ମୋ ବିଷୟରେ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Friday 9 December 2016

ମୋ ବିଷୟରେ

         ମୁଁ ସଂଗ୍ରାମ କେଶରୀ ସେନାପତି । ପ୍ରାୟ ସଭିଏଁ ମୋତେ ଗପୁ ବୋଲି ଡାକନ୍ତି । ଏପରିକି ସ୍କୁଲ କି କଲେଜକୁ ମୁଁ ଯେତେବେଳେ ପ୍ରଥମେ ଯାଏ, ସମସ୍ତେ ସଂଗ୍ରାମ ବୋଲି ଡାକନ୍ତି ଆଉ ଧିରେ ଧିରେ ସେ ଡାକ ନାଆଁଟା ବି ଗପୁ ବି ବଦଳିଯାଏ । କେହି କେହି ଭାବନ୍ତି ଏହି ନାମଟି ବୋଧ‌ହୁଏ ପିଲାମାନେ କେହି ଦେଇଛନ୍ତି କାରଣ ମୁଁ ସାଙ୍ଗମାନଙ୍କ ସ‌ହ ଟିକେ ଅଧିକା ଗପେ । ସେଇଥିପାଇଁ ପରା ଲେଖିଦିଏ କି, "ଯେତେ ଗପିଲେ ବି ମୁଁ ଗପୁଥିବି" । ହେଲେ କେବେ କେବେ ଗପି ଗପି ମୋ ମୁଣ୍ଡ ବିନ୍ଧେ । ନାଆଁଟା ଗପୁ ହେଲେ ସବୁବେଳେ ଖାଲି ଗପେନି କେବେ କେବେ କିଛି କାମ ବି କରିଦେଇଥାଏ ।  ଆଉ କେହି କେହି ତ ମୋ ଗପ ଶୁଣି ଦୁଃଖ ଅବସ୍ଥାରୁ ଖୁସି ଅବସ୍ଥାକୁ ଆସିଯାଇଛନ୍ତି । ମୁଁ କେବେ କେବେ ବି ଲେଖିଦିଏ ଆଉ ତ କେବେ କେବେ କିଛି ଫଟୋ ବି ଉଠେଇଥାଏ ।
ହେଲେ ବି କେହି କେହି ଭାବନ୍ତି କି ଇଏ ଖାଲି କଥାରେ ଗପୁ ନୁହେଁ କାମରେ ଗପୁ ବୋଧେ ।

        ଏହିସବୁ ଶୁଣିବା ପରେ ମୋତେ ବି ଲାଗିଲା ମୋର ନାଁ କାହିଁକି ଗପୁ ହେଲା? ଆସିକି ଘରେ ଥରେ ମାଆକୁ ପଚାରିଲି ଆଉ ସେ କ‌ହିଲା କି ତା' ମନରେ ଏହି ନାଆଁଟା ଆସିଲା, ସେଥିପାଇଁ ସେ ଏହି ନାଆଁଟା ରଖିଦେଲା । ନ ହେଲେ ସେମିତି ବିଶେଷ କିଛି କାରଣ ନାହିଁ । ସେ ଯାହା ବି ହେଉ କିଛି ଲୋକବି ଭାବିଲେ ଏହି ନାଆଁଟା ବି ଗୋଟେ ଏମିତିକା ବଦଳାଯାଇଥିବା ନାଁ । ଯାହା ହେଉ ଅନେକ ଲୋକ ତ ମୋ ନାଆଁକୁ ପସନ୍ଦ କରୁଛନ୍ତି । ମୋତେ ଆଉ କ'ଣ ଦରକାର ।