ସର୍ବପ୍ରଥମେ ସଭିଙ୍କୁ ୨୦୧୬ର ଅଭିନନ୍ଦନ । ସଭିଙ୍କୁ ମୋର ପ୍ରଣାମ, ଆପଣଙ୍କ ସୁଭାଷିଶ କାମନା କରି ୨୦୧୬ର ପ୍ରଥମ ଲେଖା ଲେଖୁଛି । ଆମେ ସଭିଏଁ ସବୁବେଳେ ସଫସୁତୁରା ରହିବାକୁ ପସନ୍ଦ କରୁ, ସେଥିପାଇଁ ଆମ କପଡ଼ା ଠାରୁ ଆରମ୍ଭ କରି ଆମର ଘରଯାଏ ଆମେ ସଫାସୁତୁରା କରି ସଜେଇଥାଉ । ଘରଟିଏ ସଫା ରହିଲେ ସଭିଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ, ଆମେ ସଫା କପଡ଼ାଟିଏ ପିନ୍ଧିଲେ ସଭିଏଁ ପସନ୍ଦ କରିବେ । ଆମେ ବି ଛୋଟବେଳୁ ପଢ଼ିଛୁ, "ସାଇତି ରଖିବା, ସଜେଇ ରଖିବା" ।
Showing posts with label #EnvironmentPollution. Show all posts

Saturday, 30 January 2016
Saturday, 21 November 2015
କର୍ତ୍ତବ୍ୟ
ସଂଗ୍ରାମ କେଶରୀ ସେନାପତି
9:45 pm
ନମସ୍କାର!
ଆଜି ମାନେ ନଭେମ୍ବର ୨୧, ୨୦୧୫ରେ ସନ୍ଧ୍ୟାବେଳେ ଭବାନୀପାଟଣା ସହରରେ ବୁଲୁବୁଲୁ ଜଣେ ଲୋକକୁ ଦେଖିଲି, ଯାହାକୁ ମୁଁ ଗତ କିଛିଦିନ ତଳେ ସେହି ପାଖାପାଖି ଜାଗାରେ ବୁଲିବାର ଦେଖୁଥିଲି । ଲୋକଟି ଚିରିଯାଇଥିବା ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଛି, ମୁହଁରେ ଲମ୍ବା ଲମ୍ବା ଅଳ୍ପ ପାଚିଥିବା ଦାଢ଼ି । ଦେଖିଲେ ଲାଗୁଛି କି' ତା'ର ମସ୍ତିଷ୍କ ବିକୃତି ଅଛି ଓ ପାଖ ଲୋକଙ୍କଠାରୁ ମଧ୍ୟ ସେହି କଥା ପଚାରି ବୁଝିଲି । ସେଠି ଥିବା ଦୋକାନୀଙ୍କ ଅନୁସାରେ, "ସେ ପାଗଳଟାଏ, ଏଇଠି କିଛି ଦିନ ହେଲେ ବୁଲୁଛି, ପାଖ ଦୁର୍ଗାମଣ୍ଡପ ପାଖରେ ରାତିରେ ଶୋଉଛି" ।
ସନ୍ଧ୍ୟା ସମୟ, ତା'ପରେ ପୁଣି ଶନିବାର, ସେଥିପାଇଁ ବଜାର ପୂରା ଭିଡ଼ ଥିଲା ଓ ଲୋକମାନେ ଠେଲାଗାଡ଼ିରେ ବିକ୍ରି ହେଉଥିବା ଚାଟ୍, ଗୁପଚୁପ, ମକା, ପକୁଡ଼ି, ଚଣା ଆଦି ଦୋକନାମାନଙ୍କରୁ କିଣିକି ଖାଉଥିଲେ । ଏହି ସବୁ ଦୋକାନମାନେ ପ୍ରାୟତଃ ଜିନିଷ ଖବରକାଗଜ କିମ୍ବା ପଲିଥିନ ଜରିରେ ଦିଅନ୍ତି । ଲୋକମାନେ ଖାଇସାରିବା ପରେ ସେହି କାଗଜ କିମ୍ବା ପଲିଥିନକୁ ଆଖପାଖରେ ରଖାଯାଇଥିବା ଅଳିଆଗଦାରେ ନ ପକାଇବାରେ ବେଶି ଆନନ୍ଦ ପାଅନ୍ତି ଓ ସହରରେ ଅଧିକ ଅଳିଆ ହେଉଛି ବୋଲି ଅଭିଯୋଗ କରନ୍ତି । ଏମିତିକି ରାସ୍ତା ଉପରେ ପଡ଼ିଥିବା କିଛି ଅଳିଆ ଯାହାକି କିଛି ଶାରିରୀକ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥାଏ, ସେ ସବୁ କାହାରି ଆଖିକୁ ଦିଶେ ନାହିଁ । ଆଜି ବି ସେମିତି ଅନେକଲୋକ ରାସ୍ତା ଉପରେ ଅନେକ କାଗଜ ପାକାଉଥିଲେ ଓ ସେହି ଦାଢ଼ିଆ ଲୋକଟି ପ୍ରତ୍ୟେକ କାଗଜକୁ ଗୋଟାଇ ଗୋଟିଏ ଜାଗାରେ ଠୁଳ କରୁଥିଲା । ମୁଁ ଆଶ୍ଚର୍ଯ୍ୟ ହୋଇ ସେ ଲୋକଟି ପାଖକୁ ଯାଇ ପଚରିଲି, "ଆପଣ ଏ ସବୁକୁ କାହିଁକି ସଫା କରୁଛନ୍ତି" ? ସେ ଉତ୍ତରରେ କହିଲେ, "ମୁଁ ଅଳିଆରେ ଶୋଇପାରେ ହେଲେ ମୋତେ ଅଳିଆ ଦେଖିବାକୁ ଭଲ ଲାଗେନି, ସେଥିପାଇଁ ଏଇସବୁକୁ ଗୋଟିଏ ଜାଗାରେ ଠୁଳ କରି ରାତିରେ ନିଆଁ ଲଗାଇଦିଏ ।"
ସେ ଲୋକଟିର କଥା ଶୁଣି ଏମିତି ଲାଗିଲା, "ନିଜକୁ ଓ ନିଜର ଘରକୁ ସଫା ରଖୁଥିବା ଲୋକମାନେ ହିଁ ବାହାର ପରିବେଶକୁ ଅଧିକ ଅଳିଆ କରୁଛିନ୍ତି" । ସେ ଦୁନିଆକୁ ସଫା ରଖିବାକୁ ନିଜର କର୍ତ୍ତବ୍ୟ କରିଚାଲିଛି ଏବଂ ଅନ୍ୟମାନେ ପରିବେଶ ପରିଷ୍କାର ପ୍ରତି ନିଜର କର୍ତ୍ତବ୍ୟ ଭୁଲିବାରେ ଲାଗିଛିନ୍ତି ।

Labels:
#CleanIndia,
#EnvironmentPollution
Monday, 9 November 2015
ଦୀପାବଳୀରେ ଅଧିକ ଶବ୍ଦ କରୁଥିବା କିମ୍ବା ଅଧିକ ଧୁଆଁ ବାହାରୁଥିବା ବାଣର ପ୍ରଭାବ
ସଂଗ୍ରାମ କେଶରୀ ସେନାପତି
11:15 am
ପବିତ୍ର କାଳୀପୂଜା ଓ ଦୀପାବଳୀ ଅବସରରେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା । କାଳୀପୂଜାରେ ମାଆ କାଳୀଙ୍କର ଆରାଧନା କରାଯାଏ ଓ ଦୀପାବଳୀକୁ ଆଲୋକର ପର୍ବ ଭାବରେ ଗଣନା କରାଯାଏ । ହିନ୍ଦୁମାନଙ୍କ ପାଇଁ ଦୀପାବଳି ଏକ ମୁଖ୍ୟ ପର୍ବ ଯାହା ଘରେ ଘରେ ନାନାଦି ପାରମ୍ପରିକ ଢଙ୍ଗରେ ପାଳନ କରାଯାଇଥାଏ ।
Labels:
#Dipabali,
#Diwali,
#EnvironmentPollution,
#Kalipuja,
ଦୀପାବଳୀ