ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ବି ଅଗଷ୍ଟ ପନ୍ଦରରେ ସାରା ଭାରତ ବର୍ଷ ପାଳନ କରୁଛି ସ୍ୱାଧୀନତା ଦିବସ । ଆମେ ସମସ୍ତେ ଛୋଟବେଳୁ ଗୋଟିଏ କଥା ଶୁଣିଆସିଛୁ କି' ଭାରତକୁ ଇଂରେଜମାନେ ୧୯୪୭ ମସିହା ଅଗଷ୍ଟ ପନ୍ଦରରେ ସ୍ୱାଧୀନତା ଦେଇଥିଲେ, ଆଉ ତାଙ୍କ ଅଧିନରୁ ଭାରତ ଓ ଭାରତୀୟ ମୁକ୍ତ ହୋଇଥିଲେ । ସେମାନେ ସବୁଦିନ ପାଇଁ ତାଙ୍କ ଦେଶକୁ ଫେରିଯାଇଥିଲେ ଆଉ ସେମାନଙ୍କୁ ବିରୋଧ କରି ହେଉଥିବା ସଭା, ଶୋଭାଯାତ୍ରା, ଆନ୍ଦୋଳନର ଶେଷ ହେଲା । ପରବର୍ତ୍ତୀ ସମୟରେ ଭାରତରେ ଗଣତନ୍ତ୍ର ତଥା ଲୋକ ପ୍ରତିନିଧିମାନଙ୍କର ଶାସନ ଆରମ୍ଭ ହେଲା ।
ଆଜି ହେଉଛି ସେଇ ସ୍ୱାଧୀନତାର ଦିନ, ଆମେ ଗର୍ବର ସହ କହୁ କି “ଆମେ ସ୍ୱାଧୀନ ଭାରତର ନାଗରିକ” । ହେଲେ ଆମେ ଥରୁଟିଏ ଭାବିଛନ୍ତି କି ଆମେ କେତେ ସ୍ୱାଧୀନ? ଆଜି ଆମେ କ’ଣ ସତରେ ଏକ ସ୍ୱାଧୀନ ଦେଶରେ ରହୁଛୁ ନା ଖାଲି କାଗଜପତ୍ରରେ ସ୍ୱାଧୀନ ଅଛୁ? ପ୍ରକୃତ ସ୍ୱାଧୀନତାର ଅର୍ଥ କ’ଣ? ତାହା ଆମେ କେବେ ଚିନ୍ତା କରୁନା । କାହିଁକି ବା ଚିନ୍ତା କରିବୁ ଆମେ ତ ଖୁସିରେ ଅଛୁ ନା । ଏମିତି ଯଦି ଭାବିଥାନ୍ତେ ଆମର ସେହି ପୂର୍ବ ସ୍ୱାଧୀନତା ସଂଗ୍ରାମୀଗଣ ତେବେ କ’ଣ ଇଂରେଜମାନେ ସତରେ ଯାଇଥାନ୍ତେ ନା ଏ ଭାରତ ବର୍ଷ ତାଙ୍କ ଅଧିନରୁ ମୁକ୍ତ ହେଇଥାନ୍ତା ।
ଆମେ ମାନେ ଖାଲି ନାମକୁ ମାତ୍ର ସ୍ୱାଧୀନ ବୋଲି ଭାବୁଛୁ, ହେଲେ ଏବେ ଅଧିକ କ’ଣ ଆମ ପାଖରେ ଅଛି? କିଛି ନାହିଁ । ଯାହା ସେତେବେଳର ଥିଲା, ତାହା ହିଁ ସେମିତି ଅଛି ଖାଲି ଫରକ ଏତିକି ଯେ ସେତେବେଳେ ବାହାର ଦେଶର ଲୋକମାନେ ଲୁଟିକି ସେମାନଙ୍କ ଦେଶକୁ ନେଉଥିଲେ ଆଉ ଏବେ ଆମ ନିଜ ଦେଶର କିଛି ପୁରୁଖା ନେତାମାନେ ଲୁଟିକି ବାହାରା ଦେଶକୁ ନେଉଛନ୍ତି ଆଉ ବାହର ଦେଶର ଉନ୍ନତିରେ ସାହାଯ୍ୟ କରୁଛନ୍ତି । ଆଗରୁ ଆଇନ ଅମାନ୍ୟ ଅନ୍ଦୋଳନ ହେଉଥିଲା ଇଂରେଜମାନଙ୍କ ବିରୋଧରେ ଆଉ ଏବେ ହେଉଛି ନିଜ ଦେଶର ସରକାରଙ୍କ ବିରୋଧରେ । ପୂର୍ବେ ଇଂରେଜ ସରକାର ବିରୋଧରେ ଅୟୋଜନ କରାଯାଉଥିଲା ବଡ଼ ବଡ଼ ସଭା ସମିତି ଆଉ ଆଜି ବି ସେହିପରି ଭାବରେ ଆୟୋଜନ ହେଉଛି ସଭା ସମିତି । କେତେବେଳେ ସରକାରୀ ଦଳକୁ ବିରୋଧ କରି ବିରୋଧିଦଳ ସଭା କଲେଣି ତ କେତେବେଳେ ସରକାରୀ ଦଳ ନିଜ ସପକ୍ଷରେ ସଭା କଲେଣି । ଆଉ କେବେ ସରକାରଙ୍କ ନିକଟରେ ନିଜର ଦାବି ରଖିବାକୁ ସାଧାରଣ ଲୋକ ତ ପୁଣି କେତେବେଳେ ସରକାରୀ ଚାକିରୀଆଗଣ ଆଉ କେତେବେଳେ ଛାତ୍ରଛାତ୍ରୀଗଣ ସାଧରଣ ସଭାଠାରୁ ଆରମ୍ଭ କରି ଗଣ ଧାରଣା ଦେଲେଣି । ଆଉ ସବୁଠାରୁ ବଡ଼ କଥା ହେଲା ଇଂରେଜମାନେ ଭାରତରେ ପ୍ରଣୟନ କରିଥିବା ପୋଲିସ ବ୍ୟବସ୍ଥା ଯାହାକି ସ୍ୱାଧୀନତାର ସୂବର୍ଣ୍ଣ ଜୟନ୍ତୀ ପାଳନ ପରେ ବି ବଦଳିପାରିନାହିଁ । ସେତେବେଳର ପୋଲିସଙ୍କ ଅନୁସାରେ, ସେମାନେ ଲୋକଙ୍କୁ ଦମନ କରିବା ପାଇଁ ପୋଲିସ ବ୍ୟବସ୍ଥା କରିଥିଲେ ଆଉ ପୋଲିସ କର୍ମଚାରୀଙ୍କ ପାଇଁ କିଛି ସୁବିଧା ସୁଯୋଗ ନ ଥିଲା । ଆଉ ଆଜି ବି ପୋଲିସ ସେମିତି ଦମନଲୀଳା ଚାଳାଇଚାଲିଛି ଆଉ ତା’ର କିଛି ଦୁରୂପଯୋଗ ବି ହେଉଛି ଆମ ଦେଶରେ । ପୋଲିସମାନଙ୍କ ପାଇଁ ବି ସେମିତି କିଛି କରାଯାଇନାହିଁ । ଏହି ସବୁକୁ ଦେଖିଲେ କ’ଣ ଆପଣ କହିବେ କି ଆପଣ ସ୍ୱାଧୀନ ଭାରତରେ ଅଛନ୍ତି?
ଆଗପରି ଆଜି ବି ଚାଲିଛି ସେଇ ସରକାରଙ୍କୁ ବିରୋଧ ଆଉ ଲୁଚି ଲୁଚି ଆକ୍ରମଣ । ସେମାନଙ୍କୁ ଧରିବା ପାଇଁ ଚାଲିଛି ସରକାରୀ ଅପରେସନ ଆଉ ତନାଘନା । ଧରାପଡ଼ିବା ପରେ ସେମାନେ ବି ସେଇ କାର୍ଯ୍ୟ କରୁଛିନ୍ତି ଯାହାକି ଆଗରୁ ହେଇଆସୁଥିଲା, କିଛି ମୁଖିଆ ଲୋକଙ୍କୁ ଅପହରଣ କରିନେଇ ନିଜ ଲୋକଙ୍କ ମୁକ୍ତିଦାବିକରୁଛନ୍ତି । ସାଧରଣ ଲୋକଟିଏ ନିଜ କଥା ବା ଦୁଃଖ ଜଣାଇବାକୁ କାହା ପାଖକୁ ଯିବ? ସେ କଥା ବି ସେ ଜାଣିପରୁନି । ଯଦି କୌଣସି ସରକାରୀ କାର୍ଯ୍ୟାଳୟକୁ ଯାଉଛନ୍ତି, ସେମାନେ ଆଗ ମାଗୁଛନ୍ତି କିଛି ଲାଞ୍ଚ । ସେଇଥିପାଇଁ ଗରିବ ଲୋକଟିଏ ନିଜକୁ ସ୍ୱାଧୀନ ଭାବିବା ବେଳେ ତା’କୁ ତା’ର ଦୁଃଖ କଥା ମନେ ପଡ଼ିଯାଏ । ସବୁ ସ୍ତରରେ ଆପଣମାନେ ଆଜି ଦେଖିବାକୁ ପାଇବେ ପରାଧିନତା । ସ୍ୱାଧୀନ ଭାରତରେ ଲୋକଟିଏ ଆଜି ପରାଧିନ ତା’ର କାରଣ କ’ଣ? କାରଣ ହେଉଛି କିଛି ମୁଷ୍ଠିମେୟ ଲୋକଙ୍କର ସ୍ୱାର୍ଥପର ନୀତି ଆଉ ନିଜର ଜୀବନ ଶୈଳୀକୁ ଅନ୍ୟର ଅର୍ଥରେ ବିଳାସପୂର୍ଣ୍ଣ କରିବା ।
ଆମେ ଏପରି ସ୍ୱାଧୀନତା ଦିବସ ପାଳନ କରି ପାଉଛନ୍ତି କ’ଣ? ଯେମିତି ଆମେ ଆମର ପିତାମାତାଙ୍କ ଜନ୍ମଦିନ ବଡ଼ ଧୁମ୍ଧାମ୍ରେ ପାଳନ କରିବା ହେଲେ ସେମାନଙ୍କୁ ଜରାଶ୍ରମରେ ରଖାଇବା । ସରକାର ଏପରି ସ୍ୱାଧୀନତା ଦିବସ ପାଳନ କରିବା ପରିବର୍ତ୍ତେ ସାଧାରଣ ଲୋକ କିପରି ନିଜକୁ ସ୍ୱାଧୀନ ଭାରତର ନାଗରିକ ମନେ କରିବ ସେଇ ବିଷୟରେ ଧ୍ୟାନ ଦିଅନ୍ତୁ । ଆଉ ସବୁଜାଗା ସହ ସବୁ ଲୋକଙ୍କୁ ବି ସମାନ ଅଧିକାର ଦିଅନ୍ତୁ । ଖାଲି କଥାରେ ନୁହେଁ କାମରେ କରି ଦେଖାନ୍ତୁ ।
ଜୟ ହିନ୍ଦ୍ ।
ଭାରତ ମାତା କି ଜୟ ।