ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Thursday, 22 June 2017

ସ୍ୱାର୍ଥପର ଦୁନିଆ

ସଂଗ୍ରାମ କେଶରୀ ସେନାପତି 1:19 am
ସ୍ୱାର୍ଥପର ଦୁନିଆ

ଆମେ ମଣିଷମାନେ ବ‌ହୁତ ବଢ଼ିଆ ଲୋକମାନେ । ଆମେ ସଭିଙ୍କୁ ଅତି ଆଦର ଯତ୍ନରେ ପାଳିଥାଉ । ଏପରିକି ଆମେ ଆମ ଘରେ ଏହିଭଳି କୁକୁଡ଼ା ଚିଆଁକୁ ରଖିକି ମଧ୍ୟ ପାଳିଥାଉ । ଅତି ସ୍ନେହରେ ବି ଆମେ କେବେ କେବେ ଆମର ଗୃହ ପାଳିତ ପଶୁପକ୍ଷୀମାନଙ୍କୁ ପାଳିଥାଉ । ଆମେ ପରା ମଣିଷ, ଭଗବାଙ୍କ ସୃଷ୍ଟିରେ ସବୁଠାରୁ ଅଧିକ ବଳଶାଳୀ ଆଉ ବୁଦ୍ଧିମାନ । ଆମ ପାଖରେ ତ ଅନେକ ପ୍ରକାରର ପ୍ରଯୁକ୍ତିବିଦ୍ୟାର ଆବିଷ୍କାର ହୋଇଗଲାଣି, ଯାହା ଫଳରେ ଆମେ ସବୁକିଛିକୁ ସୁରୁଖୁରୁରେ କରିପାରୁଛି

Thursday, 8 June 2017

ପ୍ରକୃତିର ସନ୍ତୁଳନ

ସଂଗ୍ରାମ କେଶରୀ ସେନାପତି 1:34 pm
ପ୍ରକୃତିର ସନ୍ତୁଳନ
ପ୍ରକୃତି ଅଥବା ଧରଣୀ ଆମର ମାଆ ସମାନ । ଗାଇକୁ ବି ଆମେ ଆଦି ଯୁଗରୁ ମାଆ ଭାବରେ ପୂଜା କରିଆସିଛେ । ଯେମିତି ପିଲାଟିଏ ଛୋଟ ଥିଲାବେଳେ ତା' ମାଆର ଖିର ଖାଇ ଧିରେ ଧିରେ ବଡ଼ ହୋଇଥାଏ, ସେମିତି ଗାଇର ଖିରରେ ମଧ୍ୟ ଅନେକ ପ୍ରକାରର ଗୁଣବତ୍ତା ଥାଏ, ଯାହାକୁ ସଭିଙ୍କୁ ପୋଷଣ ଯୋଗାଇଥାଏ । ସେଇଥିପାଇଁ ଆମେ ଗାଇଙ୍କୁ ମଧ୍ୟ ମାଆର ଆଖ୍ୟା ଦେଇଆସିଛୁ । ହିନ୍ଦୁ ଧର୍ମରେ ଆମେ ଗାଇକୁ ଭଗବାନଙ୍କ ଆଶୀର୍ବାଦ ରୂପରେ ମାନିଛେ ଏବଂ ଗୋମାତାଙ୍କ ଦେହରେ ଅନେକ ଭଗବାନଙ୍କର ଅବସ୍ଥାନ ବୋଲି ମଧ୍ୟ ଆମେ ଜାଣିଛେ ।

Sunday, 14 May 2017

ମାଆ

ସଂଗ୍ରାମ କେଶରୀ ସେନାପତି 4:44 pm
ମାଆ
ମାଆ ଏକ ଏମିତି ଶବ୍ଦ ଯାହାର ଅର୍ଥ ଯିଏ ବୁଝିଛି ସେ ହିଁ ଜାଣିଛି । ଦୁନିଆରେ ମାଆ'ର ଋଣ କେହି କେବେ ସୁଝିପାରିବେନି ବୋଲି ସଭିଏଁ କ‌ହ‌ନ୍ତି ଆଉ ହଁ ଏଇଟା ବି ସତ । ଖାଲି ମାଆ ନୁହେଁ ମାଆ ସ‌ହ ବାପାଙ୍କର ଋଣ ବି କେହି କେବେ ସୁଝିପାରିବେନି । ଏବେ ଏବେ ତ ଗୋଟେ ନୂଆ ପ୍ରଥା ଚାଲିଛି । ସବୁ କିଛି କାମ ପାଇଁ କିଛି ନା କିଛି ଦିବସ ପାଳନ କରୁଛେ । ଏମିତିକି ମାଆ ପାଇଁ ବି ମାତୃଦିବସ । ମାତୃ ଦିବସ ପାଳନ ଏକ ଭଲ କଥା, ମାତ୍ର ବାକି ୩୬୪ ଦିନ ସେ ପ୍ରେମ ଆଉ ଭଲ ପାଇବା କାଇଁ ।

Saturday, 29 April 2017

ଅକ୍ଷୟ ତୃତୀୟା

ସଂଗ୍ରାମ କେଶରୀ ସେନାପତି 8:48 am
ଅକ୍ଷୟ ତୃତୀୟା
ଓଡ଼ିଶାକୁ ଅନେକ କୃଷିଭିତ୍ତିକ ରାଜ୍ୟ ଭାବରେ ଗଣନା କରନ୍ତି । ଅବଶ୍ୟ କରିବା ଦରକାର । କୃଷି ଏବଂ କୃଷକ ଆଗେଇଲେ ଓଡ଼ିଶା ଆଗେଇବ । ଆଜିର ସେହି କୃଷି ଭିତ୍ତିକ ପର୍ବର ଅନୁକୂଳ କରାଯାଏ ଅକ୍ଷିମୁଠିର ଏବଂ ଆରମ୍ଭ ହୋଇଥାଏ ଚାଷ କାମର । ଅକ୍ଷୟ ତୃତୀୟା ଏକ ଶୁଭଦିନ । ତେଣୁ ଏହିଦିନରେ ଗୃହନିର୍ମାଣ, ନିର୍ବନ୍ଧ, ବିବାହ, ଉପନୟନ ପ୍ରଭୃତି ଶୁଭକର୍ମ ଅନୁଷ୍ଠିତ ହୋଇଥାଏ ।

Friday, 28 April 2017

ଉତ୍କଳ ଜାତିର ଗୌରବ ମଧୁ ବାରିଷ୍ଟର

ସଂଗ୍ରାମ କେଶରୀ ସେନାପତି 9:06 am
ଉତ୍କଳ ଜାତିର ଗୌରବ ମଧୁ ବାରିଷ୍ଟର
ପ୍ରାଚୀନ ଓଡ଼ିଶା ବିଭିନ୍ନ ରାଜାମାନଙ୍କ ଶାସନ କାଳରେ ଭାଙ୍ଗି ଭାଙ୍ଗି ବିଭିନ୍ନ ଗଡ଼ଜାତରେ ପରିଣତ ହୋଇସାରିଥିଲା । ସେତେବେଳେ ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଆ ଭାଷାର ଅବନତି ଘଟିବାକୁ ଆରମ୍ଭ କରିଥିଲା । ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସେମାନଙ୍କ ଭାଷା ଏବଂ ସଂସ୍କୃତି ଓଡ଼ିଶାରେ ଖେଳାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରିନଥିଲେ । ସେତେବେଳେ ଓଡ଼ିଆମାନଙ୍କୁ ଏକାଠୀ କରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା । ଓଡ଼ିଆ ଭାଷା ଏବଂ ଓଡ଼ିଆ ସଂସ୍କୃତି ଉପରେ ଜନ‌ଜାଗରଣ ସୃଷ୍ଟିକରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା ।
ସେହିସମୟରେ ଓଡ଼ିଶାର ଅନେକ ତୁଙ୍ଗନେତାଙ୍କ ଆପ୍ରାଣ ଉଦ୍ୟମରେ ଉତ୍କଳ ସମ୍ମିଳନୀର ଆୟୋଜନ କରାଯାଇଥିଲା,

Friday, 14 April 2017

ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି

ସଂଗ୍ରାମ କେଶରୀ ସେନାପତି 12:01 am
ଓଡ଼ିଆ ନବବର୍ଷ ଏବଂ ପଣା ସଂକ୍ରାନ୍ତି
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷର ଗଣନା ପାଇଁ ସୌରମାନ ଗଣନା ଏବଂ ଚାନ୍ଦ୍ରମାନ ଗଣନା ଏଭଳି ଦୁଇଟି ପଦ୍ଧତି ରହିଅଛି । ସୌରମାନ ଗଣନାନୁଯାୟୀ ସୂର୍ଯ୍ୟଙ୍କ ସଂକ୍ରମଣ ଗତିକୁ ଲକ୍ଷ୍ୟ କରାଯାଇ ବର୍ଷ ଏବଂ ମାସର ଗଣନା କରାଗଲା ବେଳେ ଚାନ୍ଦ୍ରମାନ ପଦ୍ଧତିରେ ଚନ୍ଦ୍ରଙ୍କ କ୍ଷୟ ଏବଂ ବୃଦ୍ଧିକୁ ଲକ୍ଷ୍ୟ କରାଯାଇ ବର୍ଷ ଓ ମାସର ଗଣନାହୁଏ ।

Wednesday, 12 April 2017

ପ୍ରେରଣାର ଉତ୍ସ ସନ୍ଦୀପ ମାହେଶ୍ୱରୀ

ସଂଗ୍ରାମ କେଶରୀ ସେନାପତି 12:45 am
ପ୍ରେରଣାର ଉତ୍ସ ସନ୍ଦୀପ ମାହେଶ୍ୱରୀ
Sandeep Maheshwari in wikipedia.jpg
ସନ୍ଦୀପ ମାହେଶ୍ୱରୀ ଜଣେ ଭାରତୀୟ ଉଦ୍ୟୋଗପତି ଏବଂ ଚିତ୍ରୋତ୍ତଳକ । ସେ ଚିତ୍ରୋତ୍ତଳନରେ ଲିମ୍‌କା ବୁକ୍ ଓଫ୍ ରେକର୍ଡ଼୍ସରେ ୧୦ଘଣ୍ଟା ଭିତରେ ୧୦୦ ଜଣ ମଡେଲଙ୍କର ଫଟୋ ଉଠାଇ ବିଶ୍ୱରେକର୍ଡ଼ ସୃଷ୍ଟି କରିଥିଲେ ।[୧] ଅନେକ ବ୍ୟବସାୟରେ ବିଫଳ ହେବା ପରେ ସେ ଚିତ୍ରୋତ୍ତଳନରେ ଇମେଜ ବଜାର ନାମକ ନିଜସ୍ୱ ୱେବସାଇଟ୍‌ରେ ଭାରତୀୟ ମଡେଲମାନଙ୍କର ଫଟୋ ସ୍ଥାନିତ କରିଥିଲେ ଯେଉଁଥିରୁ ଅଧିକାଂଶ ଖବରକାଗଜରେ ଫଟୋ ଛପାଯାଉଛି ।[୨]
ଜୀବନରେ ଭୋଗିଥିବା ଅନେକ ବିଫଳତା ହିଁ ସନ୍ଦୀପଙ୍କୁ ତାଙ୍କ ଜୀବନରେ ସଫଳ କରାଇବାରେ ସାହାଯ୍ୟ କରିଥିଲା । ସବୁ ଜିନିଷକୁ ସ‌ହଜରେ ଗ୍ରହଣ କରୁଥିବା ମଣିଷ‌ଟିଏ ହେଉଛନ୍ତି ସନ୍ଦୀପ ।