ରିମିକ୍ସର ରିମିକ୍ସ

ସଂଗ୍ରାମ କେଶରୀ ସେନାପତି 6:42 pm 0
ପ୍ରେମମ୍: ରିମିକ୍ସର ରିମିକ୍ସ
Odia Movie Premam Review by Sangram Keshari Senapati

୨୦୧୧ ମସିହାରେ ତେଲୁଗୁ ଭାଷାରେ ଗୋଟିଏ କଥାଚିତ୍ର ମୁକ୍ତିଲାଭ କରିଥିଲା; ପିଲା ଜମିନ୍‌ଦାର୍ । ୨୦୧୩ କି ୧୪ ମସିହାରେ ତାକୁ ଦେଖିଲା ପରେ ଥରକରେ ମନ ପୂରିନଥିଲା । ଆଉ ଏତେଦିନ ପରେ କାଲି ରାତିରେ ପୁଣିଥରେ ଗୋଟିଏ ଓଡ଼ିଆ କଥାଚିତ୍ର ଦେଖୁଦେଖୁ ସେ ପୁରୁଣା ଦୃଶ୍ୟ ଆସିଗଲା ଆଗରେ । ସେ ଓଡ଼ିଆ କଥାଚିତ୍ରଟି ହେଉଛି ପ୍ରେମମ୍

ବାବୁଶାନ୍ ଓ ପ୍ରକୃତି ମିଶ୍ରଙ୍କ ଅଭିନୀତ ଏକ ପ୍ରେମଭରା କଥାଚିତ୍ର ହେଉଛି ପ୍ରେମମ୍ । କିଛିଦିନ ତଳେ ଯେତେବେଳେ ଏହି କଥାଚିତ୍ରଟିର ଟ୍ରେଲର୍ ଆସିଥିଲା, ସେତେବେଳେ ଅନେକ ତାକୁ ମାଲାୟଲମ୍ ଓ ତେଲୁଗୁ ଭାଷାରେ ମୁକ୍ତିଲାଭ କରିଥିବା କଥାଚିତ୍ର ପ୍ରେମମ୍‌ର କପି (ରିମେକ୍) ବୋଲି କହିଥିଲେ, ହେଲେ ଏଥିରେ ସେ କାହାଣୀରୁ ଧାଡ଼ିଟିଏ ବି ନାହିଁ, ବାସ୍ ନାମ ହିଁ ସମାନ ।

କାହାଣୀ ଆରମ୍ଭ ହୁଏ ଗୋଟେ ବଦମାସିଆ ଧନୀଘରର ପିଲା ସଞ୍ଜୁ ଶାସ୍ତ୍ରୀଠାରୁ । ସଞ୍ଜୁ କହିଲେ ଓଡ଼ିଆ କଥାଚିତ୍ର ଜଗତରେ ଜଣଙ୍କୁ ହିଁ ବୁଝାଏ, ସେ ଆଉ କେହି ନୁହନ୍ତି ବାବୁଶାନ୍ ମହାନ୍ତି । ଏ ସଞ୍ଜୁର କାହାଣୀ ଆରମ୍ଭ ହୋଇଥିଲା ସଞ୍ଜୁ ଓ ସଞ୍ଜନା କଥାଚିତ୍ରରୁ । ତା'ପରେ ବୋଧେ ୮/୧୦ ଖଣ୍ଡେ କଥାଚିତ୍ରରେ ତାଙ୍କ ଚରିତ୍ରର ନାମ ରହିଛି ସଞ୍ଜୁ । ତେବେ ସେ ଯାହା ବି ହେଉ ଆରମ୍ଭରୁ ହିଁ କଥାଚିତ୍ରର ଦୁର୍ବଳ ନିର୍ଦ୍ଦେଶନା ବିଷୟରେ ଜଣାପଡ଼େ, ଏମିତିକି ଆରମ୍ଭର ୧୦-୧୫ ମିନିଟ୍‌ରେ ଚିତ୍ରନାଟ୍ୟ ତାଳମେଳ ନଖାଇବା ବିଷୟରେ ଧାରଣା ଚାଲିଆସେ ।

ସମ୍ପୂର୍ଣ୍ଣ କଥାଚିତ୍ରଟି ୨ ଘଣ୍ଟା ୨୨ ମିନିଟ୍‌ର, ହେଲେ ଏହାକୁ ବହୁତ କମ୍ କରାଯାଇ ପାରିଥାନ୍ତା । ଅଧିକ ଲମ୍ବା କରିବା ଯୋଜନାରେ ଅନେକ ସ୍ଥାନରେ କାହାଣୀ ବାରମ୍ବାର ବଦଳିବା ପରି ଲାଗେ । ସେ ଯାହା ବି ହେଉ ସଞ୍ଜୁ ତା'ର କାଣ୍ଡ ପରେ ଥାନାରୁ ତ ମୁକୁଳିଯାଏ, ହେଲେ ମହାବିଦ୍ୟାଳୟର ଅଧକ୍ଷଙ୍କ ଦଣ୍ଡରୁ ବଞ୍ଚି ପାରେନାହିଁ; ପହଞ୍ଚେ କେଉଁ ଏକ ଗୁରୁକୁଳରେ । ସେଇଠି ପହଞ୍ଚିବା ପରଠାରୁ ଲାଗେ ପ୍ରେମମ୍ ନୁହେଁ ପିଲା ଜମିନ୍‌ଦାର ଆରମ୍ଭ ହେଇଗଲା । ସେଇଠି ସେ ପରୀକ୍ଷା ଦେବନି ବୋଲି ହାତ ଭାଙ୍ଗିବାର ନାଟକ କରିଥିଲା, ଏଇଠି ନାଟକରେ ଅଭିନୟ କରିବନି ବୋଲି ହାତ ଭାଙ୍ଗିବାର ମିଛ ଅଭିନୟ । ଯାହାହେଉ ଗୋଳିଆମିଶା କରିକି ସଂସ୍କୃତ କେଇଧାଡ଼ି ପୂରେଇ ଦେଇକି ନାଟକରେ ଅଭିନୟ କରିଦିଅନ୍ତି ।

ନାଟକ ସରୁସରୁ ନାୟିକାକୁ ବି ପ୍ରେମ ହେଇଯାଏ ଆଉ ତା'ପରେ କାହାଣୀର କିଛି ଭାଗ ସିଦ୍ଧାର୍ଥର ଓଏ୍ ଫିଲ୍‌ ସହ ମିଶିଯାଏ ହେଲେ ପ୍ରଭାସଙ୍କର ରାଧେଶ୍ୟାମ୍ ଢାଞ୍ଚାରେ । ବାସ୍ ତା'ପରେ ନାୟକ ଲାଗିପଡ଼େ ପ୍ରେମିକାକୁ ବଞ୍ଚେଇବାକୁ ଆଉ ସେଠାଏ ଆବିର୍ଭାବ ହୁଅନ୍ତି ନାୟକର ବାପା । ସେଇଠି ବି ସେମାନଙ୍କର ପୁରୁଣା କାହାଣୀ ସିଦ୍ଧାର୍ଥ ଓ ତମନ୍ନା ଭାଟିଆ ଅଭିନୀତ କୁଞ୍ଚମ୍ ଇଷ୍ଟମ୍ କୁଞ୍ଚମ୍ କଷ୍ଟମ୍ ସହ ଘାଣ୍ଟି ହେଇଯାଏ ।

ତା'ପରେ ପରଦାକୁ ଆସନ୍ତି ସିଦ୍ଧାନ୍ତ ମହାପାତ୍ର ନକଲି ଦାନ୍ତ ଓ ନକଲି ଚୁଟି ଲଗେଇକି । ଯଦିଓ କେହି କେହି ଏହାକୁ ରସିକ ନାଗର ସହିତ ତୁଳନା କରିଥିଲେ, କିନ୍ତୁ ଏହା ଭିନ୍ନ ହେଲେ ଚୁଟି ନକଲି ବୋଲି ଭଲରେ ବାରିହୋଇ ପଡ଼େ । ତା'ପରେ ସେ ତାଙ୍କର ପୂର୍ବର ଟିକେ କାହଣୀ ବଖାଣିକି କାହାଣୀକୁ ଆଗକୁ ବଢ଼ାନ୍ତି । ୨ୟ ଭାଗରେ କାହାଣୀ ଆଉ ଅଭିନୟ ଟିକେ ଚଳନୀୟ । ଆଉ ଶେଷଦୃଶ୍ୟଟି ନିହାତି ଭାବରେ ଭଲ ହୋଇଛି । ହେଲେ ତା'ପରେ ଦେଖାଇଥିବା କିଛି ଦୃଶ୍ୟଟି ଅନେକ କଥାଚିତ୍ରରେ ଦେଖିଥିବେ । ଏମିତିକି ଓଡ଼ିଆ କଥାଚିତ୍ର ଗୋଟେ ଶୁଆ ଗୋଟ ସାରୀରେ ବି ଏମିତି କିଛି ଦେଖିଥିବେ ।

କଥାଚିତ୍ରଟିର କେତେଜଣ ଜଣାଶୁଣା ଅଭିନେତାଙ୍କ ସହିତ ଅନେକ ନୂଆ କଳାକାର ଅଛନ୍ତି ଯେଉଁମାନଙ୍କୁ ଅଭିନୟରେ ଅନେକ କିଛି ଶିଖିବାକୁ ହେବ । କେତେକ ଜାଗାରେ ପୁରଣା କଳାକାରଙ୍କ ଅଭିନୟ ବି ଟିକେ ଅଖାଡ଼ୁଆ ଲାଗିବ । ମୋଟ୍ ଉପରେ କହିବାକୁ ଗଲେ ଏହି ଚଳଚ୍ଚିତ୍ରଟିର ପୂରା ଖରାପ କହିହେବ ନାହିଁ କାରଣ ଏବେ ପସ୍ତୁତ ହେଉଥିବା ଅନେକ ଓଡ଼ିଆ କଥାଚିତ୍ର ତୁଳନାରେ କିଛିଟା ଭଲ ଅଛି । ନାହିଁ ମାମୁଁଠାରୁ କଣାମାମୁଁ ଭଲ ନ୍ୟାୟରେ ଦେଖିପାରିବେ ।

କଥାଚିତ୍ରଟି ଡିଜ୍ନି ପ୍ଲସ୍ ହଟ୍‌ଷ୍ଟାର୍‌ରେ ଉପଲବ୍ଧ ଅଛି, ମାଗଣାରେ ଦେଖିପାରିବେ । ଆଉ ହଁ କିଛି ଆଶା ରଖିକି ଦେଖିବେ ନାହିଁ, ନହେଲେ ମନ ଉଣା ହେବ । ମାଗଣାରେ ଏତିକି ମିଳିବ ବୋଲି ଭାବିକି ଦେଖିଦେବେ ।

- ଗପୁ

Tuesday, 8 February 2022

ଗୋଲାପ ଜଳ

ସଂଗ୍ରାମ କେଶରୀ ସେନାପତି 12:08 am 0
ଗୋଲାପ ଜଳ
Golap Jal (Rose Water)

ଗତବର୍ଷ ଗୋଲାପ ଦେବାକୁ ଡର ଲାଗୁଥିଲା, ହେଲେ ସେ ଗୋଲାପ ଦେଇ ସେ ଡରକୁ ଦୂରେଇ ଦେଇଥିଲେ ଆଉ ଏହି ବର୍ଷେ ଭିତରେ ଆମ ଦୂରତା ଶୂନ୍ୟ ହୋଇଯାଇଥିଲା କହିଲେ ଚଳେ । ରୋଜ୍‌ ଡେ'ରେ ମୁଁ ତ୍ରିୟା ପାଇଁ ଗୋଟିଏ ନୁହେଁ ଆମ ବଗିଚାରୁ କିଛି ଗୋଲାପ ତୋଳି ଗୋଟିଏ ଫୁଲ ତୋଡ଼ା କରି ନେଇଥିଲି । ନାଲି ନୁହେଁ ଗୋଲାପି ରଙ୍ଗର ଗୋଲାପ; ଆଉ ସେ ଚଷମା ପିନ୍ଧି ନାହାନ୍ତି ବୋଲି ନାଲି ତାଙ୍କୁ ଗୋଲାପି ଲାଗୁଛି କହି ଭୁଲେଇ ଦେଇଥିଲେ ।

ରୋଜ୍ ଡେ, ଗତ ବର୍ଷର ସ୍ମୃତିକୁ ମନେ ପକାଇ ପ୍ରାୟ ସରିଗଲା । ପ୍ରପୋଜ୍ ଡେ'ରେ ସେମିତି କିଛି ନଥିଲା ବାସ୍ ତାଙ୍କ କାମ ପାଇଁ ସେ ଆଉ ଆସିନଥିଲେ କିନ୍ତୁ ଚକୋଲେଟ୍ ଡେ'ରେ ଭେଟ ହେଲା ପୁଣି ସେଇଠି; ସେହି ପାର୍କରେ, ସେହି ସମାନ ବେଞ୍ଚ ଉପରେ ଯେଉଁଠି ସେ ମୋ ସ୍ଥାନରେ ବସିଥିଲେ । ସେବେ ସିନା ମନରେ ଡର ଥିଲା, ଗୋଟିଏ ବେଞ୍ଚରେ ବସିଲେ ବି ବେଶ୍ କିଛି ଦୂରତା ରହୁଥିଲା, ହେଲେ ଏବେ ସେ ଦୂରତା ଆଉ ନାହିଁ; ତାଙ୍କ ବାସ୍ନା ଏବେ ମୋ ଦେହରେ ସମାହିତ ହୁଏ ।

Golapa Jala, a story by Sangram Keshari Senapati on Rose Day

ଆଜି କିନ୍ତୁ ତାଙ୍କ ଦେହରୁ କିଛି ଅଲଗା ବାସ୍ନା ଆସୁଥିଲା, ଯାହାକି ତାଙ୍କର ସେ ଅତରର ବାସ୍ନାଠାରୁ ଭିନ୍ନ ଥିଲା, ହଁ ଗୋଲାପର ବାସ୍ନା ଥିଲା । ନିଜକୁ ସମ୍ଭାଳି ନପାରି ପଚାରିଦେଲି, "ଆଜି କ'ଣ ଗୋଲାପର ବାସ୍ନା? ରୋଜ୍ ଡେ'ର ଗୋଲାପଗୁଡ଼ା କ'ଣ ଖୁସିରେ ଖାଇଦେଇଥିଲ କି?"

ଫିଁ କିନା ହସିଦେଇ ସେ କହିଲେ, "ନାହିଁ ଖାଇନାହିଁ, ବୋଳି ହୋଇ ପଡ଼ିଛି ।" ଯଦିଓ ମୋର ପ୍ରଶ୍ନ ବ୍ୟଙ୍ଗ ଥିଲା, କିନ୍ତୁ ତାଙ୍କ ଉତ୍ତରକୁ ବୁଝିବା ସହଜ ନଥିଲା । "ବୋଳି ହୋଇ ପଡ଼ିଛ ମାନେ", ଆଶ୍ଚର୍ଯ୍ୟ ହୋଇ ମୁଁ ପୁଣି ପ୍ରଶ୍ନ କଲି ।

"ତମେ ଦେଇଥିବା ଗୋଲାପକୁ କ'ଣ କରିବି ବୋଲି ଭାବୁଥିଲି । ସାଇତି ରଖିଲେ ଗୋଲାପ ରହିବ ସତ, ହେଲେ ବାସ୍ନା ରହିବ ନାହିଁ । ତେଣୁ ୟୁ-ଟ୍ୟୁବ୍ ଦେଖି ସେ ଗୋଲାପଗୁଡ଼ାକୁ ଗୋଲାପ ଜଳ କରିଦେଇଛି । ସେ ଗୋଲାପ ଭିତରେ ମୁଁ ତୁମକୁ ଅନୁଭବ କରୁଥିଲି, ଆଉ ସେ ଜଳରେ ତମର ବାସ୍ନାକୁ ।"

ସଂଗ୍ରାମ କେଶରୀ ସେନାପତି (ଗପୁ)

Tuesday, 1 February 2022

ନାରୀ ସୁରକ୍ଷା

ସଂଗ୍ରାମ କେଶରୀ ସେନାପତି 11:24 pm 0
ନାରୀ ସୁରକ୍ଷା
Nari Suraksha (ନାରୀ ସୁରକ୍ଷା): An article on Women Safety by Sangram Keshari Senapati

ଏଇ କିଛିଦିନ ତଳେ ଏମିତି ଟୁଇଟର୍‌ରେ ଗୋଟେ ଭିଡିଓ ଦେଖିଲେ, ଯାହାକୁ ଦେଖିକି ଇଚ୍ଛା ହେଉଥିଲା ଏହାକୁ ଅପ୍‌ଲୋଡ୍ କରିଥିବା ସେ ପିଲାକୁ ଦୁଇ ଚାରି ଚାପୁଡ଼ା ଲଗେଇକି ଗୋପନୀୟତା ବିଷୟରେ ଗୋଟେ ପଦ କଥା ଶିଖେଇବାକୁ । ଭିଡିଓ ଗୋଟିଏ ଝିଅର ଥିଲା, ଯିଏକି ବଳାତ୍କାରର ଶିକାର ହୋଇ ଏକ ମେଡିକାଲରେ ପଡ଼ିଥିଲେ । ସେ ଭିଡିଓଟିରେ ଝିଅଟିର ମୁହଁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା ।

ଆମେ ଏ ସମାଜରେ ବଦନାମକୁ ଅଧିକ ଡରୁ, ଲୋକେ କ'ଣ କହିବେ ତାକୁ ଅଧିକ ଡରୁ । ଯାହା ଉଚିତ, ତାକୁ ଲୋକଲଜ୍ୟା ଯୋଗୁଁ ଗ୍ରହଣ କରିବାକୁ ଡରୁ । ଏବେ ଆମେ ଖବର କାଗଜ କିମ୍ବା ଟିଭିରେ ଦୁଷ୍ମର୍ମ ବଢ଼ୁଥିବା ଦେଖୁଛେ; କିନ୍ତୁ ସତ ହେଉଛି ଯେ ଲୋକେ ଏବେ ସଚେତନ ହେଲେଣି, ଆଉ ଏହାର ପ୍ରତିବାଦ କରିବାର ସାହାସ ମଧ୍ୟ କରୁଛନ୍ତି । ଏସବୁ ପାଇଁ ଅଧିକାଂଶ ଲୋକେ ନାରୀର ପୋଷାକକୁ ଦୋଷ ଦେଉଛନ୍ତି ତ କେହି ପୁଣି ଝିଅମାନଙ୍କୁ ଦୋଷ ଦେବାକୁ ପଛାଉ ନାହାନ୍ତି ।

ଏଠାରେ ପ୍ରଶ୍ନ ଉଠେ ନାରୀର ସୁରକ୍ଷାର । ଆଜିର ସମାଜରେ କେତେ ସୁରକ୍ଷିତ ନାରୀମାନେ? ନାରୀକୁ ସବୁବେଳେ ଅବଳା, ଦୁର୍ବଳା ଭାବରେ ଗଣାଯାଇଛି । କିନ୍ତୁ ଆମେ ଭୁଲି ଯାଉଛେ ଯେ ନାରୀ ହେଉଛି ଶକ୍ତି ସ୍ୱରୂପିଣୀ । ଯେବେ ସମାଜରେ ଅନ୍ୟାୟ, ଅନିତି ବଢ଼ିଛି, ସେବେ ନାରୀ ହିଁ ସମାଜକୁ ରକ୍ଷା କରିଛି; କେବେ ଦୁର୍ଗା ସାଜି ମହିଷାସୁରର ସଂହାର କରିଛି ତ କେବେ ଦ୍ରୌପଦୀ ସାଜି କିଛି ପାପୀଙ୍କର ସଂହାର ପାଇଁ ନିଜକୁ ସମର୍ପି ଦେଇଛି ।

ତେଣୁ ନାରୀମାନଙ୍କୁ ନିଜର ସୁରକ୍ଷା ପାଇଁ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ନିଜକୁ ସୁରକ୍ଷା ଦେବା ଉଚିତ । କିନ୍ତୁ କେମିତି? ନାରୀଟିଏ ନିଜ ପୁଅ/ଝିଅକୁ ମୂଳରୁ ଉଚିତ ଶିକ୍ଷା ଦେବା ଉଚିତ । କାହାକୁ କେମିତି ସମ୍ମାନ ଦିଆଯାଏ, ତାକୁ ଶିଖେଇବା ଉଚିତ । ସବୁକିଛି ନିଜକୁ ଶିଖେଇବାକୁ ହେବ, କାରଣ ମାଆଟିଏ ହେଉଛି ପିଲାର ପ୍ରଥମ ଗୁରୁ । ମୂଳରୁ ଶିକ୍ଷା ଠିକ୍ ରହିଲେ, ବଡ଼ ହେଲେ ପୁଅଟିଏ ନାରୀକୁ ସୁରକ୍ଷା ଦେଇପାରିବ ଆଉ ସମାଜର ସଂସ୍କାରକ ଭାବରେ ନିଜକୁ ପ୍ରତିଷ୍ଠା କରିପାରିବ ।

- ସଂଗ୍ରାମ କେଶରୀ ସେନାପତି
ପ୍ରତିଷ୍ଠାତା/ସମ୍ପାଦକ, ଶୁଭପଲ୍ଲବ ଓଡ଼ିଆ ପତ୍ରିକା

Monday, 17 May 2021

ମତୁଆଲା ମଧୁପ

ସଂଗ୍ରାମ କେଶରୀ ସେନାପତି 9:35 pm 0
ମତୁଆଲା ମଧୁପ
ମତୁଆଲା ମଧୁପ - Matuala Madhupa Odia Poem by Sangram Keshari Senapati


ତାକୁ କ'ଣ ଛୁଇଁ ହୁଏ?
ନା ସେ ଧରା ଦିଏ ଯେ,
ବାସ୍ କେବଳ ଚାହିଁ ହୁଏ ଆଉ
ବାର୍ ବାର୍ ତା' ପ୍ରେମରେ ପଡ଼ିହୁଏ...


ମୁଁ ତୁମ ପ୍ରେମରେ ମତୁଆଲା ହୋଇ
ମଧୁପ ପ୍ରାୟ ଘୂରିବୁଲେ ତମ ଚତୁଃପାର୍ଶ୍ୱେ ।
କାଳେ ମୋ ସ୍ପର୍ଶରେ ତମକୁ ଆଘାତ ଲାଗିବ,
ସେଥିପାଇଁ ବିନା ଛୁଆଁରେ ଫେରି ଚାଲିଆସେ ॥

Thursday, 13 May 2021

କାଗଜର ଅଭାବ

ସଂଗ୍ରାମ କେଶରୀ ସେନାପତି 8:22 pm 0
କାଗଜର ଅଭାବ
କାଗଜର ଅଭାବ - Kagajara Abhaba

ପୃଥିବୀଠାରୁ ବି ଆହୁରି ଓସାର
ପ୍ରେମର ସେ ସବୁ କଥା ।
ଲେଖିବାକୁ ହେଲେ କାଗଜ ଅଭାବ
ନାହିଁ ମୋର ସେହି ବିଜ୍ଞ ମଥା !!


ପୃଥିବୀ କାହିଁ ଆକାଶଗଙ୍ଗାଠାରୁ ବଡ଼
ହେଉ ପଛେ ପ୍ରେମର କଥା ଆପଣଙ୍କର ।
ଲୋଡ଼ାନାହିଁ କାଗଜ, ବସିକି ଶୁଣେଇବେ,
ଟାଇପ୍ କରିଦେବି ଲାପଟପ୍‌ରେ ମୋର ॥

Tuesday, 11 May 2021

ମନେ ପଡ଼େ

ସଂଗ୍ରାମ କେଶରୀ ସେନାପତି 10:56 pm 0
ମନେ ପଡ଼େ
Mane Pade - ମନେ ପଡ଼େ

ଏମିତି ସଞ୍ଜବେଳେ,
ଦୂର ଦିଗ୍‌ବଳୟରେ ସୂର୍ଯ୍ୟ ବୁଡ଼ିବାବେଳେ...

ଆଜି ବି ତମ କଥା ମନେ ପଡ଼େ,
ଆଜି ବି ତମ ବାସ୍ନା ମୋ ପାଖେ ଉଡ଼େ,
ଆଜି ବି ତମ ସ୍ମୃତି ମୋର ମନେପଡ଼େ...
ଆଜି ବି ତମ କଥା ମନେ ପଡ଼େ...


ମାୟାବିନି ଜହ୍ନ
ମୋତେ ଦେଖି ହସେ
ତୁମକୁ ମୁଁ ଖୋଜେ
ଆଜିବି ମୁଁ ଖୋଜେ...

କଥା ଦେଇଥିଲ ଛାଡ଼ିବନି ହାତ
ଛାଡ଼ି ଚାଲିଗଲ ପଡ଼ୁନି କି ମନେ...

ଆଜିବି ରହିଛି ତୁମ ବାଟ ଚାହିଁ
ଆସିବ ଯଦି ମୁଁ କେବେ ମନେପଡ଼େ...

ଚମତ୍କାର ଲେଖନୀ ସହ ଏକ ସୌନ୍ଦର୍ଯ୍ୟପୂର୍ଣ ଦୃଶ୍ୟ !!🔥
ଦୃଶ୍ୟ ଦେଖି ଦୁଇ ପଦ ଶବ୍ଦ ସଜେଇଦେଲି ।

- ମାଇତି ଶ୍ରେଷ୍ଠା

Saturday, 8 May 2021

ଟୀକା ନିଅନ୍ତୁ

ସଂଗ୍ରାମ କେଶରୀ ସେନାପତି 11:32 am 1
ଟୀକା ନିଅନ୍ତୁ
Tika Niantu - ଟୀକା ନିଅନ୍ତୁ

୩ ଦିନ ତଳେ ମା'କୁ ନେଇକି ଟୀକା ପାଇଁ ଯାଇଥିଲି । ଗୋଟେ ଲୋକ ସ୍କୁଟିରେ ଆସିଥିଲା ଆଉ ପ୍ରବଳ ଭିଡ଼ ଦେଖିକି ବହେ ଚିଲେଇଲା । ଟୁଇଟ୍ କରିବି, କଲେକ୍ଟର୍‌କୁ ଫୋନ୍ କରିବି, ଇତ୍ୟାଦି... ଆଉ କହିଲା ଏମିତି ଲୋକଙ୍କ ପାଇଁ ଏଠି ଟୀକା ନୁହେଁ କରୋନା ନେଇକି ଘରକୁ ଯିବାକୁ ହେବ । ସବୁ ଲୋକ ତା' କଥାକୁ ଶୁଣିଲେ ଆଉ ଦୂରେଇଗଲେ । ସେ ଲୋକ ଏମିତି ଚିଲେଇକି ଭାଷଣ ଦେଇକି ଆଗରେ ପହଞ୍ଚିଗଲା; କିଛି ସମୟରେ ସବୁ ଶାନ୍ତ ହେଲାପରେ ସେ ତ ଆଗରେ ଥିଲା ଆଉ ଚୁପ୍‌କିନା ଯାଇକି ଟୀକା ନେଇଗଲା ।

"ତେଣୁ କିଛି ନଶୁଣି #ଟୀକା ନିଅନ୍ତୁ । ହଁ ଆପଣ ଯୋଗ ବି କରନ୍ତୁ, #କାଢ଼ା ବି ପିଅନ୍ତୁ, ଇଚ୍ଛା ହେଲେ ନାକରେ କି ଯେଉଁଠି ହେଲେ ଲେମ୍ବୁ ବି ପକାନ୍ତୁ, ହେଲେ #ଟୀକାନିଅନ୍ତୁ ।"

- ଗପୁ