ପ୍ରାଚୀନ
ଓଡ଼ିଶା ବିଭିନ୍ନ ରାଜାମାନଙ୍କ ଶାସନ କାଳରେ ଭାଙ୍ଗି ଭାଙ୍ଗି ବିଭିନ୍ନ ଗଡ଼ଜାତରେ
ପରିଣତ ହୋଇସାରିଥିଲା । ସେତେବେଳେ ଓଡ଼ିଶାର ସଂସ୍କୃତି ଏବଂ ଓଡ଼ିଆ ଭାଷାର ଅବନତି
ଘଟିବାକୁ ଆରମ୍ଭ କରିଥିଲା । ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ସେମାନଙ୍କ ଭାଷା ଏବଂ
ସଂସ୍କୃତି ଓଡ଼ିଶାରେ ଖେଳାଇବାରେ କୌଣସି ସୁଯୋଗକୁ ହାତଛଡ଼ା କରିନଥିଲେ । ସେତେବେଳେ
ଓଡ଼ିଆମାନଙ୍କୁ ଏକାଠୀ କରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା । ଓଡ଼ିଆ ଭାଷା ଏବଂ ଓଡ଼ିଆ
ସଂସ୍କୃତି ଉପରେ ଜନଜାଗରଣ ସୃଷ୍ଟିକରିବା ନିତ୍ୟାନ୍ତ ଆବଶ୍ୟକତା ଥିଲା ।
ସେହିସମୟରେ
ଓଡ଼ିଶାର ଅନେକ ତୁଙ୍ଗନେତାଙ୍କ ଆପ୍ରାଣ ଉଦ୍ୟମରେ ଉତ୍କଳ ସମ୍ମିଳନୀର ଆୟୋଜନ
କରାଯାଇଥିଲା,
ଯାହାର ପ୍ରମୁଖ କର୍ତ୍ତା ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ ମହୋଦୟ । ଅନେକ ଆଶା ଆକାଂକ୍ଷାକୁ ନେଇ ଶେଷରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ହେଲା । ଖଣ୍ଡବିଖଣ୍ଡିତ ହୋଇଯାଇଥିବା ଓଡ଼ିଶା ଶେଷରେ ଭାଷା ଭିତ୍ତିରେ ରାଜ୍ୟର ମାନ୍ୟତା ପାଇଥିଲା, ଯାହାକି ଭାରତ ବର୍ଷର ପ୍ରଥମ ରାଜ୍ୟ ଥିଲା, ଯାହାକୁ ଭାଷା ଭିତ୍ତିରେ ରାଜ୍ୟ ଗଠନର ମାନ୍ୟତା ମିଳିଥିଲା । ୧୯୩୬ ମସିହା ଏପ୍ରିଲ ୧ରେ ଓଡ଼ିଶା ସ୍ୱତନ୍ତ୍ର ପ୍ରଦେଶ ମାନ୍ୟତା ପାଇଥିଲା, ମାତ୍ର ସେତେବେଳକୁ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମହାନାୟକ ମଧୁବାବୁ ଏ ଦୁନିଆ ଛାଡ଼ି ଆରପାରିକୁ ଚାଲିଯାଇଥିଲେ । କିନ୍ତୁ ତାଙ୍କର ସେ ଆପ୍ରାଣ ଉଦ୍ୟମ ଏବଂ ଓଡ଼ିଶା ଜାତିକୁ ସର୍ବାଗ୍ରେ ଦେଖିବାର ସ୍ୱପ୍ନ ଓଡ଼ିଶା ଇତିହାସରେ ତାଙ୍କର ନାମକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଦେଇଥିଲା ।

ମଧୁବାବୁ
ପ୍ରଥମ ଓଡ଼ିଆ ଭାବରେ ବିଲାତ ଯାଇ ଓକିଲାତି ପଢ଼ିଥିଲେ । ପେଶାରେ ଜଣେ ଓକିଲ ହୋଇଥିଲେ
ହେଁ ସେ ସର୍ବଦା ଗରିବମାନଙ୍କ ପାଇଁ ଏବଂ ଓଡ଼ିଶା ଭାଷାଭାଷୀମାନଙ୍କ ପାଇଁ କାର୍ଯ୍ୟ
କରିଥିଲେ । ତାଙ୍କ ଉଦ୍ୟମରେ ମଧ୍ୟ ଓଡ଼ିଆ ମାନଙ୍କ ପ୍ରତି ଥିବା ତାଙ୍କର ଆନ୍ତରିକତା
ବାରିହୋଇପଡ଼ୁଥିଲା । ଓଡ଼ିଆ ଜାତିର କଲ୍ୟାଣ ନିମନ୍ତେ ଏବଂ ଓଡ଼ିଶାର ଉନ୍ନତି ପାଇଁ ସେ
କଟକରେ ଆରମ୍ଭ କରିଥିଲେ ଜୋତା କାରଖାନା, ଯେଉଁଠି ବେରୋଜଗାରୀ ଓଡ଼ିଆ ଯୁବକମାନେ
ପାଉଥିଲେ କାମ ଏବଂ ଓଡ଼ିଶାର ଦାରିଦ୍ର ଦୂରିକରଣ ପାଇଁ ନେଇଥିଲେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ । ମାତ୍ର ଏତିକିରେ ତାଙ୍କର କ୍ଷାତି ସରିନଥିଲା । ସେହି ଜୋତା କାରଖାନାରୁ ବାହାରୁଥିଲା
କେବଳ ଗୁଣାତ୍ମକମାନର ଜୋତା, ଯେଉଁ ଜୋତା ପାଇଁ କେହି ଓଡ଼ିଆଙ୍କ ଉପରେ ଆଙ୍ଗୁଳି
ନିର୍ଦ୍ଦେଶ କରି ନ ପାରିବ । ଏମିତିକି ଜୋତାର ମାନ ଟିକେ ଉଣା ହେଲେ ସେ ପୋଡ଼ିଦେଉଥିଲେ
ଅନେକ ଜୋତା, ଯେଉଁଥିପାଇଁ ତାଙ୍କର ସେ କାରଖାନାଟି ଅଳ୍ପଦିନରେ ଋଣଭାରରେ ବୁଡ଼ିଯିବା ସହ ନିଲାମ ମଧ୍ୟ ହୋଇଯାଇଥିଲା । ପରେ ତାଙ୍କୁ ସରକାର ଦେବାଳିଆ ଘୋଷଣା କରିଥିଲେ ।
ମଧୁବାବୁ
ଓକିଲ ଥିବାରୁ ତାଙ୍କୁ ଓଡ଼ିଶାର ମନ୍ତ୍ରିମଣ୍ଡଳରେ ମନ୍ତ୍ରିପଦରେ ମଧ୍ୟ ଅବସ୍ଥାପିତ
କରାଯାଇଥିଲା, ମାତ୍ର କିଛି ଲୋକଙ୍କ କଟୋକ୍ତି ପାଇଁ ମଧୁବାବୁ ମନ୍ତ୍ରୀପଦରୁ ଇସ୍ତଫା
ଦେଇଥିଲେ ଏବଂ ମାତୃଭୂମି ପ୍ରତି ଥିବା ତାଙ୍କର ପ୍ରେମକୁ ସମସ୍ତଙ୍କ ସାମ୍ନାରେ ରଖିଥିଲେ
।
୧୮୪୮
ମସିହା ଅପ୍ରେଲ ୨୮ରେ ଜନ୍ମଗ୍ରହଣ କରିଥିବା ମଧୁବାବୁ ଆଜି ବି ସାରେ ଓଡ଼ିଶାରେ ଚିରକାଳ
ପାଇଁ ଅମର ହୋଇ ରହିଛନ୍ତି । ଆଜି ତାଙ୍କର ଜନ୍ମବାର୍ଷିକୀରେ ଶ୍ରଦ୍ଧେୟ
ଶ୍ରଦ୍ଧାଞ୍ଜଳୀ ।