ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦମ୍ ପ୍ରଭୋ ।
ମମ ବିଘ୍ନ ନିହତ୍ୟାଶୁ ଗଣାଧିପତୟେ ନମୋଃ ।।
ସବୁ କାର୍ଯ୍ୟର ପ୍ରାରମ୍ଭରେ ବିନାୟକ ତଥା ବିଘ୍ନନାଶକ ଶ୍ରୀ ଗଣେଶଙ୍କୁ ପୂଜା କରାଯାଏ । ବର୍ଷର ପାର୍ବଣର ଋତୁରେ ସର୍ବପ୍ରଥମେ ସେ ଆସନ୍ତି ଏ ଧରାପୃଷ୍ଠକୁ, ତାଙ୍କ ପରେ ଅନ୍ୟ ଦେବାଦେବୀଗଣ ଆସନ୍ତି । ସେ ହେଉଛନ୍ତି ବିଦ୍ୟାଦାତା ଓ ସଂସ୍କୃତିର ପ୍ରତୀକ ସ୍ୱରୂପ । ସେ ହେଉଛନ୍ତି ମାତା ପାର୍ବତୀଙ୍କର ମାନସପୁତ୍ର, ମୂଷିକବାହନ ସର୍ବଶକ୍ତିମାନ ଯାହାଙ୍କ ପାଖରେ ମହାଦେବ ବି ସ୍ୱୟଂ ହାର୍ ମାନିଥିଲେ । ଗଜମୁଖଧାରୀ ସେ, ଯାହାଙ୍କର ଶିର ମହାଦେବଙ୍କ ପ୍ରହାରରେ ନଷ୍ଟ ହୋଇଯିବା ପରେ ବିଷ୍ଣୁଙ୍କ ପରାମର୍ଶରେ ଏକ ଛୋଟ ହସ୍ତୀର ମସ୍ତକ ସହ ସଂଯୋଗ କରାଯାଇଥିଲା । ସ୍ୱୟଂ ମହାବିନାୟକଙ୍କ ପ୍ରଥମ ରୂପ ସେ, ଅଗ୍ରପୂଜ୍ୟ ଗଣେଶ ।
ବିଦ୍ୟାର୍ଥୀଗଣ, ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ପ୍ରତ୍ୟେକ ବର୍ଷ ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ଗଣେଶକୁ ଉପାସନା କରଥାନ୍ତି । ଅନେକ ଲୋକ ମଧ୍ୟ ଗଣେଶ ଚତୁର୍ଦ୍ଦଶୀରେ ଉପବାସ କରି ଗଣେଶବ୍ରତ ପାଳନ କରନ୍ତି । ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା କରାଯାଇଥାଏ ।
ଅଧୁନା ସମାଜରେ ଯୁବକ ସଂଘମାନ ବହୁଳ ଭାବରେ ଗଣେଶଙ୍କର ପୂଜା କରିବାରେ ଲାଗିଛନ୍ତି, ତା'ର କାରଣ ତ ଆପଣମାନେ ବେଶ୍ ବୁଝିଥିବେ । ପୂଜା ନାମରେ ଲୋକଙ୍କଠାରୁ ଚାନ୍ଦା ଆଦାୟ କରି ମଉଜ୍ କରିବାକୁ ବେଶି ଭଲ ପାଉଛନ୍ତି । ଗଣେଶଙ୍କ ନାମ ଧରି ବାବାମାନଙ୍କ ପରି ଲୋକମାନଙ୍କୁ ଡରାଇ ଅଦାୟ କରନ୍ତି ଟଙ୍କା । ଭଗବାନଙ୍କ ପୂଜା ପଛେ ହେଉ କି ନ ହେଉ ରାତିରେ ନାଲି ପାଣି ପକାଇକି ନାଚ ଜୋର୍ଦାର୍ ହେବ । ଭଗବାନଙ୍କ ପୂଜା ହେଉ କି ନ ହେଉ ମେଲୋଡ଼ି କାର୍ଯ୍ୟକ୍ରମଟି ନିଶ୍ଚିତ ହେବ । ଆଉ ଭଷାଣି ପାଇଁ ରାସ୍ତା ଅବରୋଧ ତ ପୁଣି କେତେବେଳେ ଗଣ୍ଡୋଗୋଳ । ଆଉ ତା'ସାଙ୍ଗରେ ପୁଣି ବିକୃତ ମୂର୍ତ୍ତି । ଚାନ୍ଦା ଦେବାପାଇଁ ଜୋର୍ କରି ଲୋକମାନଙ୍କଠାରୁ ଟଙ୍କା ଆଦାୟ କରନ୍ତି, ବୁଝନ୍ତିନି କି କାହା ପାଖରେ ଟଙ୍କା ଅଛ କି ନାହିଁ, ସେ କେମିତି ଚଳୁଛି ଏମତିକି ଛୋଟ ଦୋକାନ କରିଥିବା ଲୋନଙ୍କଠାରୁ ବି ତା'ର ଦୋକାନରୁ ମୂଲ୍ୟଠାରୁ ଅଧିକ ଚାନ୍ଦା ମାଗନ୍ତି । ଏସବୁ ଭିତରେ ଥରେ କେହି ଭାବିନାହାନ୍ତି କି ଭଗବାନ ଗଣେଶଙ୍କୁ କେମିତି ଲାଗୁଥିବ । ପୂଜା ଯେଉଁଥିପାଇଁ କରାଯାଏ ତା'ର ସଂପୂର୍ଣ୍ଣ ଓଲଟା କରାଯାଉଛି । ଏମିତ ଭିତରେ ଅସହ୍ୟ ହୋଇପଡ଼ିଲେଣି ଗଣେଶ, ସେଥିପାଇଁ କେତେବେଳେ ସେ ବିଶ୍ୱକର୍ମାଙ୍କୁ ଆଗ ପଠାଉଛନ୍ତି ତ ପୁଣି କେବେ ସାଥିରେ ଆସୁଛନ୍ତି । ସେଥିପାଇଁ ୨୦୧୨ ମସିହାରେ ପ୍ରଥମେ ବିଶ୍ୱକର୍ମା ଆସିଥିଲେ ଓ ପରେ ଆସିଲେ ଗଣେଶ ଏବଂ ଏହି ବର୍ଷ ଦୁଇଜଣ ଏକ ଦିନରେ ସାଙ୍ଗରେ ଆସୁଛନ୍ତି ।
ଏମିତି ଅଗପଛ କରି ଆସିବାକୁ କିଛ ଲୋକେ କହିଲେ କି ଯନ୍ତ୍ରପାତିର ଅଧିକ ବ୍ୟବହାର ପାଇଁ ବିଶ୍ୱକର୍ମା ଆଗରେ ଆସୁଛନ୍ତି, କିନ୍ତୁ ଯନ୍ତ୍ରପାତି ଯେତେ ଆଗେଇଲେ ବି ବିଦ୍ୟା ପରା ସବୁଠାରୁ ଆଗରେ । ବିଦ୍ୟାଦାତା କ'ଣ ଯନ୍ତ୍ର ଆଗରେ ହାର୍ ମାନିଗଲେ ନା ଏହିସବୁ କୁତ୍ସିତ କାର୍ଯ୍ୟକଳାପ ତାଙ୍କୁ ଏପରି ପରିସ୍ଥିତି ସୃଷ୍ଟି କରିବାକୁ ବଧ୍ୟ କଲା?