ବିଦ୍ୟାର ମହାମନ୍ଦିରରେ ରାଜନୀତି - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Tuesday 4 October 2016

ବିଦ୍ୟାର ମହାମନ୍ଦିରରେ ରାଜନୀତି

ବିଦ୍ୟାର ମହାମନ୍ଦିରରେ ରାଜନୀତି

ଏବେ ଯେତେବେଳେ ଟିଭି ଖୋଲିଦେଲେ ସବୁବେଳେ "ବ୍ରେକିଙ୍ଗ ନ୍ୟୁଜ"ରେ ଗୋଟିଏ କଥା ସିନିଶ୍ଚିତ ଦେଖାଉଥିବ କି ନିର୍ବାଚନ ପାଇଁ ମହାବିଦ୍ୟାଳୟରେ ଭଙ୍ଗାରୁଜା । କେଉଁଠାରେ ପୋଡ଼ାଜଳା କରି ମହାବିଦ୍ୟାଳୟରେ ସାଇନ-ଏ-ଡାଏ ଘୋଷଣା ହେଲାଣି ତ ପୁଣି କେଉଁଠି ମହାବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ନିର୍ବାଚନ ବାତିଲ କରାଗଲାଣି । ଅନେକ ସ୍ଥାନରେ ବିଦ୍ୟାର୍ଥୀଗଣ ନିଜ ନିଜ ମଧ୍ୟରେ ଶତ୍ରୁତା ଆଚରଣ କରି ଗଣ୍ଡଗୋଳ କଲେଣି ।

ପୁରାତନ ଯୁଗରୁ ବିଦ୍ୟାଳୟ ମହାବିଦ୍ୟାଳୟ ମାନଙ୍କୁ ବିଦ୍ୟାର ମନ୍ଦିର ଆକ୍ଷ୍ୟା ଦିଆଯାଇଆସିଛି । ଯେଉଁଠାରେ ଗୁରୁମାନଙ୍କୁ ଆରାଧ୍ୟ ରୂପେ ପୂଜା କରାଯାଏ, ସେହି ସ୍ଥାନ ଏହି ନିର୍ବାଚନ ସମୟରେ ପାଲଟିଯାଉଛି ଏକ ଯୁଦ୍ଧକ୍ଷେତ୍ର । ଯେଉଁଠାରେ ନ ଥାଏ ଭକ୍ତିଭାବ କି ଭୟ, ଥାଏ କେବଳ ପ୍ରତିହିଂସା । କେବେ କେବେ ତ ଏହି ଛାତ୍ରଛାତ୍ରୀମାନେ ସେମାନଙ୍କର ରାଗ ସୁଝାଉଛନ୍ତି ସାଧାରଣ ଲୋକଙ୍କ ଉପରେ । କଲେଜରେ ସୃଷ୍ଟି ହେଉଥିବା ପରିସ୍ଥିତି ପାଇଁ ସେମାନେ ଓହ୍ଲାଇ ଆସୁଛନ୍ତି ରାଜରାସ୍ତାକୁ ଏବଂ ଅବୋରଧ କରୁଛନ୍ତି, ଯାହା ଫଳରେ ସାଧାରଣ ଲୋକେ ଅନେକ ଅସୁବିଧାର ମଧ୍ୟ ସମ୍ମୁଖିନ ହେଉଛନ୍ତି । ଏବେ ତ କିଛି ରାଜନୈତିକ ନେତାଙ୍କ ହସ୍ତକ୍ଷେପରେ କଲେଜ ନିର୍ବାଚନ ସାଧାରଣ ନିର୍ବାଚନର ରୂପ ନେବାକୁ ବସିଲାଣି ।

ମହାବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ଏହି ନିର୍ବାଚନର ନିଶା ଏହାର ପବିତ୍ରତାକୁ ନଷ୍ଟ କରୁଛି । କେତେକ ପିଲାଙ୍କ ମତରେ ଗଣତନ୍ତ୍ର ହେଉଛି ସାଧାରଣ ଜନତାର ଅଧିକାର, ସେଥିପାଇଁ ମହାବିଦ୍ୟାଳୟରେ ପିଲାମାନେ ମଧ୍ୟ ଏହାକୁ ଉପଭୋଗ କରିବା ଦରକାର । କିନ୍ତୁ ଏମାନେ ଭୁଲିଯାଉଛନ୍ତି କି ମହାବିଦ୍ୟାଳୟରେ ନିର୍ବାଚନ ହେଲେ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରକୁ ଉପଭୋଗ କରୁନାହାନ୍ତି ବରଂ ବିପରୀତମୁଖି ହେଉଛନ୍ତି । ମହାବିଦ୍ୟାଳୟରେ ସେମାନଙ୍କରେ ପ୍ରକୃତ କାର୍ଯ୍ୟକୁ ଛାଡ଼ି ସେମାନେ ନିର୍ବାଚନ ପଛରେ ଗୋଡ଼ାଉଛନ୍ତି । ନିଜର ପ୍ରକୃତ କର୍ତ୍ତବ୍ୟକୁ ଭୁଲିଯାଉଛନ୍ତି । ବିଦ୍ୟାଅର୍ଜନ ବଦଳରେ ଅନ୍ୟଆଡ଼େ ବେଶି ମନ ବଳାଉଛନ୍ତି । ସେଥିପାଇଁ ମହାବିଦ୍ୟାଳୟ ମାନଙ୍କରେ ନିର୍ବାଚନ ପ୍ରକ୍ରିୟାକୁ ବନ୍ଦ କରିବା ଉଚିତ ହେବ । ଯହା ଫଳରେ ମହାବିଦ୍ୟାଳୟକୁ ଅଧ୍ୟୟନ ପାଇଁ ଆସୁଥିବା ଛାତ୍ରଛାତ୍ରୀମାନେ ବିଦ୍ୟାଗ୍ରହଣରେ ଅଧିକ ଧ୍ୟାନ ଦେବେ ଏବଂ ନିର୍ବାଚନ ସମୟରେ ବିଦ୍ୟାଳୟରେ ଘଟୁଥିବା ଅଘଟଣ କମ ହେବ, ଆରକ୍ଷୀଅଧିକାରୀ ଗଣ ଲୋକଙ୍କ ସୁରକ୍ଷା ପାଇଁ ଅଧିକ ସମୟ ଦେଇପାରିବେ ଏବଂ ମୁଖ୍ୟତଃ ମହାବିଦ୍ୟାଳୟରେ ଘଟୁଥିବା କ୍ଷୟକ୍ଷତିକୁ କମ୍ କରାଯାଇପାରିବ ।