ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Wednesday, 17 August 2016

ଆମେ ସ୍ୱାଧୀନ

ସଂଗ୍ରାମ କେଶରୀ ସେନାପତି 12:56 am
ଆମେ ସ୍ୱାଧୀନ
ଦୀର୍ଘ ଦିନର ଇଂରେଜ ଶାସନର ଅବପତନ ଘଟିଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ । ତା' ପରଠାରୁ ଭାରତ ଇଂରେଜ ଶାସନରୁ ମୁକ୍ତ ହେଲା । ଲୋପ ପାଇଗଲା ରାଜାମାନଙ୍କର ଶାସନ । ପରବର୍ତ୍ତୀ ସମୟରେ ପ୍ରତିଷ୍ଠା ହେଲା ଗଣତନ୍ତ୍ର ଶାସନ । ଗଣ ଅର୍ଥାତ ଲୋକମାନଙ୍କ ହାତରେ ରହିଲା ଶାସନର ଭାର । ଲୋକମାନେ ନିଜେ ନିଜର ପ୍ରତିନିଧିଟିଏ ବାଛି ପଠାଇବେ, ଯିଏକି ସେମାନଙ୍କର ଅସୁବିଧା ବିଷୟରେ ସରକାର ପର୍ଯ୍ୟନ୍ତ ପ‌ହ‌ଞ୍ଚାଇବ ।

Sunday, 31 July 2016

ରାଜନୀତିର ସ୍ଥାୟିତ୍ୱ

ସଂଗ୍ରାମ କେଶରୀ ସେନାପତି 11:03 pm
ରାଜନୀତିର ସ୍ଥାୟିତ୍ୱ
ରାଜାଙ୍କର ନିତୀ ହେଉଛି ରାଜନିତୀ । ଯେଉଁ ନିତୀ ରାଜାଙ୍କ କାର୍ଯ୍ୟରେ ଲାଗିଥାଏ, ସେ ହେଉଛି ରାଜନିତୀ । ଆଦି ଯୁଗରୁ ଚଳି ଆସିଛି ଏହିପରି ବିଭିନ୍ନ ରାଜନିତୀ । ସେହି ପୁରୁଣା ଯୁଗର ରାଜନିତୀର ଶ୍ରେଷ୍ଠ ସାଧକ, ଶକୁନୀ ହୁଅନ୍ତୁ କି କୌଣସି ରାଜାଙ୍କର ଅମାତ୍ୟ ହୁଅନ୍ତୁ । ଶକୁନୀ ଥିଲେ ସେହି ଯୁଗର ଶ୍ରେଷ୍ଠ ରାଜାନିତୀଜ୍ଞ ।

Thursday, 23 June 2016

ସାମାଜିକ ଚିନ୍ତାଧାରା

ସଂଗ୍ରାମ କେଶରୀ ସେନାପତି 8:32 pm
ସାମାଜିକ ଚିନ୍ତାଧାରା
ଆମେ ସମସ୍ତେ ହେଉଛନ୍ତି ଜଣେ ଜଣେ ସାମାଜିକ ପ୍ରାଣୀ । ସମାଜରେ ସାମାଜିକ ଲୋକମାନଙ୍କ ସ‌ହ ମିଶି ରହିଛୁ ଆଉ ନିଜକୁ ଅନ୍ୟମାନଙ୍କ ସ‌ହ ମଧ୍ୟ ଖାପଖୁଆଇ ଚଳିଆସିଛୁ । ଯଦି କାହାର କିଛି ଅସୁବିଧା ହୁଏ ଆମେ ତାଙ୍କୁ ସାହାଯ୍ୟ କରିଥାଉ ଆଉ କେହି ନା କେହି ଆମକୁ ଆମ ବିପଦ ସମୟରେ ମଧ୍ୟ ସ‌ହଯୋଗ କରି ଆମର ଦୁଃଖକୁ ନିଜ ଭିତରେ ବାଣ୍ଟି ନେଇଥାନ୍ତି ।

Tuesday, 31 May 2016

ସେହି ଅଭୂଲା ମୁହୂର୍ତ୍ତ

ସଂଗ୍ରାମ କେଶରୀ ସେନାପତି 2:05 am
ସେହି ଅଭୂଲା ମୁହୂର୍ତ୍ତ
ଜୟ ଜଗନ୍ନାଥ ।।
ଜୟ ମାଆ ମାଣିକେଶ୍ୱରୀ ।।

କେହି ଜଣେ କ‌ହିଛନ୍ତି, “Good Friends are hard to find, Harder to leave and Impossible to forget.”
ସେହିଭଳି କୌଣସି ଗୋଟିଏ ଜାଗାରେ କିଛି ଦିନ ରହିବା ପରେ ଏମିତି ଏକ ଭାବପ୍ରବଣତା ଯୋଡ଼ି ହୋଇଯାଏ ଯେ, ସେହି ସ୍ଥାନ‌କୁ ଛାଡ଼ି ଯିବାକୁ ଇଚ୍ଛା ହିଁ ହୁଏନି । ଏମିତି ସାଙ୍ଗମାନେ ଯେଉଁମାନଙ୍କ ସ‌ହ ବ‌ହୁତ ଝଗଡ଼ା କରୁଥିଲୁ, ପ୍ରତି କଥାରେ ମତାନ୍ତର ହେଉଥିଲା, ସେ ବି ଦିନେ ନିଜର ସବୁଠୁ ଭଲ ସାଙ୍ଗଟିଏ ହୋଇଯାଏ । ହେଲେ ଆମେ ଯାହାକୁ ଯେତେ ଭଲ ପାଇବା, ସେତେ ଶୀଘ୍ର ସେ ଆମଠାରୁ ଦୂରେଇ ଯିବ ।

Sunday, 17 April 2016

ସମସ୍ୟା ଆଉ ସମାଧାନ

ସଂଗ୍ରାମ କେଶରୀ ସେନାପତି 11:31 am
ସମସ୍ୟା ଆଉ ସମାଧାନ
ସମସ୍ୟା ଆମ ଜୀବନର ଏକ ସତ୍ୟ ଅଟେ । କିଏ ଏହି କଥାକୁ ବୁଝିଯାଏ ତ ପୁଣି କିଏ ସାରା ଜୀବନ ଏହି ସମସ୍ୟା ବିଷୟରେ ଭାବି ଭାବି କାନ୍ଦୁଥାଏ । ଜୀବନର ପ୍ରତ୍ୟେକ ମୋଡ଼ରେ ଆମର ସମସ୍ୟା(Problems) ସ‌ହ ଆମ୍ନାସାମ୍ନା ହୋଇଥାଏ । ସମସ୍ୟା ବିନା ଜୀବନର କଳ୍ପନା କରାଯାଇପାରେ ନାହିଁ ।

Friday, 4 March 2016

ଜୀବନ ଯନ୍ତାରେ ମଣିଷ

ସଂଗ୍ରାମ କେଶରୀ ସେନାପତି 11:11 pm
ଜୀବନ ଯନ୍ତାରେ ମଣିଷ
ସତରେ ମଣିଷର ଜୀବନ ଏକ ଯନ୍ତା ସଦୃଶ, ଯେଉଁଠି ପ୍ରତ୍ୟେକ ମଣିଷର ଜୀବନ ପ୍ରତି ମୁହୂର୍ତ୍ତରେ ଯନ୍ତ୍ରଣାରେ ଜଳିଥାଏ ଓ ପ୍ରତିଦିନ ଡରି ଡରି ବଞ୍ଚିଥାଏ । କାହିଁକି ନା, ମଣିଷର ରାତ୍ରୀର ନିଦ୍ରା ଶେଷ ହେଲା ପରେ ଏକ ସୁବର୍ଣ୍ଣ ସକାଳର ଆଗମନରେ ତା'ର ଦୈନନ୍ଦିନ କର୍ମମୟ ଜୀବନ ସ‌ହିତ ରଙ୍ଗିନ ଦୁନିଆର ରଙ୍ଗମଞ୍ଚରେ ଅଭିନୟର ମଧ୍ୟ ଅୟମାରମ୍ଭ ହୋଇଥାଏ ।

Wednesday, 17 February 2016

ସୁ-ମନ୍ତ୍ର

ସଂଗ୍ରାମ କେଶରୀ ସେନାପତି 12:37 pm
ସୁ-ମନ୍ତ୍ର
ଆଜି ସକାଳୁ ସକାଳୁ ଓ-ଟିଭିର ଏକ କାର୍ଯ୍ୟକ୍ରମ "ସର୍ବେଭବନ୍ତୁ ସୁଖିନଃ"ରେ ଏକ କଥା ଶୁଣିଲି, ଯାହା ମୋ ମନ‌କୁ ଛୁଇଁଯାଇଥିଲା । ସେହି କଥାକୁ ଏଠାରେ ବର୍ଣ୍ଣନା କରୁଛି ।