ଗପୁ- ଯେତେ ଗପିଲେ ବି ମୁଁ ଗପୁଥିବି


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal
Showing posts with label ପ୍ରବନ୍ଧ. Show all posts
Showing posts with label ପ୍ରବନ୍ଧ. Show all posts

Tuesday, 1 February 2022

ନାରୀ ସୁରକ୍ଷା

ସଂଗ୍ରାମ କେଶରୀ ସେନାପତି 11:24 pm 0
ନାରୀ ସୁରକ୍ଷା
Nari Suraksha (ନାରୀ ସୁରକ୍ଷା): An article on Women Safety by Sangram Keshari Senapati

ଏଇ କିଛିଦିନ ତଳେ ଏମିତି ଟୁଇଟର୍‌ରେ ଗୋଟେ ଭିଡିଓ ଦେଖିଲେ, ଯାହାକୁ ଦେଖିକି ଇଚ୍ଛା ହେଉଥିଲା ଏହାକୁ ଅପ୍‌ଲୋଡ୍ କରିଥିବା ସେ ପିଲାକୁ ଦୁଇ ଚାରି ଚାପୁଡ଼ା ଲଗେଇକି ଗୋପନୀୟତା ବିଷୟରେ ଗୋଟେ ପଦ କଥା ଶିଖେଇବାକୁ । ଭିଡିଓ ଗୋଟିଏ ଝିଅର ଥିଲା, ଯିଏକି ବଳାତ୍କାରର ଶିକାର ହୋଇ ଏକ ମେଡିକାଲରେ ପଡ଼ିଥିଲେ । ସେ ଭିଡିଓଟିରେ ଝିଅଟିର ମୁହଁ ସ୍ପଷ୍ଟ ଭାବେ ବାରି ହୋଇ ପଡ଼ୁଥିଲା ।

ଆମେ ଏ ସମାଜରେ ବଦନାମକୁ ଅଧିକ ଡରୁ, ଲୋକେ କ'ଣ କହିବେ ତାକୁ ଅଧିକ ଡରୁ । ଯାହା ଉଚିତ, ତାକୁ ଲୋକଲଜ୍ୟା ଯୋଗୁଁ ଗ୍ରହଣ କରିବାକୁ ଡରୁ । ଏବେ ଆମେ ଖବର କାଗଜ କିମ୍ବା ଟିଭିରେ ଦୁଷ୍ମର୍ମ ବଢ଼ୁଥିବା ଦେଖୁଛେ; କିନ୍ତୁ ସତ ହେଉଛି ଯେ ଲୋକେ ଏବେ ସଚେତନ ହେଲେଣି, ଆଉ ଏହାର ପ୍ରତିବାଦ କରିବାର ସାହାସ ମଧ୍ୟ କରୁଛନ୍ତି । ଏସବୁ ପାଇଁ ଅଧିକାଂଶ ଲୋକେ ନାରୀର ପୋଷାକକୁ ଦୋଷ ଦେଉଛନ୍ତି ତ କେହି ପୁଣି ଝିଅମାନଙ୍କୁ ଦୋଷ ଦେବାକୁ ପଛାଉ ନାହାନ୍ତି ।

ଏଠାରେ ପ୍ରଶ୍ନ ଉଠେ ନାରୀର ସୁରକ୍ଷାର । ଆଜିର ସମାଜରେ କେତେ ସୁରକ୍ଷିତ ନାରୀମାନେ? ନାରୀକୁ ସବୁବେଳେ ଅବଳା, ଦୁର୍ବଳା ଭାବରେ ଗଣାଯାଇଛି । କିନ୍ତୁ ଆମେ ଭୁଲି ଯାଉଛେ ଯେ ନାରୀ ହେଉଛି ଶକ୍ତି ସ୍ୱରୂପିଣୀ । ଯେବେ ସମାଜରେ ଅନ୍ୟାୟ, ଅନିତି ବଢ଼ିଛି, ସେବେ ନାରୀ ହିଁ ସମାଜକୁ ରକ୍ଷା କରିଛି; କେବେ ଦୁର୍ଗା ସାଜି ମହିଷାସୁରର ସଂହାର କରିଛି ତ କେବେ ଦ୍ରୌପଦୀ ସାଜି କିଛି ପାପୀଙ୍କର ସଂହାର ପାଇଁ ନିଜକୁ ସମର୍ପି ଦେଇଛି ।

ତେଣୁ ନାରୀମାନଙ୍କୁ ନିଜର ସୁରକ୍ଷା ପାଇଁ କାହା ଉପରେ ନିର୍ଭରଶୀଳ ନ ହୋଇ ନିଜେ ନିଜକୁ ସୁରକ୍ଷା ଦେବା ଉଚିତ । କିନ୍ତୁ କେମିତି? ନାରୀଟିଏ ନିଜ ପୁଅ/ଝିଅକୁ ମୂଳରୁ ଉଚିତ ଶିକ୍ଷା ଦେବା ଉଚିତ । କାହାକୁ କେମିତି ସମ୍ମାନ ଦିଆଯାଏ, ତାକୁ ଶିଖେଇବା ଉଚିତ । ସବୁକିଛି ନିଜକୁ ଶିଖେଇବାକୁ ହେବ, କାରଣ ମାଆଟିଏ ହେଉଛି ପିଲାର ପ୍ରଥମ ଗୁରୁ । ମୂଳରୁ ଶିକ୍ଷା ଠିକ୍ ରହିଲେ, ବଡ଼ ହେଲେ ପୁଅଟିଏ ନାରୀକୁ ସୁରକ୍ଷା ଦେଇପାରିବ ଆଉ ସମାଜର ସଂସ୍କାରକ ଭାବରେ ନିଜକୁ ପ୍ରତିଷ୍ଠା କରିପାରିବ ।

- ସଂଗ୍ରାମ କେଶରୀ ସେନାପତି
ପ୍ରତିଷ୍ଠାତା/ସମ୍ପାଦକ, ଶୁଭପଲ୍ଲବ ଓଡ଼ିଆ ପତ୍ରିକା

Wednesday, 23 August 2017

ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

ସଂଗ୍ରାମ କେଶରୀ ସେନାପତି 8:22 pm 0
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ
ଆଜିର ଏଇ ଦୁନିଆରେ ଗୁରୁଙ୍କ ସ୍ଥାନ

ଆଉ ଅଳ୍ପଦିନ ପରେ ଆମେ ପ୍ରାୟ ସଭିଏଁ ପାଳନ କରିବେ ଗୁରୁଦିବସ । ଏହା ଏକ ଏମିତି ଦିନ, ଯେଉଁଦିନ ଛାତ୍ରଛାତ୍ରୀମାନେ ସେମାନଙ୍କର ଗୁରୁମାନଙ୍କର ପୂଜା କରନ୍ତି । ଆମ ଭାରତୀୟ ସଂସ୍କୃତିରେ ଗୁରୁମାନଙ୍କୁ ସବୁଠାରୁ ଉଚ୍ଚ ସ୍ଥାନ ପ୍ରଦାନ କରାଯାଇଛି । ଦ୍ରୋଣାଚାର୍ଯ୍ୟଙ୍କ ଶିଷ୍ୟ ଏକଲବ୍ୟଙ୍କ ବିଷୟରେ ପ୍ରାୟତଃ ସଭିଙ୍କୁ ଜଣାଥିବ । ବୋଧହୁଏ, ସବୁସ୍ଥାନରେ ଗୁରୁଭକ୍ତିର ଉଦାହରଣ ଦେଲେ ଆମେ ଏକଲବ୍ୟଙ୍କର ଉଦାହରଣ‌ଟି ଦେଇଥାଉ । ସେ ଦ୍ରୋଣାଚାର୍ଯ୍ୟଙ୍କର ସିଧାସଳଖ ଶିଷ୍ୟ ନ ଥିଲେ, ସେ କେବେଳ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ ଆଉ ଯେତେବେଳେ ଗୁରୁଭକ୍ତିର କଥା ଆସିଲା, ସେତେବେଳେ ସେ ତାଙ୍କର ଆଙ୍ଗୁଠି କାଟି ସମର୍ପିଦେବାକୁ ପଛାଇନଥିଲେ । କାରଣ, ସେ ଦ୍ରୋଣାଚାର୍ଯ୍ୟଙ୍କୁ ତାଙ୍କର ଗୁରୁ ଭାବରେ ମାନିଥିଲେ । ସେହି ମହାଭାରତ ପର୍ବରେ ଆଉ ଏକ ମଧ୍ୟ ଉଦାହରଣ ଅଛି ଶ୍ରୀକୃଷ୍ଣ ଏବଂ ବେଲାଳସନଙ୍କର । ବେଲାଳସନ ମଧ୍ୟ କୃଷ୍ଣଙ୍କୁ ତାଙ୍କୁ ଗୁରୁ ଭାବରେ ମାନିଥିଲେ, ଯାହାଫଳରେ ସେ କୃଷ୍ଣଙ୍କ ଆଗରେ ତାଙ୍କ ଶିର ସମର୍ପିଦେଇଥିଲେ । ଏମିତିକି ଭାରତର ଇତିହାସ ଦେଖିଲେ, ଗୁରୁଙ୍କ ସମ୍ମାନ ବିଷୟରେ ଅନେକ ଉଦାହରଣ ଆମେ ପାଇପାରିବା ।

କୌଣସି ବ୍ୟକ୍ତି ବିଶେଷ ତାଙ୍କ ଜୀବନରେ ସଫଳତାର ଶୀର୍ଷରେ ପ‌ହ‌ଞ୍ଚିବାକୁ ହେଲେ ତାଙ୍କୁ ଦରକାର ହୋଇଥାନ୍ତି ଜଣେ ସୁଦକ୍ଷ ଗୁରୁ । ଆମର ଭାରତର ପ୍ରଥମ ଉପରାଷ୍ଟ୍ରପତି ତ‌ଥା ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଅନୁସାରେ ଗୁରୁ ହିଁ ଜଣେ ଲୋକର ଚରିତ୍ରକୁ ଉତ୍ତମ କରି ଗଢ଼ିଥାନ୍ତି । ସେଇଥିପାଇଁ ସେ ତାଙ୍କ ଜନ୍ମଦିନ‌କୁ ଗୁରୁଦିବସ ରୂପେ ପାଳନ କରିବାର ପ୍ରସ୍ତାବ ରଖିଥିଲେ ଏବଂ ପରବର୍ତ୍ତୀ ସମୟରେ ମଧ୍ୟ ଏହା ପାରିତ ହୋଇ ଗୁରୁଦିବସ ରୂପେ ପାଳନ ହେଇଆସୁଛି । ମାତ୍ର ଗୁରୁଭକ୍ତି, ଗୁରୁଙ୍କ ସ୍ଥାନ ଉଚ୍ଚରେ ଆଦି କଥାସବୁ ଏବେ କୁଆଡ଼େ ହଜି ଗଲାଣି । ଏବେ ସେଇ ଗୁରୁମାନେ ତାଙ୍କ ଜୀବନରେ ବଞ୍ଚିବାକୁ କରୁଛନ୍ତି ଅନେକ ସଂଘର୍ଷ । ଏମିତିକି, ଏବେ ଯଦି ଆମେ କାହାକୁ କ‌ହିବା ଭବିଷ୍ୟତରେ ଜଣେ ଶିକ୍ଷକ ହେବାକୁ, ସେ ସିଧା ମନା କରିକି କ‌ହିବ ଭିକ୍ଷାବୃତ୍ତି କଲେ ଅଧିକ ଉପାର୍ଜନ ହେଇପାରିବ । ଏଇଠି ଗୋଟେ କଥା ଆସିପାରେ କି ଯଦି ସେ ଗୁରୁ ରୂପରେ ବିଦ୍ୟାଦାନ କରିବାକୁ ଚାହୁଁଛନ୍ତି, ତେବେ ଅର୍ଥ କ’ଣ ଦରକାର । ଅର୍ଥ ଦରକାର ହେବନି କେମିତି, ଏବେ ତ’ ସବୁଜିନିଷ ପାଇଁ ଅର୍ଥ ହିଁ ଅର୍ଥ ଦରକାର । ସାଧାରଣ ଜିନିଷ‌ଟିଏ ପାଇଁ ଅନେକ ଅର୍ଥ ଦରକାର । ଆଉ ଯଦି ଆପଣଙ୍କ ପାଖରେ ଅର୍ଥ ନାହିଁ, ତେବେ ଜୀନରେ ବଞ୍ଚିରହିବା କେତେ କଷ୍ଟକର, ସେଇଟା ଏବେ କୌଣସି ଭିକାରୀକୁ ନୁହେଁ, ବରଂ ୧୮ ବର୍ଷ ମାଗଣାରେ ପଢ଼ାଇବା ପରେ ମାସକୁ ମାତ୍ର କେଇଟା ଟଙ୍କା ପାଉଥିବା ସେ ବ୍ଲକଗ୍ରାଣ୍ଟ ଶିକ୍ଷକମାନଙ୍କୁ ପଚାରନ୍ତୁ । ସେମାନେ ବି ମଣିଷ, ସେମାନଙ୍କର ବି ପରିବାର ଅଛି । ସେମାନଙ୍କର ପରିବାର ଚଳିବା ପାଇଁ ବି ଅର୍ଥ ଦରକାର । ଆଉ ସେମାନେ ଶିକ୍ଷକ ବୋଲି, ସେମାନଙ୍କୁ କେହି ମାଗଣାରେ କିଛି ଦେଇଦେଉନାହାନ୍ତି । ହେଲେ ସେମାନଙ୍କ ପ୍ରତି କାହାରି ନିଘା ନାହିଁ । ନା ଅଛି ସରକାରର ନା ଅଛି ପ୍ରଶାସନର । ଏକଦା ସେମାନେ ଆମରଣ ଅନଶନରେ ବସିଥିଲେ ଦରମା ଗଣ୍ଡାଏ ପାଇଁ । ତା’ ପରେ ସେମାନଙ୍କୁ ମିଳିଲା କିଛି ଅର୍ଥ, ହେଲେ ଆଜିର ଏହି ମ‌ହ‌ଙ୍ଗା ଦୁନିଆରେ ସେତିକି ପାରିଶ୍ରମିକରେ ସେମାନେ କେମିତି ଚଳିବେ, ସେ ପ୍ରତି ବି ଚିନ୍ତା କରିବା ନିହାତି ଦରକାର ।

ଆମର ଏହି ଗଣତାନ୍ତ୍ରିକ ରାଷ୍ଟ୍ରରେ ପରା କୁଆଡ଼େ ସଭିଏଁ ସମାନ । ହେଲେ ସେମାନଙ୍କ ପ୍ରତି ଏଭଳି ଅବ‌ହେଳା କ’ଣ ପାଇଁ? ସେମାନେ ବି ତାଙ୍କର ଛାତ୍ରମାନଙ୍କୁ ସେତିକି ପାଠ ପଢ଼ାଉଛନ୍ତି । ମାତ୍ର ପାରିଶ୍ରମିକ ମିଳୁଛି ସରକାରୀ ଶିକ୍ଷକ ତୁଳନାରେ ୩ ଭାଗରୁ ଭାଗେ । ସେମାନେ କ’ଣ ଷଣ୍ଢ ମାରିଥିଲେ? ଏମିତିକି ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ ତାଙ୍କ ଜୀବନର ୧୫ବର୍ଷରୁ ଅଧିକ ସମୟ ସେହି ବିଦ୍ୟାଳୟରେ ମାଗଣାରେ ପଢ଼ାଇ ଶେଷ କରିଦେଇଛନ୍ତି, ହେଲେ ଯଦି କେବେ ତାଙ୍କ ପରିବାରର କାହାର ଦେହ ଖରାପ ହୁଏ, ସେମାନେ ତାଙ୍କୁ ଭଲ ଡାକ୍ତରଙ୍କ ପାଖରେ ବି ଚିକିତ୍ସା କରାପାରନ୍ତିନି । ପୂର୍ବବର୍ଷମାନଙ୍କ ଭଳି ଏହି ବର୍ଷବି ଓଡ଼ିଶାର ବ୍ଲକ୍‌ଗ୍ରାଣ୍ଟ ଶିକ୍ଷକମାନେ ଆନ୍ଦୋଳନରେ ବସିଛନ୍ତି । ଏଇ ଖରା, ବର୍ଷାରେ ସେମାନେ ସରକାରଙ୍କ ପାଖରେ ସେମାନଙ୍କର ଦାବି ଜଣାଇବାକୁ ବସିଛନ୍ତି, ହେଲେ ସେମାନଙ୍କ କଥା ଶୁଣୁଛି କିଏ? ଏମିତିକି ସାତ ଦିନ ଶେଷରେ ବି ସରକାରଙ୍କର କୌଣସି ପ୍ରତିନିଧି ସେମାନଙ୍କ ପାଖରେ ପ‌ହ‌ଞ୍ଚିନଥିଲେ । ଗୁରୁ ପରା ଶ୍ରେଷ୍ଠ ସମ୍ମାନର ଅଧିକାରୀ । ହେଲେ ସାତ ଦିନ ପରେ ବି ସେମାନଙ୍କୁ ଆଡ଼ ଆଖିରେ ନ ଦେଖିବା କେଉଁ ପ୍ରକାରର ସମ୍ମାନ? ଏଣେ ଆମର ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଶ୍ରେଷ୍ଠ ପ୍ରଶାସକର ସମ୍ମାନ । ହଁ ସେ ଦୀର୍ଘ ୧୭ ବର୍ଷ ଧରି ରାଜ୍ୟରେ ରାଜ କରୁଛନ୍ତି ବୋଲି ତାଙ୍କୁ ମିଳିଲା । ସେ ଦାବି କରୁଛନ୍ତି କି ଓଡ଼ିଶା ଶିକ୍ଷା କ୍ଷେତ୍ରରେ ଅନେକ ପାଦ ଆଗେଇଛି, ହେଲେ ଯେଉଁମାନଙ୍କ ପାଇଁ ଏଇ ଶିକ୍ଷା ଆଗେଇଛି କି ଆଗେଇବ, ସେମାନଙ୍କ ପ୍ରତି ଏତେ ହେୟଜ୍ଞାନ କ’ଣ ପାଇଁ?

Tuesday, 4 October 2016

ବିଦ୍ୟାର ମହାମନ୍ଦିରରେ ରାଜନୀତି

ସଂଗ୍ରାମ କେଶରୀ ସେନାପତି 10:41 pm
ବିଦ୍ୟାର ମହାମନ୍ଦିରରେ ରାଜନୀତି
ବିଦ୍ୟାର ମହାମନ୍ଦିରରେ ରାଜନୀତି

ଏବେ ଯେତେବେଳେ ଟିଭି ଖୋଲିଦେଲେ ସବୁବେଳେ "ବ୍ରେକିଙ୍ଗ ନ୍ୟୁଜ"ରେ ଗୋଟିଏ କଥା ସିନିଶ୍ଚିତ ଦେଖାଉଥିବ କି ନିର୍ବାଚନ ପାଇଁ ମହାବିଦ୍ୟାଳୟରେ ଭଙ୍ଗାରୁଜା । କେଉଁଠାରେ ପୋଡ଼ାଜଳା କରି ମହାବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା ହେଲାଣି ତ ପୁଣି କେଉଁଠି ମହାବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ନିର୍ବାଚନ ବାତିଲ କରାଗଲାଣି । ଅନେକ ସ୍ଥାନରେ ବିଦ୍ୟାର୍ଥୀଗଣ ନିଜ ନିଜ ମଧ୍ୟରେ ଶତ୍ରୁତା ଆଚରଣ କରି ଗଣ୍ଡଗୋଳ କଲେଣି ।

ପୁରାତନ ଯୁଗରୁ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କୁ ବିଦ୍ୟାର ମନ୍ଦିର ଆକ୍ଷ୍ୟା ଦିଆଯାଇଆସିଛି । ଯେଉଁଠାରେ ଗୁରୁମାନଙ୍କୁ ଆରାଧ୍ୟ ରୂପେ ପୂଜା କରାଯାଏ, ସେହି ସ୍ଥାନ ଏହି ନିର୍ବାଚନ ସମୟରେ ପାଲଟିଯାଉଛି ଏକ ଯୁଦ୍ଧକ୍ଷେତ୍ର । ଯେଉଁଠାରେ ନ ଥାଏ ଭକ୍ତିଭାବ କି ଭୟ, ଥାଏ କେବଳ ପ୍ରତିହିଂସା । କେବେ କେବେ ତ ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ରାଗ ସୁଝାଉଛନ୍ତି ସାଧାରଣ ଲୋକଙ୍କ ଉପରେ । କଲେଜରେ ସୃଷ୍ଟି ହେଉଥିବା ପରିସ୍ଥିତି ପାଇଁ ସେମାନେ ଓହ୍ଲାଇ ଆସୁଛନ୍ତି ରାଜରାସ୍ତାକୁ ଏବଂ ଅବୋରଧ କରୁଛନ୍ତି, ଯାହା ଫଳରେ ସାଧାରଣ ଲୋକେ ଅନେକ ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି । ଏବେ ତ କିଛି ରାଜନୈତିକ ନେତାଙ୍କ ହସ୍ତକ୍ଷେପରେ କଲେଜ ନିର୍ବାଚନ ସାଧାରଣ ନିର୍ବାଚନର ରୂପ ନେବାକୁ ବସିଲାଣି ।

ମହାବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ଏହି ନିର୍ବାଚନର ନିଶା ଏହାର ପବିତ୍ରତାକୁ ନଷ୍ଟ କରୁଛି । କେତେକ ପିଲାଙ୍କ ମତରେ ଗଣତନ୍ତ୍ର ହେଉଛି ସାଧାରଣ ଜନତାର ଅଧିକାର, ସେଥିପାଇଁ ମହାବିଦ୍ୟାଳୟରେ ପିଲାମାନେ ମଧ୍ୟ ଏହାକୁ ଉପଭୋଗ କରିବା ଦରକାର । କିନ୍ତୁ ଏମାନେ ଭୁଲିଯାଉଛନ୍ତି କି ମହାବିଦ୍ୟାଳୟରେ ନିର୍ବାଚନ ହେଲେ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରକୁ ଉପଭୋଗ କରୁନାହାନ୍ତି ବରଂ ବିପରୀତମୁଖି ହେଉଛନ୍ତି । ମହାବିଦ୍ୟାଳୟରେ ସେମାନଙ୍କରେ ପ୍ରକୃତ କାର୍ଯ୍ୟକୁ ଛାଡ଼ି ସେମାନେ ନିର୍ବାଚନ ପଛରେ ଗୋଡ଼ାଉଛନ୍ତି । ନିଜର ପ୍ରକୃତ କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି । ବିଦ୍ୟାଅର୍ଜନ ବଦଳରେ ଅନ୍ୟଆଡ଼େ ବେଶି ମନ ବଳାଉଛନ୍ତି । ସେଥିପାଇଁ ମହାବିଦ୍ୟାଳୟ ମାନଙ୍କରେ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିବା ଉଚିତ ହେବ । ଯହା ଫଳରେ ମହାବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଗ୍ରହଣରେ ଅଧିକ ଧ୍ୟାନ ଦେବେ ଏବଂ ନିର୍ବାଚନ ସମୟରେ ବିଦ୍ୟାଳୟରେ ଘଟୁଥିବା ଅଘଟଣ କମ ହେବ, ଆରକ୍ଷୀଅଧିକାରୀ ଗଣ ଲୋକଙ୍କ ସୁରକ୍ଷା ପାଇଁ ଅଧିକ ସମୟ ଦେଇପାରିବେ ଏବଂ ମୁଖ୍ୟତଃ ମହାବିଦ୍ୟାଳୟରେ ଘଟୁଥିବା କ୍ଷୟକ୍ଷତିକୁ କମ୍ କରାଯାଇପାରିବ ।

Monday, 5 September 2016

ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା

ସଂଗ୍ରାମ କେଶରୀ ସେନାପତି 9:12 am
ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା
ସମାଜ କଲ୍ୟାଣରେ ଗୁରୁଙ୍କ ଭୂମିକା

ଗୁରୁ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରେ ଜ୍ଞାନର ଆଲୋକ ପ୍ରଦାନ କରି ଆମ ଜୀବନ‌କୁ ସୁନ୍ଦର କରି ଗଢ଼ି ତୋଳନ୍ତି । କେବଳ ଯିଏ ଆମକୁ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଅନ୍ତି, ସେମାନେ ଖାଲି ଆମର ଗୁରୁ ନୁହ‌ନ୍ତି । ଆମ ଜୀବନରେ ଆମେ ଯାହାଠାରୁ କିଛି ବି ଶିକ୍ଷାଲାଭ କରିଥାଉ, ଏମିତି କି ସେ ବୟସରେ ଛୋଟ ହେଲେ ମଧ୍ୟ ସେ ଆମର ଗୁରୁ । ଗୁରୁଙ୍କ ସମ୍ମାନାର୍ଥେ ଆଜିର ଏହି ଗୁରୁ ଦିବସ ପାଳନ ଆମ ସମାଜରେ ଗୁରୁ-ଶିଷ୍ୟର ସମ୍ପର୍କ‌କୁ ଆହୁରି ନିବିଡ଼ କରୁଛି । ଗୁରୁଦିବସରେ ହିଁ କେବଳ ଗୁରୁଙ୍କୁ ପୂଜା କରାଯାଏନି ବରଂ ସବୁଦିନେ ହୃଦୟର ଏହି ମନ୍ଦିରରେ ଗୁରୁଙ୍କୁ ପୂଜା କରାଯାଏ । ଗୁରୁଙ୍କ ବିନା ଏହି ସମାଜ ଚାଲିପାରିବ ନାହିଁ । ପ୍ରତ୍ୟେକ କ୍ଷେତ୍ରରେ ଆମକୁ କାହାଠାରୁ କିଛି ନା କିଛି ଶିକ୍ଷା କରିବାକୁ ପଡ଼ିଥାଏ । ଜୀବନରେ ଆମେ ଯେତେ ଆଗକୁ ଆଗକୁ ଯିବା ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଅନେକ ଗୁରୁଙ୍କ ଠାରୁ ବ‌ହୁତ କିଛି ଶିକ୍ଷା କରିବାକୁ ପଡ଼ିଥାଏ ।

ଗୁରୁଦିବସ ବିଷୟରେ କିଛି କ‌ହିଲା ବେଳେ ପ୍ରାୟ ଅନେକ ଗୋଟିଏ ବଡ଼ ଉଦାହରଣ ଦିଅନ୍ତି ଏକଲବ୍ୟ ଏବଂ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କର । ସେତେବେଳେ ଗୁରୁ ଦକ୍ଷିଣା ଦେବାକୁ ଯାଇ ଏକଲବ୍ୟ ଗୁରୁଙ୍କୁ ତାଙ୍କର ଆଙ୍ଗୁଠି ଦାନ କରିଦେଇଥିଲେ । ଏଥିରେ ଗୁରୁ ସ୍ୱାର୍ଥପର ଭଳି ଦୃଶ୍ୟ ହୁଅନ୍ତି କିନ୍ତୁ ପ୍ରକୃତ କଥା ସେପରି ନୁହେଁ । ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁ ଦକ୍ଷିଣା ମାଗିବା ଆଗରୁ ଏକଲବ୍ୟ ଏକ କାର୍ଯ୍ୟ କରିଥିଲେ, ଏକାଥରେ ଗୋଟିଏ କୁକୁର ମୁହଁରେ ୭ଟି ଶର ବିନ୍ଧିଦେଇଥିଲେ । ଗୋଟିଏ କୁକୁର ଭୁକିବାରୁ ସେ ତା'କୁ ସାତୋଟି ଶର ମାରିଦେଇଥିଲେ । ଯିଏକି ଗୋଟିଏ କୁକୁରର ସାମାନ୍ୟ ଭୁକିବାରେ ସାତୋଟି ଶର ବିନ୍ଧିଦେଇଥିଲେ । ଏହାର ଅର୍ଥ ହେଉଛି ସେ  ତାଙ୍କ ବିଦ୍ୟାର ଅପ‌ପ୍ରୟୋଗ କରିଥିଲେ, ସେଥିପାଇଁ ଗୁରୁ ଦ୍ରୋଣାଚାର୍ଯ୍ୟ ଗୁରୁଦକ୍ଷିଣାରେ ତାଙ୍କର ଆଙ୍ଗୁଠି ମାଗିଥିଲେ ।

ଗୁରୁ ହିଁ ସଦା ସର୍ବଦା ସମାଜର ତ‌ଥା ଶିଷ୍ୟମାନଙ୍କର ମଙ୍ଗଳ କାମନା କରିଥାନ୍ତି । ସେଥିପାଇଁ ସେ ଏହିଭଳି ପଦକ୍ଷେପ ନେଇଥାନ୍ତି । ଗୁରୁ ଦେଇଥିବା ଶିକ୍ଷାକୁ ସେମାନେ ଭଲ କାର୍ଯ୍ୟରେ ଲଗାଇବା ଦରକାର ।

ଆଜି ଏହି ଗୁରୁଦିବସରେ ଶପଥ କରିବା ଦରକାର କି ଆମେ ଆମର ଗୁରୁଙ୍କଠାରୁ ପାଇଥିବା ଶିକ୍ଷାକୁ ଉଚିତ ମାର୍ଗରେ ଏବଂ ସମାଜର ମଙ୍ଗଳ ପାଇଁ ସର୍ବଜନ ହିତରେ ପ୍ରୟୋଗ କରିବା ।

ଗୁରୁ ବ୍ରହ୍ମା...ଗୁରୁ ବିଷ୍ଣୁ... ଗୁରୁଦେବ ମହେଶ୍ୱର...!
ଗୁରୁ ସାକ୍ଷାତ୍‌ ପରଂବ୍ରହ୍ମ...ତସ୍ମୈବ ଶ୍ରୀ ଗୁରୁବୈ ନମଃ ।

Saturday, 5 September 2015

ଗୁର ଓ ଗୁରୁଦିବସ

ସଂଗ୍ରାମ କେଶରୀ ସେନାପତି 1:02 am
ଗୁର ଓ ଗୁରୁଦିବସ

ଗୁର ଓ ଗୁରୁଦିବସ

ଗୁର ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ‌ବ୍ରହ୍ମ ତ‌ତ୍‌ମେଶ୍ରୀ ଗୁରବେ ନମଃ ।
ଗୁରୁ ହେଉଛନ୍ତି ସେ ଯେ କି’ ‘ଗୁ’ ଅର୍ଥାତ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କି ଜ୍ଞାନର ଆଲୋକ ପ୍ରଦାନ କରିଥାନ୍ତି । ଗୁରୁଙ୍କୁ ବ୍ରହ୍ମାଙ୍କ ସ‌ହିତ ତୁଳନା କରାଯାଇଛି କାରଣ ଗୁରୁ ହିଁ ସୃଷ୍ଟି କରନ୍ତି । ଗୁରୁ ହେଉଛନ୍ତି ବିଷ୍ଣୁ କାରଣ ସେ ଏ ଜଗତକୁ ପାଳନ କରିବା ନିମିତ୍ତ ଉତ୍ତମ ଜ୍ଞାନ ପ୍ରଦାନ କରିଥାନ୍ତି । ଗୁରୁ ସାକ୍ଷାତ ଦେବ ରୂପୀ ମହେଶ୍ୱର ତ‌ଥା ସଂହାର କର୍ତ୍ତା ଶିବସ୍ୱରୂପା କାରଣ ସେ ନିଜର ଜ୍ଞାନରେ କୁସଂସ୍କାର ଓ ଅଜ୍ଞାନତାକୁ ସଂହାର କରି ଏକ ନୂତନ ସମାଜର ସ୍ୱପ୍ନ ଦେଖାଇଥାନ୍ତି । ଗୁରୁଙ୍କୁ ସ୍ୱୟଂ ପରଂବ୍ରହ୍ମଙ୍କ ସ‌ହ ତୁଳନା କରାଯାଇଛି କାରଣ ଗୁରୁ ହିଁ ହେଉଛନ୍ତି ସକଳ ଶକ୍ତିର ଆଧାର ଗୁରୁ ହିଁ ସବୁର ମୂଳ, ଗୁରୁଙ୍କ ବିନା ଏ ସୃଷ୍ଟି ଆଉ ଏ ସମାଜ ଚାଲିବା ଅସମ୍ଭବ ।

ଗୁରୁ ହେଉଛନ୍ତି ସେ ଯେ କି ଆମର କୌଣସି ଅଜ୍ଞାନତାକୁ ଦୂର କରି ଆମକୁ ନୂତନ ଜ୍ଞାନ ତ‌ଥା ଶିକ୍ଷା ପ୍ରଦାନ କରନ୍ତି । ସେ ବିଦ୍ୟାଳୟର ଶିକ୍ଷକ ହୁଅନ୍ତୁ, କି ପୁଣି ନିଜର ସ‌ହପାଠୀ କିମ୍ବା ନିଜ ଠାରୁ ବଡ଼ ତ‌ଥା ସାନ କେହି ବି । ଆମର ଏ ପ୍ରକୃତି ଅନେକ ବସ୍ତୁ ତ‌ଥା ଅନେକ ଶିକ୍ଷଣୀୟ ଜିନିଷରେ ପରିପୂର୍ଣ୍ଣ ହୋଇରହିଛି ଯାହାଠାରୁ ଆମକୁ ଅନେକ କିଛି ଶିଖିବାକୁ ମିଳୁଛି ଯାହାଦ୍ୱାରା ଆମର ଜ୍ଞାନର ପରିସୀମା ବୃଦ୍ଧି ପାଇବାରେ ଲାଗିଛି । ଆମେ ଯଦି କାହାଠାରୁ କିଛି ଶିକ୍ଷା କରି ତାଙ୍କୁ ଗୁରୁର ସମ୍ମାନ ନ ଦେଉ ତା’ହେଲେ ସେ ଶିକ୍ଷାର ପ୍ରକୃତ ଫଳ ଆମ୍ଭକୁ ପ୍ରାପ୍ତ ହୁଏ ନାହିଁ, ଏହି କଥା ଆମେ ଗୁରୁଭକ୍ତି ବିଷୟରେ ଥିବା ମହର୍ଷି ବ୍ୟାସଦେବ ଆଉ ବନବାସୀ ବାଳକ ବିଷୟରୁ ଜାଣିଛେ ।

ଗୁରୁଦିବସ ୧୯୬୨ ମସିହାରୁ ଭାରତର ୨ୟ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମତିଥିରେ ଗୁରୁ ବା ଶିକ୍ଷକ ମାନଙ୍କୁ ସମ୍ମାନ ଜଣାଇବାର୍ଥେ ବିଦ୍ୟାର୍ଥୀମାନେ ପାଳନ କରିଆସୁଛନ୍ତି । ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ ଏକାଧାରରେ ଜଣେ ସୁଗୁରୁ, ଛାତ୍ରବତ୍ସଳ ଶିକ୍ଷକ ଥିଲେ । ତାଙ୍କର ଜୀବନ ଶିକ୍ଷାର ବିକାଶରେ ସମର୍ପିତ ଥିଲା । ତାହାଙ୍କର ଦେହାନ୍ତ ପରେ ତାଙ୍କର ଜନ୍ମତିଥିକୁ ଏହି ଦିନକୁ ଗୁରୁଦିବସ ଭାବରେ ପାଳନ କରାଯାଉଅଛି । ସେ ମଧ୍ୟ ଜଣେ ମହାନ ଦାର୍ଶନିକ ଥିଲେ । ତାଙ୍କର ମତ ଅନୁସାରେ ଗୁରୁଙ୍କୁ ଉଚିତ ସମ୍ମାନ ନ ମିଳିଲେ ଗୁରୁଙ୍କ ପ୍ରଦତ୍ତ ଶିକ୍ଷା ମୂଲ୍ୟହୀନ ହୋଇଥାଏ । କାହାକୁ ଉଚ୍ଚ ସ୍ଥାନରେ ଅଧିଷ୍ଠିତ ହେବାକୁ ହେଲେ ନିଜର ଗୁରୁଙ୍କୁ ଉଚିତ୍ ସମ୍ମାନ ଦେବା ଆବଶ୍ୟକ ।

ମହାଭାରତରେ ଏକଲବ୍ୟ ଗୁରୁ ଦକ୍ଷିଣା ସ୍ୱରୂପ ନିଜର ଆଙ୍ଗୁଠି ପ୍ରଦାନ କରି ନିଜର ନିସ୍ୱାର୍ଥପର ଗୁରୁଭକ୍ତିର ପରିଚୟ ଦେଇଥିଲେ । ଗୁରୁ ଅନ୍ଧକାର ମଧ୍ୟରେ ଆଲୋକ ପ୍ରଦାନ କରୁଥିବାରୁ ଗୁରୁମାନଙ୍କର ସ୍ଥାନ ସର୍ବାଗ୍ରେ ।

ଆଜି କିନ୍ତୁ ଗୁରୁମାନଙ୍କୁ ସେ ସମ୍ମାନ ମିଳୁନି କି ସେ ସ୍ଥାନରେ ଗୁରୁମାନେ ନାହାନ୍ତି । ଗୁରୁମାନଙ୍କୁ ସମ୍ମାନ କେବଳ ଗୁରୁଦିବସରେ ଲୋକଦେଖାଣିଆ ପରି ଦିଆଯାଉଛି ପ୍ରକୃତ ସମ୍ମାନ କେହି ବି ଦେଉନାହାନ୍ତି । ଶିକ୍ଷକମାନେ ଆଜି ନିଜର ଜୀବନକୁ ଚଳାଇବାକୁ ସଂଘର୍ଷ କରୁଛନ୍ତି ତ ପୁଣି କେଉଁଠି ନିଜର ସ୍ୱାର୍ଥ ହାସଲ କରିବାରେ ଲାଗିପଡ଼ିଛନ୍ତି । ଶିକ୍ଷାର ମାନ ସବୁବେଳେ ଶିକ୍ଷକଙ୍କ ଉପରେ ନିର୍ଭର କରେ କିନ୍ତୁ ଶିକ୍ଷକମାନେ ତାହାକୁ ସେହିପରି ମାନ ଦେଉନାହାନ୍ତି ଆଉ ଯଦିବା କେହି ଦେବାକୁ ଚାହୁଁଛନ୍ତି ତାଙ୍କୁ ସ‌ହଯୋଗ ମିଳୁନି ।

ଆଜିର ସମାଜରେ ଶିକ୍ଷାକୁ ରାଜନିତୀ ଭିତ୍ତିକ କରି ଶିକ୍ଷାକୁ ନିମ୍ନ‌ଗାମୀ କରାଇବେ ସମସ୍ତେ ଲାଗିପଡ଼ିଛନ୍ତି । ଏଇ ଗୁରୁଦିବସରେ ସଭିଙ୍କୁ ଅନୁରୋଧ ସେମାନେ ଶିକ୍ଷା ଓ ଶିକ୍ଷକଙ୍କୁ ସେମାନଙ୍କର ସ୍ଥାନ ପ୍ରଦାନ କରନ୍ତୁ ଏବଂ ଶିକ୍ଷକମାନଙ୍କୁ ଏତିକି ଅନୁରୋଧ ସେମାନେ ଶିକ୍ଷାକୁ ଏଭଳି ଏକ ସ୍ଥାନରେ ପ‌ହଞ୍ଚାନ୍ତୁ ଯେମିତିକି ତାଙ୍କୁ ସମ୍ମାନ ଖୋଜିବାକୁ ପଡ଼ିବନି ଆପେ ଆପେ ମିଳିବ ।