କରୋନା କାହାଣୀ: ଲେଖିବା ଦରକାର କି? - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Friday, 13 March 2020

କରୋନା କାହାଣୀ: ଲେଖିବା ଦରକାର କି?


ଆଜି ଭାରତରେ କରୋନା ଭୂତାଣୁ ଯୋଗୁଁ ପ୍ରଥମ ମୃତ୍ୟୁ ଘଟିଲା । କର୍ଣ୍ଣାଟକର କଲ୍‌ବର୍ଗୀ ଅଞ୍ଚଳର ୭୬ ବର୍ଷୀୟ ସେହି ବ୍ୟକ୍ତିଙ୍କର ମୃତ୍ୟୁ ସହ ଆଜି ସୁଦ୍ଧା ଭାରତର ଆକ୍ରାନ୍ତ ସଂଖ୍ୟା ୭୪ ଛୁଇଁଲାଣି । ସାରା ବିଶ୍ୱରେ ଏବେଯାଏଁ ମୃତ୍ୟୁ ସଂଖ୍ୟା ୪୭୦୦ରୁ ବି ଅଧିକ ହେଇଗଲାଣି । ଚୀନ୍ ପରେ ଏବେ ଇଟାଲୀର ଅବସ୍ଥା ମଧ୍ୟ ଆହୁରି ଖରାପ ହେବାରେ ଲାଗିଲାଣି ।

କରୋନା ବିଷୟରେ ଆଜି ନୁହେଁ ବେଶ୍ କିଛିଦିନ ମାନେ କିଛିମାସ ତଳୁ ଯଦିଓ ମୁଁ ଜାଣିଲିଣି, ତଥାପି ତା' ଭିତରେ ବି ଡରି ଡରି ଦୀଲ୍ଲିଯାଇ ଫେରି ଆସିଲି । ସେଠାରେ ସତର୍କତା ମୂଳକ ସେମିତି କିଛି ନଥିଲା, ଅବଶ୍ୟ ଫେରିବାଦିନ ସେ ପୋଡ଼ାଜଳା ବିଷୟରେ କଲିକତାରେ ଜାଣିଲି ଆଉ ସେତେବେଳକୁ ମୁଁ ନିଜକୁ ସୁରକ୍ଷିତ କରିସାରିଥିଲି ।

କିନ୍ତୁ ଏ କରୋନାର କାହାଣୀ ସେବେ କାହିଁକି ଲେଖିଲିନି? ଆଗରୁ ତ ଲେଖିପାରିଥାନ୍ତି । କ'ଣ ସତରେ ମୁଁ ଏହି ରୋଗର ଭୟାବହତାକୁ ମୁଁ ହୃଦ୍‌ବୋଧ କରିପାରିନଥିଲି? ନା ଆଜିର ଏହି ମୃତ୍ୟୁ ମୋତ ଭୟଭୀତ କରୁଛି?

ସତ କ'ଣ ଜଣାନାହିଁ, ତଥାପି ସତର୍କ ରହିବାକୁ ଯଥା ସମ୍ଭବ ଚେଷ୍ଟା କରୁଛି । ଗତ ମାର୍ଚ୍ଚ ୭ରେ ଦୀପକ କରଙ୍କର ଗୋଟିଏ ଟୁଇଟ୍ ଥ୍ରେଡ୍ ଆସିଥିଲା ମାସ୍କ ବ୍ୟବହାର ଉପରେ, ଯାହାକି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟର ଅନୁବାଦ ଥିଲା । ତାକୁ ଶୁଭପଲ୍ଲବରେ ପୋଷ୍ଟ କରିଥିଲି; ମାସ୍କ ବ୍ୟବହାର ଉପରେ ଲୋକଙ୍କ ସତର୍କ କରେଇବା ପାଇଁ । କପଡ଼ା ମାସ୍କ ବ୍ୟବହାର ନ କରିବା ପାଇଁ । ହେଲେ ଏବେ ସବୁଠି ଖାଲି କପଡ଼ା ମାସ୍କ ହିଁ ମିଳୁଛି, ଯାହାର ଦାମ୍ ୧୦/- ଥିଲା, ହେଲେ ଏବେ ତା'ର ଦାମ୍ ୫୦/-ରୁ ଅଧିକ ହେଇଗଲାଣି । ଅନେକ ସ୍ଥାନରେ ସେହି ମାସ୍କ ବି ମିଳୁନି ।

ଆଗାମୀ ୧୫ ତାରିଖରେ ମୋର OPSCର ପରୀକ୍ଷା ଅଛି, କ'ଣ ହେବ ଜଣାନାହିଁ । କିନ୍ତୁ ଯାହା ବି ହେଉ, କରୋନା ଉପରେ କେମିତି କ'ଣ ଚାଲିଛି, ତା' ଉପରେ କିଛି କିଛି କଥା ନିତିଦିନ ଏଇଠି ଲେଖିବାକୁ ଚେଷ୍ଟା କରିବି । କେତେବେଳେ କ'ଣ ହେବ କିଛି ଜଣାନାହିଁ, କିନ୍ତୁ ଯେତିକି ସମୟଯାଏଁ ଅବସ୍ଥା ଭଲ ଥିବ, ସେବେଯାଏଁ ଚାଲିଥିବ ।

No comments:

Post a Comment