କରୋନା କାହାଣୀ: ଇଟାଲୀରେ ୨୪ ଘଣ୍ଟାରେ ଗଲାଣି ୬୨୭ ଜୀବନ - ଗପୁ


ଯେତେ ଗପିଲେ ବି ମୁଁ ଗପୁଥିବି ।

Shubhapallaba free eMagazine and online web Portal

Saturday, 21 March 2020

କରୋନା କାହାଣୀ: ଇଟାଲୀରେ ୨୪ ଘଣ୍ଟାରେ ଗଲାଣି ୬୨୭ ଜୀବନ


କରୋନାର ଭୟାବହତା ଧୀରେ ଧୀରେ ବଢ଼ିବାରେ ଲାଗିଛି । ଏବେ ତ ଇଟାଲୀରେ ସ୍ଥିତି ସାଂଘାତିକ ହେବାରେ ଲାଗିଛି; ମାତ୍ର ୨୪ ଘଣ୍ଟାରେ ୬୨୭ ଜଣଙ୍କର ମୃତ୍ୟୁ ସାରା ବିଶ୍ୱକୁ ଚିନ୍ତାରେ ପକାଇଦେଇଛି । ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏକାଦିନେ ଏତେ ଲୋକ ମୃତ୍ୟବରଣ କରିନଥିଲେ, ଆଉ ଏତେ ସଂଖ୍ୟକ ମୃତ୍ୟୁରେ ଦେଖିକି ବି ଭିତରେ ଥିବା ଡର ବଢ଼ିବାରେ ଲାଗିଛି ଆଉ ଭାରତରେ ଆକ୍ରନ୍ତଙ୍କ ସଂଖ୍ୟା ମଧ୍ୟ । ଭାରତର ମାୟାନଗରୀ ମୁମ୍ବାଇ ଏବେ ବନ୍ଦ ହେଇଯାଇଛି, ସେୟାର ମାର୍କେଟର ସ୍ଥିତି ମଧ୍ୟ ଗମ୍ଭୀର ହେବାରେ ଲାଗିଛି । ସମଗ୍ର ଭାରତ ବର୍ଷରେ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦ ଛୁଇଁବାକୁ ବସିଲାଣି ।

ଯଦିଓ ଓଡ଼ିଶାରେ ସବୁ ସ୍କୁଲ୍ ଓ ଶିକ୍ଷାନୁଷ୍ଠାନ ବନ୍ଦ ହୋଇଯାଇଛି, କିନ୍ତୁ ଏସ୍‌.ସି.ଏସ୍.ଟି. ଏବଂ ଦିବ୍ୟାଙ୍ଗ ହଷ୍ଟେଲ ସବୁ ବନ୍ଦ ହୋଇନଥିଲା; ସେଗୁଡ଼ିକ ମଧ୍ୟ ଆସନ୍ତା ମାର୍ଚ୍ଚ ୨୫ରୁ ବନ୍ଦ କରିଦିଆଯିବ । ଧୀରେ ଧୀରେ ସମଗ୍ର ଭାରତ ଏବେ ଗୃହବନ୍ଦୀ ହେବାକୁ ଯାଉଛି, ପୁରୀର ଶ୍ରୀମନ୍ଦିରରେ କଟକଣା ଯୋଗୁଁ ଭକ୍ତଙ୍କର ଆଗମନ ପ୍ରାୟ ବନ୍ଦ ହୋଇଯାଇଛି । ଏହି ଖାଁ ଖାଁ ପରିସ୍ଥିତିରେ ଶ୍ରମିକ ତଥା ଦିନମଜୁରୀଆମାନଙ୍କର ସ୍ଥିତି ଖରାପ ହେବାରେ ଲାଗିଛି । ସବୁ କହିବା ପାଇଁ କହିଦିଅନ୍ତୁ, କିନ୍ତୁ ସାହାଯ୍ୟ କରିବାକୁ କେତେଜଣ ଆଗେଇ ଆସନ୍ତି ! 

ବାହାରେ ରହି କାମ କରୁଥିବା ଶ୍ରମିକମାନେ ଏବେ ଘରକୁ ବାହୁଡ଼ିବାରେ ଲାଗିଛନ୍ତି, କିନ୍ତୁ ଏ ଭଳି ସ୍ଥିତିରେ କ'ଣ ସେମାନେ କରୋନାଠାରୁ ସରୁକ୍ଷିତ? ସୁରକ୍ଷା ଦୃଷ୍ଟିରୁ ଏବେ କିନ୍ତୁ ରକ୍ତଦାନ ଶିବିରଗୁଡ଼ିକ ବନ୍ଦ କରିଦିଆଯାଇଛି ଏବଂ ରକ୍ତ ଭଣ୍ଡାରରେ ରକ୍ତର ଅଭାବ ମଧ୍ୟ ଦେଖାଗଲାଣି । ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ହୋଟେଲ୍ ଓ କ୍ୟାଣ୍ଟିନ୍‌କୁ ମଧ୍ୟ ବନ୍ଦ କରିଦିଆଗଲାଣି, ତେଣୁ ରୋଷଇ ଶିଖିନଥିବା ଲୋକମାନେ ଯେଉଁମାନେ ରୋଷେଇ ବିଷୟରେ ବଡ଼ ଜ୍ଞାନ ଦେଉଥିଲେ, ଏବେ ସେମାନଙ୍କ ମନରେ ଭାଳେଣି ପଡ଼ିବା ଆରମ୍ଭ କଲାଣି । ତେଣୁ ରାଜ୍ୟ ସରକାର ପାର୍କ ବନ୍ଦ କରିବା ଫଳରେ ଅନେକଙ୍କର ମନରେ ଚିନ୍ତା ବଢ଼ିବାରେ ଲାଗିଛି ଆଉ ଯେଉଁମାନେ କେବେ ପାର୍କର ମୁହଁ ଦେଖିନାହାନ୍ତି, ସେମାନେ ବି ସୋସିଆଲ ମିଡିଆରେ ଏହା ଉପରେ ଚର୍ଚ୍ଚା କରିବା ଆରମ୍ଭ କରିଦେଲେଣି ।

ବିଶ୍ୱ ସ୍ତରରେ କରୋନାର ମୃତ୍ୟୁଲୀଳା ଏବେ ସଭିଙ୍କୁ ଆତଙ୍କିତ କରି ରଖିଛି, ଯାହାର ଫଳ ସ୍ୱରୂପ ୧୧,୮୪୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଭୟାବହତା ଏତେ ବଢ଼ିଲାଣି ଯେ ଅଧିକାଂଶ ଦେଶ ଏହାର ସୀମାଗୁଡ଼ିକୁ ବନ୍ଦ କରି ନିଜକୁ ଏକ ଘରିଆ କରିବାରେ ଲାଗିଗଲେଣି । ଏହା ଭିତରେ ରୋମ୍‌ରେ ରହିଯାଇଥିବା ଭାରତୀୟମାନଙ୍କୁ ଉଦ୍ଧାର କରିବା ପାଇଁ ଏୟାର ଇଣ୍ଡିଆର ବିମାନ ଯାତ୍ରା କରିବ । ଆଉ ବିଶ୍ୱର ସବୁଠାରୁ ସୁରକ୍ଷିତ ସ୍ଥାନ କୁହାଯାଉଥିବା ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ତଥା ବାସଭବନ ହ୍ୱାଇଟ୍-ହାଉସ୍ କିନ୍ତୁ କରୋନା ଦାଉରୁ ସୁରକ୍ଷିତ ହୋଇପାରିନାହିଁ; ସେଠାରେ ଜଣେ କର୍ମଚାରୀଙ୍କ ଶରୀରରେ କରୋନା ଭୂତାଣୁ ମିଳିବାପରେ ଚିନ୍ତା ଆହୁରି ବଢ଼ିବାରେ ଲାଗିଛି ।

ଜନତା କର୍ଫ୍ୟୁକୁ ନେଇ ଆସନ୍ତାକାଲି ପାଇଁ ସମ୍ପୂର୍ଣ୍ଣ ଭାରତବର୍ଷ ଯୋଜନା କରିବାରେ ଲାଗିଛି । ୩,୭୦୦ ଟ୍ରେନ୍‌କୁ ବାତିଲ୍ କରିଦିଆଯାଇଛି । ଏହି ସମୟରେ କୌଣସି ବସ୍-ଅଟୋ-ଟ୍ୟାକ୍ସି ଆଦି ଗଡ଼ିବନି ବୋଲି ସମସ୍ତେ ଘୋଷଣା କରିଛନ୍ତି । ଭଦ୍ରକରେ ତ ଆଜିଠାରୁ ଦୋକନ ବଜାର ବନ୍ଦ ହେବାରେ ଲାଗିଗଲାଣି, ପୋଲିସ୍ ପ୍ରତ୍ୟେକ ଦୋକନ ବୁଲିବୁଲି ଲୋକମାନଙ୍କୁ ଏବଂ ବ୍ୟବସାୟୀମାନଙ୍କୁ ସତର୍କ କରାଇବାରେ ଲାଗିଛନ୍ତି ।

ଏହା ଭିତରେ କିନ୍ତୁ ଲୋକମାନେ ଗୁଜବ ପ୍ରଚାର କରିବାରେ ହେଳା କରିନାହାନ୍ତି, କେହି କେହି ତ ସୋସିଆଲ ମିଡିଆରେ କିଛି ପୁରୁଣା ଭିଡିଓ ପୋଷ୍ଟ କରିକି କହୁଛନ୍ତି କି, "ମୋଦି କରୋନା ପାଇଁ ଆଣ୍ଟିଡୋଡ୍ ଆକାଶରୁ ସ୍ପ୍ରେ କରିଛନ୍ତି, ତେଣୁ ଘରୁ ବାହାରିବ ନାହିଁ ।" କେହି କେହି ଏହାକୁ କେତେ କ'ଣ କହି ପ୍ରଚାର କରୁଛନ୍ତି । ଏହି ଭିତରେ ଜଣେ ଶିକ୍ଷକ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ମିଥ୍ୟା ତଥ୍ୟ ସୋସିଆଲ୍ ମିଡିଆରେ ପ୍ରଚାର କରିବାରୁ ପୋଲିସ୍‌ଦ୍ୱାରା ଗିରଫ ମଧ୍ୟ ହୋଇଛନ୍ତି । ଏହା ଭିତରେ ବିଶେଷଜ୍ଞଙ୍କ ମତ ଯଦି ଦେଖିବା, କରୋନା ପୂର୍ବରୁ କିଛି ଲୋକଙ୍କର ଏହି ସୋସିଆଲ୍ ମିଡିଆ ଗୁଜବ ଯୋଗୁଁ ଭୟରେ ମୃତ୍ୟୁ ହୋଇପାରେ ।

ଏବେ ବି ଭାରତରେ ପରୀକ୍ଷା କେନ୍ଦ୍ରର ରହିଛି ଅଭାବ । ଯାହାହେଉ ବେସରକାରୀ ହସ୍ପାତାଳଗୁଡ଼ିକରେ ଏବେ ପରୀକ୍ଷା ହୋଇପାରିବ, କିନ୍ତୁ ସମଗ୍ର ଭାରତ ବର୍ଷରେ ମାତ୍ର ୧୧୧ଟି କେନ୍ଦ୍ରରେ ପରୀକ୍ଷା କରାଯିବ । ଯଦି ଆମେ ଭରତର ଲୋକ ସଂଖ୍ୟା ଦେଖିବେ, ତେବେ ଗୋଟିଏ କେନ୍ଦ୍ରରେ ୧କୋଟିରୁ ଅଧିକ ଲୋକ ପରୀକ୍ଷା କରେଇବେ । ତେବେ ଏହି ସମୟରେ ଅନ୍ୟ ଏକ ତଥ୍ୟ ଲୋକମାନଙ୍କ ମନରେ ଭୟକୁ ଆହୁରି ବଢ଼େଇବାରେ ଲାଗିଛି, ତାହା ହେଉଛି କି ୧୨ଜଣ କରୋନା ସଂକ୍ରମିତ ରୋଗୀ ରେଳଯାତ୍ରା କରିଥିଲେ ।

ଏହି ସମୟରେ ଯଦି ବିଶେଷଜ୍ଞଙ୍କ କଥା ଯଦି ଦେଖିବା, ତେବେ ଆଗାମୀ ଦୁଇ ସପ୍ତାହ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବୋଧେ ସେଇଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୪ ଘଣ୍ଟିଆ ଜନତା କର୍ଫ୍ୟୁକୁ ଆଉ ପାଦେ ଆଗକୁ ନେବାକୁ ଆମର ମୁଖ୍ୟମନ୍ତ୍ରୀ ଏହାକୁ ସାତ ଦିନପାଇଁ ବଢ଼େଇ ଦେଇଛନ୍ତି । ତଥାପି ଅତ୍ୟାବଶ୍ୟକୀୟ ଜିନିଷ, କ୍ଷୀର, ଫଳ ପରିବା ଦୋକାନ ଆଦି ଖୋଲା ରହିବ ।

No comments:

Post a Comment