୩ ଦିନ ତଳେ ମା'କୁ ନେଇକି ଟୀକା ପାଇଁ ଯାଇଥିଲି । ଗୋଟେ ଲୋକ ସ୍କୁଟିରେ ଆସିଥିଲା ଆଉ ପ୍ରବଳ ଭିଡ଼ ଦେଖିକି ବହେ ଚିଲେଇଲା । ଟୁଇଟ୍ କରିବି, କଲେକ୍ଟର୍କୁ ଫୋନ୍ କରିବି, ଇତ୍ୟାଦି... ଆଉ କହିଲା ଏମିତି ଲୋକଙ୍କ ପାଇଁ ଏଠି ଟୀକା ନୁହେଁ କରୋନା ନେଇକି ଘରକୁ ଯିବାକୁ ହେବ । ସବୁ ଲୋକ ତା' କଥାକୁ ଶୁଣିଲେ ଆଉ ଦୂରେଇଗଲେ । ସେ ଲୋକ ଏମିତି ଚିଲେଇକି ଭାଷଣ ଦେଇକି ଆଗରେ ପହଞ୍ଚିଗଲା; କିଛି ସମୟରେ ସବୁ ଶାନ୍ତ ହେଲାପରେ ସେ ତ ଆଗରେ ଥିଲା ଆଉ ଚୁପ୍କିନା ଯାଇକି ଟୀକା ନେଇଗଲା ।
"ତେଣୁ କିଛି ନଶୁଣି #ଟୀକା ନିଅନ୍ତୁ । ହଁ ଆପଣ ଯୋଗ ବି କରନ୍ତୁ, #କାଢ଼ା ବି ପିଅନ୍ତୁ, ଇଚ୍ଛା ହେଲେ ନାକରେ କି ଯେଉଁଠି ହେଲେ ଲେମ୍ବୁ ବି ପକାନ୍ତୁ, ହେଲେ #ଟୀକାନିଅନ୍ତୁ ।"
- ଗପୁ
No comments:
Post a Comment