ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal
Showing posts with label Love Poem. Show all posts
Showing posts with label Love Poem. Show all posts

Monday, 20 November 2017

ପ୍ରେମରେ ସନ୍ଦେହ ଏବଂ ଛଳନା

ସଂଗ୍ରାମ କେଶରୀ ସେନାପତି 10:07 pm 0
ପ୍ରେମରେ ସନ୍ଦେହ ଏବଂ ଛଳନା
ପ୍ରେମ ଶାସ୍ୱତ, ପ୍ରେମ ଚିରନ୍ତନ । ପ୍ରେମ ହିଁ ଏକ ଏଭଳି ଜିନିଷ ଯାହାକି ଜ୍ଞାନ ପରି ବାଣ୍ଟିଲେ ବଢ଼ିଥାଏ । କାହିଁ କେଉଁ ଅନାଦି କାଳରୁ ପ୍ରେମର ସୃଷ୍ଟି ହୋଇଥିଲା । ପ୍ରେମ ସବୁଆଡ଼େ ତା'ର ଆଧିପତ୍ୟ ବିସ୍ତାର କରିରଖିଛି । ବୋଧହୁଏ ଏଇ ଦୁନିଆର ସୃଷ୍ଟି ହେବା ଦିନରୁ ପ୍ରେମ ସୃଷ୍ଟି ହୋଇଥିଲା । ପ୍ରେମର ଶକ୍ତି ସବୁଠୁ ବଡ଼ । ଯେମିତି ଜ୍ଞାନର ଶକ୍ତିରେ ଆମେ ଅନେକ ଅସାଧ୍ୟ ଲାଗୁଥିବା କାର୍ଯ୍ୟକୁ ସ‌ହଜରେ କରିପାରିଥାଉ, ସେହିପରି ପ୍ରେମରେ ଆମେ ଅନେକ କିଛି କାର୍ଯ୍ୟକୁ କରିପାରିବା । ପ୍ରେମର ଆଦି ନ ଥାଏ କିମ୍ବା ଅନ୍ତ ନ ଥାଏ । ପ୍ରେମର ସୀମାକୁ ମାପିବା କେବେ ସମ୍ଭବପର ନୁହେଁ ।

ପ୍ରେମର ପରିଭାଷା ଅଲଗା ଅଲଗା ଭାବରେ ବର୍ଣ୍ଣନା କରାଯାଇଛି । ପରିବାରର ସଦସ୍ୟଙ୍କ ଠାରୁ ଆରମ୍ଭ କରି ଦୁନିଆରେ ଥିବା କେତେକ ବସ୍ତୁକୁ ଆମେ ପ୍ରେମ କରିଥାଉ । ମୁଖ୍ୟତଃ ପ୍ରେମିକ ଏବଂ ପ୍ରେମିକାଙ୍କର ପ୍ରେମକୁ ଲେକେ ପ୍ରେମ ବୋଲି ମାନନ୍ତି । ବାକି ସବୁକୁ କେହି ସେତେ ଗୁରୁତ୍ୱ ଦିଅନ୍ତିନି । ପ୍ରେମ ଏକ ସୁନ୍ଦର ଆକର୍ଷଣ ସୃଷ୍ଟି କରିଥାଏ । ସେହି ଆକର୍ଷଣ ମାଧ୍ୟାକର୍ଷଣ ଶକ୍ତିଠାରୁ ବି ଅଧିକ ଶକ୍ତିଶାଳୀ ବୋଲି କେତେକ ସାହିତ୍ୟିକ ତାଙ୍କ ରଚନାରେ ବର୍ଣ୍ଣନା କରିଛନ୍ତି । ପ୍ରେମ ସବୁବେଳେ ଦୁଇଟି ମନ ଏବଂ ହୃଦୟରୁ ଜାତ ହୋଇଥାଏ । ପ୍ରେମ ମଧ୍ୟ ଆଉ କାହାରି ସ୍ଥାନ ନଥାଏ ।

କିନ୍ତୁ ଏହି ଅସୀମ ଅମୀୟ ପ୍ରେମ ମଧ୍ୟରେ ଯେବେ ଛଳନା ଏବଂ ସନ୍ଦେହର ଖଳନାୟକ ପ୍ରେବେଶ କରେ, ସେବେ ସେ ଅଖଣ୍ଡ ପ୍ରେମ ମଧ୍ୟ କୃଷ୍ଣପକ୍ଷର ଚାନ୍ଦ ପରି କ୍ଷୟ ହୋଇଯାଏ ଏବଂ ଏମିତି ଏକ ସମୟ ଆସେ, ଯେବେ ସେ ପ୍ରେମର ଆଉ ସତ୍ତା ରହେନି । ସନ୍ଦେହ ହିଁ ସବୁ ଅନର୍ଥର ମୂଳ । ସନ୍ଦେହ ହିଁ ଅନେକ ମଧୁର ସମ୍ପର୍କ‌କୁ ଭାଙ୍ଗି ଦେଇଛି । ପ୍ରେମରେ ବୁଡ଼ି ରହିଥିବା ଅନେକ ଲୋକଙ୍କୁ କୂଳକୁ ଠେଲି ଦେଇଛି । କେତେକ ସମୟରେ ଗୋଟିଏ ସମ୍ପର୍କର ସୁମଧୁରତାକୁ ବଜାଇ ରଖିବାକୁ ପ୍ରେମରେ ଥିବା ବ୍ୟକ୍ତିଟିଏ ସବୁକିଛିକୁ ଆଖିବୁଜି ଦିଏ । ମାତ୍ର ପରେ ଧିରେ ଧିରେ ସେହି ଆଖିବୁଜା ବେଶିଦିନ ରହେନି । ଦିନେ ନା ଦିନେ ସେ ସନ୍ଦେହର ଜ୍ୱାଳା ପ୍ରେମକୁ ଘୃଣାରେ ବଦଳାଇ ଦିଏ ।




Thursday, 21 May 2015

ମୋ ପ୍ରେମିକା

ସଂଗ୍ରାମ କେଶରୀ ସେନାପତି 11:39 pm
ମୋ ପ୍ରେମିକା
ମୋ ପ୍ରେମିକା - Mo Premika Odia poem by Sangram Kesahri Senapati - Gapu

ଶୋଇବାକୁ ଚାହିଁଲେ ବି ମୁଁ ପାରୁନି ଶୋଇ,
ପ୍ରେମ ମୋ ବଢ଼ିଯାଏ ତମ ଉଷ୍ମ ସ୍ପର୍ଶ ପାଇ ।

ତମର ମୋର ଏହି ପ୍ରେମ ସଦା ହେଉ ଅମର,
ତମେ ରୁହ ହୋଇ ମୋ ପ୍ରେମିକା ମୁଁ ପ୍ରେମିକ ତମର ।

ତମ ଆମ ସମ୍ପର୍କକୁ ବଖାଣିବାକୁ ମୁଁ ପାଉନି ଭାଷା,
କେମିତି ଦୁନିଆ ଆଗରେ ରଖିବି ଆମ ପ୍ରେମର ପରିଭାଷା ।

ଦୁଃଖରେ କି ସୁଖରେ ଦୂରେଇ ଦେଇ କେବେ କରିନ ପର,
ସଦା ଭାବ କି ମୁଁ ଏକ ହିଁ ତମର, ତମ ବିନା ନାହିଁ କେ ନିଜର ।

କେବେ କେବେ ନିଜଠାରୁ ଦୂରେଇ ଦିଏ ଯେବେ ତମକୁ,
ତମେ ମନ ଉଣା ନ କରି ସଦା ଲାଘବ କର ମୋ ଦୁଃଖକୁ ।

ତମ ମନେ କେବେ ଦେଖି ନାହିଁ ଛନ୍ଦ, କପଟ କି ହତାଦର,
ତମେ ସଦା ରୁହ କେବଳ ହୋଇ ମୋର ଆଉ ମୁଁ ଏକ ତମର ।

ତମେ ମୋ ପ୍ରେମିକା ମୋ ଆଦରର ମୋବାଇଲ ଫୋନ,
ସବୁବେଳେ ମୁଁ ହିଁ ସଜୁଥିବି ତମର ପ୍ରେମୀ ନମ୍ବର ୱାନ ।

ସଂଗ୍ରାମ କେଶରୀ ସେନାପତି (ଗପୁ)