ଦୀର୍ଘ ଦିନର ଇଂରେଜ ଶାସନର ଅବପତନ ଘଟିଥିଲା ୧୯୪୭ ମସିହା ଅଗଷ୍ଟ ୧୫ ତାରିଖରେ । ତା' ପରଠାରୁ ଭାରତ ଇଂରେଜ ଶାସନରୁ ମୁକ୍ତ ହେଲା । ଲୋପ ପାଇଗଲା ରାଜାମାନଙ୍କର ଶାସନ । ପରବର୍ତ୍ତୀ ସମୟରେ ପ୍ରତିଷ୍ଠା ହେଲା ଗଣତନ୍ତ୍ର ଶାସନ । ଗଣ ଅର୍ଥାତ ଲୋକମାନଙ୍କ ହାତରେ ରହିଲା ଶାସନର ଭାର । ଲୋକମାନେ ନିଜେ ନିଜର ପ୍ରତିନିଧିଟିଏ ବାଛି ପଠାଇବେ, ଯିଏକି ସେମାନଙ୍କର ଅସୁବିଧା ବିଷୟରେ ସରକାର ପର୍ଯ୍ୟନ୍ତ ପହଞ୍ଚାଇବ ।
ତୃଣମୂଳ ସ୍ତରରୁ ନେଇକି ଦେଶର ସର୍ବୋଚ୍ଚ ଶାସନ ଯାଏ ଏହିପରି ଲୋକପ୍ରତିନିଧିମାନେ ଶାସନର ଗୁରୁ ଦାୟିତ୍ୱ ତୁଲାଇଆସୁଛନ୍ତି । ଏହି ବର୍ଷ ଆମ୍ଭେ ପାଳୁଛୁ ୭୦ତମ ସ୍ୱାଧୀନତା ଦିବସ । ଦେଶର ପ୍ରାୟ ପ୍ରତ୍ୟେକ ସ୍ଥାନରେ ଅଗଷ୍ଟ ୧୫ ତାରିଖରେ ପାଳନ କରାଯାଉଛି ସ୍ୱାଧୀନତା ଦିବସ । ସ୍ୱାଧିନତା ସଂଗ୍ରାମୀମାନଙ୍କୁ ମନେପକାଇ ସେମାନଙ୍କର ଉଲ୍ଲେଖନୀୟ କାର୍ଯ୍ୟକଳାପ ବିଷୟରେ ଆଲୋଚନା କରାଯାଏ । ଅନ୍ୟମାନଙ୍କୁ ସେହିପରି କିଛି କାର୍ଯ୍ୟ କରିବାକୁ ପ୍ରେରଣା ଦିଆଯାଏ । ଆମ ଦେଶକୁ ଇଂରେଜ ଶାସନରୁ ମୁକ୍ତ କରିବାକୁ ଅମର ଶହିଦମାନଙ୍କର ଆପ୍ରାଣ ଉଦ୍ୟମ ତଥା ବଳୀଦାନ ବିଷୟରେ ଉଦ୍ବୋଧନ ଦିଆଯାଏ ।
ଛୋଟ ଥିବାବେଳେ ବିଦ୍ୟାଳୟମାନଙ୍କରେ ଏହି ସବୁ କଥାଶୁଣି ମନରେ ପ୍ରଶ୍ନ ସୃଷ୍ଟି ହେଉଥିଲା କି ଆମେ ସମସ୍ତେ ତ ସ୍ୱାଧୀନ, ଆମ ସମସ୍ତଙ୍କୁ ମୁକ୍ତ ଭାବରେ ବଞ୍ଚିବାକୁ ଅଧିକାର ଦିଆଯାଇଛି ତଥାପି ଆମେ କାହିଁକି ଆମ ଇଚ୍ଛାନୁସାରେ କିଛି କରିପାରୁନୁ? ଆମକୁ କାହିଁକି ଘରେ ଅନ୍ୟମାନଙ୍କର କଥା ମାନିବାକୁ ବାଧ୍ୟ କରାଯାଉଛି? ବିଦ୍ୟାଳୟମାନଙ୍କରେ ଶିକ୍ଷକମାନଙ୍କର କଥା ମାନିବାକୁ ପଡ଼ୁଛି? ଆମେ ଯଦି ସ୍ୱାଧୀନ,ଆମେ କାହିଁକି କାହା କଥା ମାନିବୁ? ହେଲେ ଆଜି ଏତେଦିନ ପରେ ସେହି କଥା ମନେ ପଡ଼ିଲେ ହସ ଲାଗୁଛି । ପ୍ରକୃତରେ ଆମେ ସ୍ୱାଧିନ ହେଇଛୁ ଅନ୍ୟ ଏକ ଦେଶର ଶାସନରୁ, ହେଲେ ଆମର ନିଜର ନିୟମ ଭିତରୁ ନୁହେଁ । କାହାକୁ ସ୍ୱାଧୀନତା ଦିଆଯାଇଛି ମାନେ ନୁହେଁ ଯେ ସେ ତା' ଇଚ୍ଛା ଅନୁସାରେ ଯାହା କିଛି ବି କହିପାରିବ । ପ୍ରକୃତ ସ୍ୱାଧୀନତାକୁ ବୁଝିବାକୁ ହେବ । ସ୍ୱାଧୀନତା ଦିବସରେ ନିଜକୁ ସ୍ୱାଧୀନ ମନେକରି କେହି କିଛି ବି କରିପାରିବ ନାହିଁ, କାରଣ ଏଠାରେ ରାଜଠାରୁ ପ୍ରଜା ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ନିୟମ ରହିଛି । ତା' ପରେ ବି ଆମ ପାଖରେ ରହିଛି କିଛିଟା ସ୍ୱାଧୀନତା । ଅବଶ୍ୟ କେତେକଙ୍କ ପାଇଁ ଏହି ନିୟମ ଏକ ଅଲଗା ଅର୍ଥ ଆଣି ଦେଇଛି । କାନୁନ୍କୁ ଅନ୍ଧ କୁହାଯାଏ, କାରଣ ସେ ବାଛବିଚାର ନ କରି କେବଳ ଦୋଷୀକୁ ଦଣ୍ଡ ଦିଏ । ହେଲେ କିଛି ଏହାକୁ ଅନ୍ଧ କାନୁନ୍ରେ ବଦଳାଇ ଦେଉଛନ୍ତି, ସେମାନଙ୍କ କଥାରେ ଦୋଷୀଟିଏ ଖସିଯାଉଛି । ଏହିଭଳି ହେବା ଦ୍ୱାରା ଖସିଯାଉଥିବା ଦୋଷୀଟି ତା'ର ସ୍ୱାଧୀନତାକୁ ଅନୁଭବ କରୁଛି ଏକ ଭିନ୍ନ ଭଙ୍ଗୀରେ ।
ଆଜି କିନ୍ତୁ ସ୍ୱାଧୀନ ଭାରତକୁ ଦେଖିଲେ ମନରେ ଭିନ୍ନ ଏକ ସଂଶୟ ସୃଷ୍ଟି ହେଉଛି । ଦେଶର ଲୋକମାନଙ୍କୁ ଶାସନ କରିବା ପାଇଁ ନିଯୁକ୍ତ ହେଇଥିବା ଅଧିକାରୀଗଣ ଏବେ ସ୍ୱାଧିନତାର ପରିଭାଷାକୁ ବଦଳାଇ ଦେଇଛନ୍ତି । ଯାହାକୁ ଶାସନ କରିବାର ସୁଯୋଗ ମିଳିଲା ସେ ଜନସାଧାରଣଙ୍କ ପାଇଁ କିଛି କରିବା ଆଗରୁ ନିଜର ଦଳ ପାଇଁ କିଛି କରିବାକୁ ଭାବୁଛି । ଆଉ ଶାସନ କରିବାରୁ ବଞ୍ଚିତ ହେଉଥିବା ଦଳଟି ଶାସକ ଦଳର ପ୍ରତ୍ୟେକ କଥାରେ ଆଙ୍ଗୁଳି ନିର୍ଦ୍ଦେଶ କରିଚାଲିଛି । ଜନସାଧାରଣଙ୍କ ହିତ ପାଇଁ କିଛି କରିବା ପରିବର୍ତ୍ତେ ଶାସକ ଦଳକୁ କିପରି ଅସୁବିଧାରେ ପକାଇବେ ସେହି କଥା ଚିନ୍ତା କରୁଛନ୍ତି । ଜନସାଧାରଣଙ୍କ ହିତ ନିମିତ୍ତ କିଛି କରିବା ଆଗରୁ ଆରମ୍ଭ କରିଦେଉଛନ୍ତି ଏକ ବନ୍ଦ । ହେଲେ ଜଣେ ଲୋକର ସ୍ୱାର୍ଥ ପାଇଁ ସେମାନେ ଅସଂଖ୍ୟ ନିରିହ ଲୋକଙ୍କୁ ହଇରାଣ କରୁଛନ୍ତି ବୋଲି ଭୁଲିଯାଉଛନ୍ତି । କୌଣସି ବି କଥା ହେଲେ ସେମାନେ ଆରମ୍ଭ କରିଦେଉଛନ୍ତି ଆନ୍ଦୋଳନ । ଯେଉଁ ଆନ୍ଦୋଳନ ଯୋଗୁଁ ଅସୁବିଧାରେ ପଡ଼ୁଛନ୍ତି ସାଧାରଣ ଜନତା । ଗୋଟିଏ କଥାର ସମାଧାନ କରିବା ଆଗରୁ ଧରିନେଉଛନ୍ତି ଅନ୍ୟ ଏକ ସମସ୍ୟା ଏବଂ ସୃଷ୍ଟି କରୁଛନ୍ତି ନୂଆ ଏକ ସମସ୍ୟା । ଏଠାରେ କେହି ଜନସାଧାରଣଙ୍କ ସ୍ୱାଧୀନତା କଥା ଚିନ୍ତା କରୁନାହାନ୍ତି, ଚିନ୍ତା କରୁଛନ୍ତି କେବେଳ ନିଜର ସ୍ୱାର୍ଥ ବିଷୟରେ । ସମସ୍ତେ ଭୁଲିଯାଉଛନ୍ତି କି କାହାକୁ ଆଙ୍ଗୁଳି ନିର୍ଦ୍ଦେଶ କରିବା ବେଳେ ବାକି ଚାରୋଟି ଆଙ୍ଗୁଳି ରହୁଛି ସେମାନଙ୍କର ନିଜ ଆଡ଼କୁ । ଜନସାଧାରଣଙ୍କୁ ସ୍ୱାଧୀନ ଭାବରେ ନିଜର ଯୁକ୍ତି ସମସ୍ତଙ୍କ ଆଗରେ ରଖିବାର ସୁଯୋଗ ଦିଆଯାଏନି, ସେମାନଙ୍କର ମୁହଁ ବନ୍ଦ କରିବାକୁ ଆଗେଇ ଆସନ୍ତି କିଛି ଲୋକ । ସେମାନେ ଯେଉଁ ଅସୁବିଧାର ସମାଧାନ ପାଇଁ ଆସିଥାନ୍ତି, ସେ ତ ସେମିତି ରହିଯାଏ ବରଂ କିଛି ନୂଆ ଅସୁବିଧା ଭିତରେ ଛନ୍ଦି ହୋଇପଡ଼ନ୍ତି । ସେଥିପାଇଁ ଲୋକଟିଏ ନିଜର ସ୍ୱାଧୀନତାକୁ ଭୁଲିଗଲାଣି । ଭାରତ ସ୍ୱାଧୀନ ହୋଇଛି ବିଦେଶୀ ଶକ୍ତି କବଳରୁ ହେଲେ ସ୍ୱାଧିନ ହୋଇପାରିନି ନିଜ ଭିତରୁ ।
ଏହି ସ୍ୱାଧୀନତା ଦିବସରେ ସମସ୍ତ ପାଠକବନ୍ଧୁ ମୋର ଏତିକି ବିନତୀ ସ୍ୱାଧୀନତାର ଅର୍ଥକୁ ବୁଝନ୍ତୁ, ନିଜକୁ ଯେତିକି ସ୍ୱାଧୀନ ମନେ କରୁଛନ୍ତି, ଅନ୍ୟକୁ ମଧ୍ୟ ସେତିକି ସ୍ୱାଧୀନ ହେବାର ସୁଯୋଗ ଦିଅନ୍ତୁ ।
ଭାରତର ଏକତାକୁ ବଜାୟ ରଖନ୍ତୁ । ପଡ଼ିଯାଉଥିବା ଲୋକଟିକୁ ଧକ୍କା ନ ମାରି ଉଠିବାରେ ସାହାଯ୍ୟ କରନ୍ତୁ ।
ନିଜକୁ ଉଚ୍ଚ ସ୍ଥାନରେ ଦେଖିବାକୁ ହେଲେ ନିଜର ମାଆ ଏବଂ ମାତୃଭୂମିର ସମ୍ମାନ କରନ୍ତୁ ।
ଜୟହିନ୍ଦ୍ ।