ସମସ୍ତେ ପିକ୍ନିକ୍ରେ ପ୍ରାୟ ଯିବାକୁ ପସନ୍ଦ କରନ୍ତି । ମୁଁ ଯେବେ ପ୍ରଥମଥର ଯାଇଥିଲି, ସେ ବିଷୟରେ ମୋତେ ସେତେଟା ଧାରଣା ହିଁ ନାହିଁ । କାରଣ ମୋତେ ସେତେବେଳେ ୩ ବର୍ଷ ହେଇଥିଲା ବୋଧେ । ସେଇଟା ଥିଲା ମୋ ବାପାଙ୍କ ସ୍କୁଲ ପିଲାଙ୍କର ଶେଷ ପିକ୍ନିକ୍ ଆଉ ମୋର ପ୍ରଥମ । ସେତେବେଳେ ମୁଁ ସବୁବେଳେ ବାପାଙ୍କ ସହ ସବୁଆଡ଼େ ଯାଏ । ତାଙ୍କ ସହ ସ୍କୁଲକୁ ବି ଯାଏ । ଏମିତିକି ସେ ତାସ୍ ଖେଳିବାକୁ ଗଲାବେଳେ ମୁଁ ଯାଏ । ତା' ପରେ ଭାଇ ବି ଯାଉଥିଲା, ସେଇଥିପାଇଁ ମୁଁ ବି ଗଲି । ସେତେବେଳେ ମୋତେ ଖାଲି ବାପା, ବିଶୁଆ ଭାଇ (ସେ ଜଗନ୍ନାଥ ବିଶ୍ୱବିଦ୍ୟାଳୟ, ପୁରୀରେ ପଢ଼ୁଥିଲା ସେତେବେଳେ ।), ନବଘନ ଭାଇ, ନାରଣ ସାର୍ଙ୍କ ବିଷୟରେ ହିଁ ମନେ ଅଛି । ଆମ ସହ ଆହୁରି ଅନେକ ଯାଇଥିଲେ ଅବଶ୍ୟ ।
ବସ୍ରେ ଗଲାବେଳେ ମୋତେ ବାନ୍ତି ହୁଏ, ସେଇଥିପାଇଁ ବୋଧେ ମୋତେ ବସ୍ରେ ଯିବା ଆଦୌ ମନେ ନାହିଁ । କାରଣ ବସ୍ ଚାଲିଲା ବେଳକୁ ମୁଁ ଶୋଇଯାଇଥିବି । ତଥାପି ଏବେ ବି କିଛି କିଛି ମନେ ଅଛି । ସେତେବେଳେ ଆମେ ପୁରୀ ଆଉ ଚିଲିକା ଯାଇଥିଲୁ । ପୁରୀ ମନ୍ଦିରକୁ ଯେତେବେଳେ ସମସ୍ତେ ଯାଇଥିଲେ, ମୁଁ ଯାଇନଥିଲି । ଜଣେ ସାର୍ଙ୍କ ସହ ମୁଁ ବାହାରେ ବୁଲାବୁଲି କରୁଥିଲି ବୋଲି ମୋର ମନେ ଅଛି । ସେତେବେଳେ ମୁଁ ପ୍ରଥମେ ଗୋଟିଏ ବାଇସ୍କୋପ୍ (କ୍ୟାମେରା ଭଳିଆ ଦେଖିବାକୁ, ସେଇଥିରେ ଗୋଟେ ପରେ ଗୋଟେ ଛବି ଦେଖାଯାଏ ) । ବୋଧେ ସେବେଠୁ ମୋରେ କ୍ୟାମେରା ପ୍ରତି ମୋହ ଆରମ୍ଭ ହୋଇଥିଲା । ସମୁଦ୍ର ପାଖର ଦୃଶ୍ୟ ଏବେ ବି ମୋତେ ଭଲରେ ମନେ ଅଛି । ପୁଅମାନେ ସବୁ ସମୁଦ୍ରରେ ଗାଧେଇଲେ, ହେଲେ ଝିଅମାନଙ୍କୁ ସମୁଦ୍ରରେ ପଶିବା ମନା ଥିଲା । ଭାଇ ମୋତେ ସମୁଦ୍ର ପାଣି ପାଖକୁ ଆଉ ଛୋଟ ଛୋଟ ଲହଡ଼ୀ ପାଖକୁ ନେଇଯିବାଟା ମୋତେ ମନେ ଅଛି ।
ତା'ପରେ ବିଶୁଆ ଭାଇ ପାଖକୁ ଆମେ ଯାଇଥିଲୁ କି ସେ ଆସିଥିଲା, ସେଇଟା ବି ଠିକ୍ରେ ମନେ ନାହିଁ । କିନ୍ତୁ ସେ ମୋ ପାଇଁ ଗୋଟେ ବଡ଼ ବେଲୁନ୍ କିଣିଥିଲା, ସେଇଟା ମୋତେ ମନେ ଅଛି । ଏବେ ବି ସେହି ପ୍ରଥମ ଯାତ୍ରାର ଗୋଟିଏ ମାତ୍ର ଫଟୋ ଅଛି । ସେଇଟା ବି ବିଶୁଆ ଭାଇ ସହ । ତା' ପରେ ଆମେ ଚିଲିକା ଯାଇଥିଲୁ । ସେଇଠି କେବଳ ଗୋଟିଏ ଦୃଶ୍ୟ ମନେ ଅଛି । ଚିଲିକାରେ ମଟର ଚାଳିତ ଆଉ କାତମରା ଡଙ୍ଗା । ମୋତେ ଖାଲି ଡଙ୍ଗା ବୋଲି ହିଁ ଜଣାଥିଲା । ଉଭୟ ଡଙ୍ଗା ଭିତରେ ପାର୍ଥକ୍ୟ କ'ଣ ଜଣାନଥିଲା । ବଡ଼ ହେଲାପରେ ସେଇଟା ଜଣା ପଡ଼ିଲା ।
ଏମିତିରେ ଅଧା ଅଧା ଝାପ୍ସା ସ୍ମୃତିରେ ଶେଷ ହୋଇଯାଇଥିଲା ମୋର ପ୍ରଥମ ପିକ୍ନିକ୍ । ଆମେ କେତେବେଳେ ଘରୁ ବାହାରିଥିଲୁ, ସେ ବିଷୟରେ ବି ମୋତେ ଜଣାନାହିଁ ଆଉ ସେମିତି କେତେବେଳେ ଆସିକି ଘର ପହଞ୍ଚିଲୁ, ସେ ବିଷୟରେ ବି କିଛି ଜଣା ନାହିଁ । ସେତେବେଳେ ବି ଅଧିକ ସମୟ ଶୋଉଥିଲି, ଏବେ ବି ସେମିତି ବହୁତ ସମୟ ଧରି ଶୋଉଛି । ସମୟ ସହ ଅନେକ କିଛି ବଦଳିଗଲାଣି, ବୋଧେ ଏଇ ଶୋଇବା ଗୁଣଟା ବଦଳିନାହିଁ କି କ'ଣ ।

No comments:
Post a Comment