କ'ଣ କରିବି, ଇଏ ପରା ଏମିତି କଥା, ନା କାହାକୁ କହିହୁଏ ନା ସହିହୁଏ । ତା'ପରେ ବି ସବୁ ଭୁଲ ହିଁ ଆମର କାରଣ ଆମେ ଆମ ନିଜ ସମୟକୁ ନଷ୍ଟ କରି ସେମାନଙ୍କ ସହ ମିଶିଛୁ, ଆମେ ସେମାନଙ୍କୁ ଆମର ନିଜର ବୋଲି ଭାବିଛୁ । ସେମାନଙ୍କର ସାମାନ୍ୟ ସମସ୍ୟାକୁ ଆମେ ଆମର ବୋଲି ଭାବି ସମାଧାନ କରିଛୁ । ନିଜ କଥା ଭୁଲି ସେମାନଙ୍କ କଥା ଅଧିକ ଭାବିଛୁ । ନିଜକୁ ଯେତେ କଷ୍ଟ ହେଲେ ବି ସେ କଥା ଆମେ ସେମାନଙ୍କୁ ଜଣେଇବାକୁ ଦେଇନାହୁଁ । ଏବେ ଯଦି ଆମେ ଆମର କିଛି ଅତି ଦରକାରୀ କାମ ପାଇଁ କିଛି ସମୟ ଅନ୍ୟଆଡ଼େ ବ୍ୟସ୍ତ ରହୁଛୁ ତ ଆମେ ହିଁ ସ୍ୱାର୍ଥପର ହେଇଯାଉଛୁ, ଆମେ ଆଉ ସେମାନଙ୍କ କଥା କେବେ ଭାବୁନୁ, ସେମାନଙ୍କ ପାଇଁ କେବେ କିଛି କରୁନୁ । ଯଦି ଆମେ ପାଖରେ ପଇସା ଥିବା ବେଳେ ଆମେ କାହାକୁ ସାହାଯ୍ୟ କରୁଛୁ, ତା'ର ମାନେ ନୁହେଁ ଯେ ଆମେ ଭିକମାଗିକି ସେମାନଙ୍କୁ ସବୁଦିନେ ସାହାଯ୍ୟ କରିବୁ ।
ଜୀବନରେ ଏଇ ଭିତରେ ଅନେକ କିଛି ଘଟି ଗଲାଣି । ପୁରୁଣା ଖୁସି ସବୁ କୁଆଡ଼େ ହଜି ଗଲାଣି । ଆଜି ଗୋଟେ ବଡ଼ ହାସ୍ୟାତ୍ମକ କାର୍ଯ୍ୟକ୍ରମ ଦେଖିଲା ପରେ ଆଉ ହସ ବାହାରୁନି, ଖାଲି ବାହାରୁଛି ଅନ୍ତର୍ଜ୍ୱାଳା ଆଉ ସେ ସଭିଙ୍କ ଆଗରେ ମିଛିମିଛିକା ହସ । ଖୋଜିଲେ ବି ମିଳୁନି ସେ ପୁରଣାଦିନ । ଜଣାନାହିଁ ସତେ ଲାଗିଗଲା ଏଇଠି କାହା ନଜର । କିଏ ସେ ଭାଙ୍ଗିଦେଲା ସେହି ସ୍ୱପ୍ନସାଗର । କେବେ କେବେ ଦିନ ଥିଲା ଯିଏ ଆମ ପାଇଁ ବହୁତ ଖୁସି ହେଉଥିଲା, ଆଜି ସେ ହିଁ ଆମର ଉପସ୍ଥିତିକୁ ଏକ କେଉଁ ବଡ଼ ଭୁଲର ପାପ ବୋଲି ଭାବୁଛି । ତଥାପି ଚାଲିଛି ଏଇ ଜୀବନ । ସବୁକଛି ଜାଣିବା ପରେ ବି ସେ ସବୁକୁ ନିଜ ଭିତରେ ଚାପି ରଖିବାକୁ ପଡ଼ୁଛି । କାରଣ ଏହି ସବୁ ପରା ଆମର ସ୍ୱ-ଅର୍ଜିତ କର୍ମର ଫଳ । ସବୁ ଜାଣିବା ପରେ ବି ନିଜର ଅଭିଜ୍ଞନ ନିଜର କରିବାକୁ ନିଆଁରେ ପାଦ ରଖି ଆଜି ଜୁଇରେ ଜଳିଗଲି ବୋଲି ବାହୁଲ୍ୟ ।
ଦିନ ଥିଲା ଆମ ପାଖରେ ଅନେକ ସମୟ ଥିଲା, ଆମେ ସବୁବେଳେ ସେମାନଙ୍କ କଥା ବୁଝିବାରେ ସକ୍ଷମ ଥିଲୁ । ହେଲେ ସମୟ ବଦଳିବା ସହ ସମୟର ପରିମାଣ ମଧ୍ୟ କମିବାରେ ଲାଗିଛି । ଜୀବନରେ କିଛି କରିବାରେ କି କେଉଁ ସ୍ଥାନରେ ନିଜକୁ ପ୍ରତିଷ୍ଠିତ କରିବାରେ ସମୟ ତ ଆସିଛି । ହେଲେ ସେ ସବୁ କାର୍ଯ୍ୟକୁ ଛାଡ଼ି କ'ଣ କେବେଳ ଜଣଙ୍କ ଖୁସି ପଛରେ ଧାଇଁ ହେବ କି? ଆଗରୁ ମଧ୍ୟ ଜଣାଇଥିବା ସେହି ଗୋଟିଏ କଥାକୁ ଧରି ରଖିବା ନେଇ ସବୁଦିନେ ଦୋଷ ଦେବା କ'ଣ ଠିକ ହେବ? ଆଉ ବାକି ସବୁକିଛିକୁ ଧୂଳିସାତ୍ କରି କ'ଣ ଗୋଟିଏ କାମରେ ଲାଗିହେବ କି? ଆମ ଜୀବନରେ ମଧ୍ୟ ଅନେକ ଅଛନ୍ତି, ଯାହାଙ୍କୁ ଆମର ମଧ୍ୟ ଦରକାର ଅଛି । ସେମାନଙ୍କ ପାଇଁ ସମୟ ନ ଦେଇକି କେବଳ କ'ଣ ଜଣଙ୍କୁ ସମୟ ଦେଇ ହେବ କି? କେଜାଣି କାହିଁକି ସେମାନେ ଏଇ ସାମାନ୍ୟ କଥାସବୁକୁ ବୁଝିପାରନ୍ତିନି । ଆଉ ବି କେବେ କେବେ ହେଉଛି ସେହି ସମାନ କଥା ବାରମ୍ବାର ଦୋହରାଇବା ଫଳରେ ମନରେ ଅନେକ ଆଶଙ୍କା ସୃଷ୍ଟିହେବା ସହ ଅନେକ ସମୟରେ ସେଥିପ୍ରତି ଘୃଣାଭାବ ସୃଷ୍ଟି ହୁଏ । ଆଉ କେହି କେହି କୁହନ୍ତିକି କିଛି ଲୋକ ବଦଳିଯାଆନ୍ତି । ହଁ ବଦଳନ୍ତି, ହେଲେ କେଉଁସବୁ କାରଣ ପାଇଁ ସେମାନେ ବଦଳୁଛନ୍ତି ସେ କଥାକୁ ମଧ୍ୟ ନଜର ଦେବାକୁ ପଡ଼ିବ । ସବୁଲୋକ ବଦଳିଥାନ୍ତି ଆଉ କାହାକୁ ନିଜକୁ ସେମାନଙ୍କ ବଦଳିବା ଗୁଣଟା ଦେଖାଯାଏନି, କାରଣ ଆମ ମନରେ ସବୁବେଳେ ଥାଏ କି ଆମେ ଯାହା କରୁଛୁ କି ଭାବୁଛୁ ତାହା ହିଁ ସବୁବେଳେ ଠିକ୍ । ସେଇଥିପାଇଁ ତମମାନଙ୍କରେ ବଦଳୁଥିବା ସ୍ୱଭାବ ତମ ନିଜକୁ ଦେଖାଯାଏନି ଆଉ ଖାଲି ଆମର ବଦଳିବା ତମମାନଙ୍କୁ ଦେଖାଯାଏ । ସମୟ ବଦଳୁଥାଏ ଆଉ ଯଦି ସମୟାନୁସାରେ ତମେମାନେ ବଦଳିପାରିଲନି ତ ଭୁଲ ହେବ କାହାର?
କୌଣସି ଗୋଟିଏ ସମ୍ପର୍କକୁ ସୁଚାରୁରୂପେ ନିଭେଇବାକୁ ହେଲେ ଉଭୟଙ୍କୁ ସମାନ ତ୍ୟାଗ ବା ବଳୀଦାନ ଦେବାକୁ ପଡ଼ିଥାଏ । ଯେଉଁ କଥାକୁ ନେଇ ଝଡ଼ ସୃଷ୍ଟି ହେଉଛି, ସେ ସବୁକୁ ମିଳିମିଶିକି ସମାଧାନ କରିବା ପରିବର୍ତ୍ତେ ଅନ୍ୟର ଦୋଷ ବାଛି ବସିଲେ ସେ ସମ୍ପର୍କରେ ଆଉ କିଛି ରହେ ନାହିଁ । ହଁ କିଛି ବିଦ୍ୱେଶଭାବ ହିଁ ବଳିପଡ଼ିଥାଏ । ମୋର ସ୍ୱମତ ହେଉଛି କି ଯଦି ଗୋଟିଏ ପରିବାର ମିଳିମିଶି ଶାନ୍ତିର ରହିପାରୁନାହିଁ ବରଂ ଏକୁଟିଆ ରହିବାରେ ଅଧିକ ଶାନ୍ତି ରହୁଛି ଏବଂ ସୁଚାରୁରୂପେ ସମଗ୍ର ପରିବାର ଚଳିପାରୁଛି, ତେବେ ଏକୁଟିଆ ରହିବା ହିଁ ଯଥାର୍ଥ । ଆଉ ଯଦି ତମେ କାହା ସହ ଚଳିପାରୁନ, ତା'ର କୌଣସି ନିର୍ଦ୍ଧିଷ୍ଟ ଗୁଣ ତମକୁ କଷ୍ଟ ଦେଉଛି, ତ ସେଭଳି ସମ୍ପର୍କ କେବେ ସୁରୁଖୁରୁରେ ଚାଲିପାରିବ ନାହିଁ । ଜୀବନରେ ଆଗକୁ ବଢ଼ିବାକୁ ହେଲେ ଦୁଇଟିଯାକ ପାଦକୁ ସମାନ କାର୍ଯ୍ୟ କରିବାକୁ ପଡ଼ିଥାଏ ଏବଂ ଏକା ଦିଗରେ ଗତି କରିବାକୁ ପଡ଼ିଥାଏ । ଯଦି ଉଭୟ ପାଦ ବିପରୀତ ଦିଗରେ ଗତିକରିବେ ତ ଜୀବନରେ ଆଗକୁ ଯିବା ପରିବର୍ତ୍ତେ ଜୀବନ ସେହିଠାରେ ହିଁ ଅଟକି ଯାଏ । ଆଉ ସମ୍ପର୍କକୁ ସୁଚାରୁରୂପେ ତୁଲାଇବାକୁ ହେଲେ ଖାଲି ଜଣକୁ ହିଁ ଅବୁକିଛିକୁ ବୁଝିବାକୁ ପଡ଼ିବ, ତାହା ନୁହେଁ । ଉଭୟଙ୍କୁ ସେ ପ୍ରତି ନଜର ଦେବାକୁ ପଡ଼ିଥାଏ ।
ଆଉ କେବେ କାହା ସହ ମିଶିବା ବେଳେ କାହାର କୌଣସି ଉପଦେଶକୁ ନିଜ ସହ ଭଲଗୁଣ ଭାବି ତୁଳନା କରିବା ହିଁ ସବୁଠାରୁ ବଡ଼ ଭୁଲ । କେବେ କେବେ କାହା କଥା ଆମକୁ ବି ଭଲ ଲାଗିଥାଏ ଏବଂ ଆମର ସେତେବେଳର ଚିନ୍ତାଧାରା ସହ ସେହି କିଛିଟା କଥା ମିଶିଗଲେ ସାରା ଜୀବନ ସେହି କଥା ସବୁ ଘଟିବ କି ସବୁ ତା' ସହ ମିଶିବ ବୋଲି କ'ଣ ମାନେ ଅଛି? ତମେମାନେ ଯଦି ଅଧିକ ଲୋକଙ୍କ ସହ ନ ମିଶିବ, ଅଧିକ ଲୋକଙ୍କ ସଶ୍ପର୍ଷରେ ନ ଆସିବ ତ ସେ ଦୁନିଆରେ ଥିବା ଜିନିଷ ବିଷୟରେ ଜାଣିବ କେମିତି? କେବେ କେବେ କାହାର କିଛି ଗୁଣ ବିଷୟରେ ତମେ ଯଦି ନୂଆ କରି ଜାଣିଲ, ତ ଦେଖ ଆଉ କାହା ପାଖରେ ସେହିପରି କିଛି ଗୁଣ ଅଛି କି? କେବେ କେବେ କାହା ସହ ମିଶିବା ପରେ ବି ଏଇ ଦୁନିଆ ଆଉ ନିଜ ବିଷୟରେ ବି ଅନେକ କିଛି ଗୁମର କଥା ଜାଣିବାକୁ ମିଳିଥାଏ । ସେ ସମୟରେ ସେ ସବୁ ନିରାଟ ସତ୍ୟକୁ ମାନିନେବାକୁ ପଡ଼ିଥାଏ । କିନ୍ତୁ ଯିଏ ସେ ବିଗତ ଦିନରେ ଘଟିଥିବା ଘଟଣାକୁ ଧରି ବର୍ତ୍ତମାନକୁ ଆଖି ବୁଜିଦିଏ, ସେ ହିଁ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିବା ଭଳି କରିଥାଏ । ସବୁବେଳେ ନିଜ ପାଇଁ ଭଲ ଜିନିଷଟିଏ ଖୋଜିବାକୁ ପଡ଼ିନଥାଏ, କେବେ କେବେ ସେହି ସବୁ ଜିନିଷକୁ ସୁଧାରିବାକୁ ପଡ଼ିଥାଏ । ମାତ୍ର ଯେଉଁ ଜିନିଷକୁ ସୁଧାରିବାରେ ଅଧିକ ପରିଶ୍ରମ ଥାଏ ସେହି ସମୟରେ ସେ ସବୁକୁ ତ୍ୟାଗ କରିବା ଉଚିତ ହୋଇଥାଏ ।

No comments:
Post a Comment